ଅଘୋଷିତ ବିଦ୍ୟୁତ କାଟ ଓ ଲୋଭୋଲ୍ଟେଜ ସମସ୍ୟା ନେଇ ଇଲେକ୍ଟ୍ରି ଅଫିସ ଘେରିଲେ ଉପଭୋକ୍ତା

ଅଘୋଷିତ ବିଦ୍ୟୁତ କାଟ ଓ ଲୋଭୋଲ୍ଟେଜ ସମସ୍ୟା ନେଇ ଇଲେକ୍ଟ୍ରି ଅଫିସ ଘେରିଲେ ଉପଭୋକ୍ତା

ଅଘୋଷିତ ବିଦ୍ୟୁତ କାଟ ଓ ଲୋଭୋଲ୍ଟେଜ ସମସ୍ୟା ନେଇ ଇଲେକ୍ଟ୍ରି ଅଫିସ ଘେରିଲେ ଉପଭୋକ୍ତା

News by Basanta Ratha (Cuttack Sadar)

#କଟକ ସଦର(ଏନ୍‌.ଏମ୍‌.): ରଘୁନାଥପୁର ବ୍ଲକ ବିଦ୍ୟୁତ ବିଭାଗ ଏସଡ଼ିଓଙ୍କ ଅଧୀନରେ ଥିବା ସ୍ଥାନୀୟ କଟକ ସଦର ବ୍ଲକ ପ୍ରହରାଜପୁର ପଞ୍ଚାୟତବାସୀ ଅଘୋଷିତ ବିଦ୍ୟୁତ କାଟ ଓ ଲୋଭୋଲ୍ଟେଜ ସମସ୍ୟା ଯୋଗୁଁ ଅତିଷ୍ଟ ହୋଇ ପଡିଲେଣି । ବାରମ୍ବାର ଅଭିଯୋଗ କରି ନିରାଶ ହେବାପରେ ଆଜି ଉପଭୋକ୍ତାମାନେ ବିଦ୍ୟୁତ କାର୍ଯ୍ୟାଳୟକୁ ଘେରାଉ କରିଥିଲେ । ଆସନ୍ତା ସାତଦିନ ମଧ୍ୟରେ ବିଦ୍ୟୁତ ବିଭାଗ ଉପଯୁକ୍ତ ସେବା ଯୋଗାଇବାରେ ବିଫଳ ହେଲେ ବାଧ୍ୟହୋଇ ଗ୍ରାମବାସୀ ନ୍ୟାୟାଳୟର ଆଶ୍ରୟ ନେବେ ବୋଲି ଚେତାବନୀ ଦେଇଛନ୍ତି । ସରପଞ୍ଚ ଅବଦୁଲ ୱାଇଦ ଖାଁ ଓ ସମିତି ସଭ୍ୟ ଲିଆକତ ଅଲ୍ଲୀ ଖାଁ ଙ୍କ ନେତୃତ୍ୱରେ ଶତାଧିକ ବିଦ୍ୟୁତ ଉପଭୋକ୍ତା ସେମାନଙ୍କ ସମାସ୍ୟା ଜଣାଇବା ପାଇଁ ଇଲେକ୍ଟ୍ରି ଏସଡ଼ିଓଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ଦୀର୍ଘ ସମୟ ଅପେକ୍ଷା କରି ରହିଥିଲେ ମଧ୍ୟ ଏସଡିଓଙ୍କ ଦେଖା ମିଳିନଥିଲା । ଫଳରେ ଲୋକେ ଅସନ୍ତୋଷ ପ୍ରକାଶ କରି କାର୍ଯ୍ୟାଳୟକୁ ଘେରାଉ କରି ରଖିଥିଲେ । ଯନ୍ତ୍ରୀ କୃତିବାସ ମାଝୀ ଘେରାଉ ସ୍ଥଳରେ ପହଞ୍ଚି ପଞ୍ଚାୟତବାସୀଙ୍କ ପାଖରୁ ଲିଖିତ ଅଭିଯୋଗ ଗ୍ରହଣ କରିଥିଲେ । ଆସନ୍ତା ୭ ଦିନ ମଧ୍ୟରେ ସମସ୍ୟାର ସମାଧାନ କରାନଗଲେ ନ୍ୟାୟ ପାଇଁ ପଞ୍ଚାୟତବାସୀ ବାଧ୍ୟ ହୋଇ କୋର୍ଟର ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି । ଦୀର୍ଘଦିନ ହେବ ଉକ୍ତ ସମାସ୍ୟା ଲାଗିରହିବା ଯୋଗୁଁ ପ୍ରଚଣ୍ଡ ରୌଦ୍ରତାପ ଓ ଅସହ୍ୟ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ଛୋଟ ଶିଶୁଙ୍କ ଠାରୁ ଆରମ୍ଭ କରି ରୋଗାଗ୍ରସ୍ତ ବ୍ୟକ୍ତି ଓ ସାଧାରଣ ଜନତା ପ୍ରବଳ ଗରମରେ ଆଉଟପାଉଟ ହେଉଛନ୍ତି । ଘରେ ବାହାରେ କେଉଁଠି ନିସ୍ତାର ମିଳୁନି । ଯେଉଁ ସମୟରେ କରେଣ୍ଟ ରହୁଛି ଲୋଭୋଲ୍ଟେଜ ସମସ୍ୟା ଯୋଗୁଁ ଟିଭି, ଫ୍ରିଜ, ପାଣିମଟର ଏପରିକି ଫ୍ୟାନ ମଧ୍ୟ ଠିକ ଭାବେ କାମକରୁନି ବୋଲି ସରପଞ୍ଚ ଶ୍ରୀ ଖାଁ ପ୍ରକାଶ କରିଛନ୍ତି । ଅନେକ ଜିନିଷ ପୋଡି ଯାଉଛି ବୋଲି ବୋଲି ସେ ଅଭିଯୋଗ କରିଛନ୍ତି । ପାର୍ଶ୍ୱବର୍ତ୍ତି ଗ୍ରାମରେ ସଠିକ ବିଦ୍ୟୁତ ସେବା ଉପଲବ୍ଧ ହେଉଥିବାବେଳେ ଜାଣିଶୁଣି ବିଦ୍ୟୁତ ବିଭାଗ ଶକ୍ତି ସଞ୍ଚୟ କରିବା ପାଇଁ ସେମାନଙ୍କ ପ୍ରତି ଏହିଭଳି ମନଭାବ ପୋଷଣ କରୁଛି ବୋଲି ସମିତି ସଭ୍ୟ ଶ୍ରୀ ଖାଁ କ୍ଷୋଭର ସହ କହିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ