ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡିର ଗଣଧାରଣା

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡିର ଗଣଧାରଣା

News by Rajendra Pradahan (Cuttack)

#କଟକ(ଏନ୍‌.ଏମ୍‌.): କେନ୍ଦ୍ର ସରକାରଙ୍କର ରାଜ୍ୟ ପ୍ରତି ବୈମାତୃକ ମନୋଭାବ ବିରୋଧରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ବିଜେଡି ପକ୍ଷରୁ ଗଣଧାରଣା ଦିଆଯାଇଛିି । ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଟକ ନଗର ବିଜେଡି ସଭାପତି ମଧୁସୂଦନ ସାହୁ ସଭାପତିତ୍ୱ କରିଥିଲେ । ଅନୁଷ୍ଠିତ ପ୍ରତିବାଦ ସଭାରେ ମେୟର ସୁବାସ ସିଂହ, ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ୱାଳ, ନିରାମୟର ଉପଦେଷ୍ଟା ଡକ୍ଟର ରଞ୍ଜନ କୁମାର ବିଶ୍ୱାଳ, ରାଜ୍ୟ ବିଜେଡିର ସାଧାରଣ ସଂପାଦକ ମହମ୍ମଦ ସକିଲ୍‌, ଡକ୍ଟର ମହମ୍ମଦ୍ ଆୟୁବ୍‌, ଅନିତା ବେହେରା,ସମ୍ପଦି ମୋଡା,ଧର୍ମେଶ ନାୟକ, ପ୍ରଶାନ୍ତ ନାୟକ,ଯୁଗଳ ନାୟକ,ଶଶି ଦାସ, ଆସିଫ୍ ଅମିନ୍‌, ସମୈଦୀପ୍ ଘୋଷ, ସନ୍ତୋଷ ମହାପାତ୍ର, ପ୍ରଦୀପ୍ତ ଖୁଣ୍ଟିଆ, ରମଜାନ ଖାଁ,ଏକ୍ରାମ ହୁସେନ, ହରିଶଙ୍କର ରାଉତ୍‌,ଜ୍ଞାନଗିରି ଗୋସ୍ୱାମୀ,ପ୍ରଫୁଲ୍ଲ ମହାପାତ୍ର,ଜଗତଜ୍ୟୋତି ପଟ୍ଟନାୟକ,ଗଦାଧର ସାହୁ,ସ୍ମୃତି ରଞ୍ଜନ ଦାସ ଯୋଗଦେଇ ପ୍ରଧାନମନ୍ତ୍ରୀ ଗରିବ ଜନକଲ୍ୟାଣ ଅନ୍ନ ଯୋଜନା ମାଧ୍ୟମରେ କାଟିଥିବା ପାଞ୍ଚ କେଜି ଚାଉଳ ରାଜ୍ୟର ୩.୨୫କୋଟି ଗରିବ ଖଟିଖିଆଙ୍କ ପାଇଁ କେନ୍ଦ୍ର ସରକାରଙ୍କର ନୀନ୍ଦନୀୟ ପଦକ୍ଷେପ ବୋଲି ଉଲ୍ଲେଖ କରିଥିଲେ । ବିଜେଡି ନେତୃମଣ୍ଡଳୀ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏଡିଏମଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ । ସେହିଭଳି ଚୌଦ୍ୱାର ନଗର ବିଜେଡି ପକ୍ଷରୁ ଚୌଦ୍ୱାର ପୌରକାର୍ଯ୍ୟାଳୟ ସମ୍ମୁଖରେ ଏବଂ ଟାଙ୍ଗୀ-ଚୌଦ୍ୱାର ବ୍ଲକ କାର୍ଯ୍ୟାଳୟ ସମ୍ମୁଖଷର ଏହି ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଧାୟକ ସୌଭିକ ବିଶ୍ୱାଳ ବିକ୍ଷୋଭର ନେତୃତ୍ୱ ନେଇଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *