ରାଷ୍ଟ୍ରୀୟ ସମ୍ମାନ ସହ ଶୋକାକୁଳ ପରିବେଶ ମଧ୍ୟରେ ପଞ୍ଚଭୂତରେ ଲୀନ ହେଲେ ଜବାନ ପ୍ରଣବ ପ୍ରକାଶ

ରାଷ୍ଟ୍ରୀୟ ସମ୍ମାନ ସହ ଶୋକାକୁଳ ପରିବେଶ ମଧ୍ୟରେ ପଞ୍ଚଭୂତରେ ଲୀନ ହେଲେ ଜବାନ ପ୍ରଣବ ପ୍ରକାଶ

ରାଷ୍ଟ୍ରୀୟ ସମ୍ମାନ ସହ ଶୋକାକୁଳ ପରିବେଶ ମଧ୍ୟରେ ପଞ୍ଚଭୂତରେ ଲୀନ ହେଲେ ଜବାନ ପ୍ରଣବ ପ୍ରକାଶ

News by Basanta Ratha (Cuttack)

#କଟକ ସଦର(ଏନ୍‌.ଏମ୍‌.): କଟକ ସଦର ଅନ୍ତର୍ଗତ ଧରିଣା ପଞ୍ଚାୟତ ତଥା ଧରିଣା ଗ୍ରାମର ବାପି ଓରଫ ପ୍ରଣବ ପ୍ରକାଶ ମହାଳି ସିଆରପିଏଫ ଜବାନ ଭାବେ ମଣିପୁରରେ କାର୍ଯ୍ୟରତ ଥିବା ସମୟରେ ଗତ ଶୁକ୍ରବାର ରାତିରେ ହୃଦଘାତରେ ମୃତ୍ୟୁବରଣ କରିଥିଲେ । ଆଜି ତାଙ୍କ ପାର୍ôଥବ ଶରୀର ପହଞ୍ଚିବା ଜନ୍ମମାଟିରେ ପରେ କନ୍ଦରପୁର ଠାରୁ ପାରାବିଲ୍‌, କମରପଦା ଦେଇ ଏକ ବିରାଟ ଶୋଭାଯାତ୍ରାରେ ଧରିଣାକୁ ନିଆଯାଇ ରାଷ୍ଟ୍ରୀୟ ସମ୍ମାନ ଗାର୍ଡ ଅଫ୍ ଅନର୍ ଦିଆଯିବା ପରେ ଶୋକାକୁଳ ପରିବେଶ ମଧ୍ୟରେ ଗ୍ରାମ୍ୟ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ଶବ ଶୋଭାଯାତ୍ରାରେ ହଜାର ହଜାର ଲୋକ ସାମିଲ ହୋଇଥିବା ବେଳେ ଉତ୍କଳ ବିକାଶ ପରିଷଦର ସଭାପତି ଇଂଜିନିୟର ପ୍ରକାଶ ଚନ୍ଦ୍ର ସେଠୀ, ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ପ୍ରମୁଖ ଯୋଗ ଦେଇ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଶାନ୍ତ୍ୱନା ଦେବା ସହ ସେଇ ଅମର ଆତ୍ମାର ଶରୀରରେ ପୁଷ୍ପ ମାଲ୍ୟ ପ୍ରଦାନ କରିଥିଲେ । କନ୍ଦରପୁର ଓ କିଶନନଗର ଥାନା ପୁଲିସ ଶୋଭା ଯାତ୍ରାକୁ ଶୃଙ୍ଖଳିତ କରିଥିଲେ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ