ଅଧିକ ଧାନ ଅମଳର ପ୍ରମାଣ ଦେଖାଇଲା ପାୟୋନୀୟର କମ୍ପାନୀ

ଅଧିକ ଧାନ ଅମଳର ପ୍ରମାଣ ଦେଖାଇଲା ପାୟୋନୀୟର କମ୍ପାନୀ

ଅଧିକ ଧାନ ଅମଳର ପ୍ରମାଣ ଦେଖାଇଲା ପାୟୋନୀୟର କମ୍ପାନୀ


ଗଜପତି(ଏନ୍‌.ଏମ୍‌.): ରାଜ୍ୟରେ କୃଷି ଓ କୃଷର ଉନ୍ନତି ନିମନ୍ତେ ପାୟୋନୀୟର କମ୍ପାନୀ ସର୍ବଦା ଆଗରେ ରହିଛି । ଏହି କମ୍ପାନୀର ବିଭିନ୍ନ କିସମର ବିହନ ଚାଷୀକୁ ଅଧିକ ଅମଳକ୍ଷମ କରାଇବା ସହ ସେମାନଙ୍କ ଆର୍ôଥକ ଅଭିବୃଦ୍ଧି ଘଟାଇବାରେ ସଫଳ ହୋଇଛି । ଏହି କମ୍ପାନୀ କେବଳ ବିଜ୍ଞାପନ ଦେଇ ନିଜର ଲୋକପ୍ରିୟତା ହାସଲ କରିନାହିଁ ବରଂ କ୍ଷେତରେ ଉନ୍ନତ ଅମଳର ପ୍ରମାଣ ଦେଇ କୃଷକଙ୍କ ହୃଦୟ ଜିଣିବାରେ ସଫଳ ହୋଇଛି । ଏହି ପରିପ୍ରେକ୍ଷୀରେ ରାଜ୍ୟର ଗଜପତି ଜିଲ୍ଲା ମୋହନା ବ୍ଲକରେ ମଧ୍ୟ ପାୟୋନୀୟର କମ୍ପାନୀର ବିହନ ଉପଯୋଗ କରି ବିଶେଷ ଉପକୃତ ହୋଇଥିବା ଜଣାପଡ଼ିଛି । ଗଜପତି ଜିଲ୍ଲା ମୋହନା ବ୍ଲକ ଅଞ୍ଚଳର ଖଜୁରୀପଦା ଗ୍ରାମରେ ଏହି କମ୍ପାନୀର ବିହନ ଚାଷ କରି ଚାଷୀ କେତେ ଅମଳ ଅଧିକ ପାଇଛି ତାହାର ପ୍ରମାଣ କରାଯାଇଥିଲା । କମ୍ପାନୀ ପକ୍ଷରୁ ଅମଳ ଦିବସ ପାଳନ କରାଯିବା ସହ ଉକ୍ତ ଅଞ୍ଚଳର ବିଶିଷ୍ଟ ଚାଷୀ ଦାଉଦ ଶବର ଚଳିତ ବର୍ଷ (୨୭ ପି ୩୭) ବିହନ ବ୍ୟବହାର କରି ପୂର୍ବାପେକ୍ଷା ୮କ୍ୱିଣ୍ଟାଲ ଧାନ ଅଧିକ ପାଇଥିବା ଦେଖିବାକୁ ମିଳିଥିଲା । ବୈଜ୍ଞନିକ ପଦ୍ଧତିରେ ପାୟୋନିୟର ଧାନ ଚାଷ କରି କିଭଳି ଅଧିକରୁ ଅଧିକ ଧାନ ଅମଳ କରିହେବ ସେହି ବିଷୟରେ ଆଲୋଚନା ହୋଇଥିଲା । ଆଗାମୀ ବର୍ଷରେ ଏହି (୨୭ ପି ୩୭ ) ପାୟୋନୀୟର ଧାନ ଲଗେଇ ଅଧିକରୁ ଅଧିକ କିଭଳି ଅମଳ କରାଯିବ ତାହା ଉପରେ ଚାଷୀଙ୍କୁ ତାଲିମ୍ ପ୍ରଦାନ କରାଯିବ ବୋଲି କମ୍ପାନୀର ଉପସ୍ଥିତ ଅଧିକାରୀ କହିଛନ୍ତି । ଏହି କାର୍ଯ୍ୟକ୍ରମରେ କମ୍ପାନିର କ୍ଷେତ୍ର ପରିଚାଳକ ତପନ କୁମାର ନାୟକ୍‌, ଜିଲ୍ଲା ମ୍ୟାନେଜର ଇନ୍ଦ୍ରମଣି ପ୍ରହରାଜଙ୍କ ସହ ଉକ୍ତ ଅଞ୍ଚଳର ଶତାଧିକ ଚାଷୀ ଉପସ୍ଥିତ ଥିଲେ ।

Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ