ଟାଟା ପାୱାର ଉପଭୋକ୍ତା ମାରଣ ନୀତି ପ୍ରତିବାଦରେ ଦାବିପତ୍ର

ଟାଟା ପାୱାର ଉପଭୋକ୍ତା ମାରଣ ନୀତି ପ୍ରତିବାଦରେ ଦାବିପତ୍ର

ଫଟୋ- ପଦ୍ମଲୋଚନ ମିଶ୍ର

କଟକ(ଏନ୍‌.ଏମ୍‌.): ବିଦ୍ୟୁତ ଉପଭୋକ୍ତା ମଞ୍ଚ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଟାଟା ପାୱାର ବିରୋଧରେ ଏଡିଏମ ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ବର୍ତ୍ତମାନ ବିଜୁଳି ମଣିଷର ସର୍ବନିମ୍ନ ଆବଶ୍ୟକତା ହୋଇପଡ଼ିଥିବାବେଳେ ଏହାର ସୁଯୋଗ ନେଇ ଉପଭୋକ୍ତାଙ୍କୁ ଶୋଷଣ କରାଯାଉଛି ବୋଲି ଅଭିଯୋଗ ହୋଇଛି । ତେବେ ରାଜ୍ୟରେ ଯେଉଁ ବିଦ୍ୟୁତ ସଂସ୍କାର ଚାଲିଛି ସେଥିରେ ସାଧାରଣ ଉପଭୋକ୍ତାମାନଙ୍କୁ ହଇରାଣ ହରକତ କରାଯାଉଛି । ଟାଟା ପାୱାର କର୍ମଚାରୀମାନେ ଗ୍ରାହକମାନଙ୍କ ଘରକୁ ବିନା ଅନୁମତିରେ ପ୍ରବେଶ କରିବା, ମହିଳାମାନଙ୍କୁ ଦୁର୍ବ୍ୟବହାର କରିବା, ଅନାବଶ୍ୟକ ଭାବରେ ବାରମ୍ବାର ଲାଇନ୍ କାଟିବା, ଭୁଲ ମିଟରକୁ ପରିବର୍ତ୍ତନ ନକରିବା, ମିଟର ଠିକ୍ ଥିବା ସତ୍ତ୍ୱେ ମନଇଚ୍ଛା ହାରହାରି ବିଲ୍ ପ୍ରଦାନ କରିବା, ବାରମ୍ବାର ବିଦ୍ୟୁତ କାଟ କରିବା ଇତ୍ୟାଦି ବେଆଇନ କାମ କରୁଥିବା ଦାବିପତ୍ରରେ ଉଲ୍ଲେଖ ଅଛି । ଏହି ବିକ୍ଷୋଭରେ ଟାଙ୍ଗୀ-ଚୌଦ୍ୱାର ଅଞ୍ଚଳରୁ ବହୁ ଉପଭୋକ୍ତା ଯୋଗଦେଇ ଟାଟା ପାୱାର ହାତରୁ ବିଦ୍ୟୁତ ବଣ୍ଟନ ଦାୟିତ୍ୱ ପ୍ରତ୍ୟାହାର କରାଯିବାକୁ ଦାବି କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟୁତ ଉପଭୋକ୍ତା ମଞ୍ଚ ସଭାପତି ଜୟ ସିଂ, ସଂପାଦକ ବିଷ୍ଣୁଚରଣ ସାହୁ, ପୂର୍ବତନ ନଗରପାଳ କୈଳାସ ଚନ୍ଦ୍ର ବେହେରା, ହରିହର ପରିଡ଼ା, ଲିଙ୍ଗରାଜ ସାହୁ, ର୍ନିମଳ ସ୍ୱାଇଁ ପ୍ରମୁଖ ଉପସ୍ଥିତ ନେତୃତ୍ୱ ନେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *