କଟକରେ ଷଷ୍ଠ ଷ୍ଟାର କଳଚରାଲ ଫେଷ୍ଟିଭାଲ ଉଦ୍‌ଘାଟିତ

କଟକରେ ଷଷ୍ଠ ଷ୍ଟାର କଳଚରାଲ ଫେଷ୍ଟିଭାଲ ଉଦ୍‌ଘାଟିତ

କଟକରେ ଷଷ୍ଠ ଷ୍ଟାର କଳଚରାଲ ଫେଷ୍ଟିଭାଲ ଉଦ୍‌ଘାଟିତ

News by Umakanta Jena (Cuttack)

#କଟକ(ଏନ୍‌.ଏମ୍‌.): କଳା ଓ ସଂସ୍କୃତିର ସହର କଟକରେ ଷ୍ଟାର କଲଚରାଲ ଫେଷ୍ଟିଭାଲର ୬ଷ୍ଠ ବାର୍ଷିକ ଉତ୍ସବ ସ୍ଥାନୀୟ କଳାବିକାଶ କେନ୍ଦ୍ର ଠାରେ ଉଦ୍‌ଘାଟିତ ହୋଇଯାଇଛି । କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଭଳି ବିଭିନ୍ନ ରାଜ୍ୟର ନାମୀଦାମୀ କଳାକାରମାନେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । କଟକ ହିଁ କଳା ସଂସ୍କୃତିର ସମନ୍ୱୟର କେନ୍ଦ୍ରବିନ୍ଦୁ ବୋଲି ମିଶନ ଜିରୋ ଏଫର ନିର୍ଦ୍ଦେଶିକା ରଶ୍ମିତା ମିଶ୍ର କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ମତ ପ୍ରକାଶ କରିଥିଲେ । ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ପବିତ୍ର ମୋହନ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଇନକମ ଟ୍ୟାକ୍ସର ଅବସରପ୍ରାପ୍ତ ମୁଖ୍ୟ ଆୟୁକ୍ତ ପ୍ରଦେଶ ଚନ୍ଦ୍ର ମହାନ୍ତି ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ଅଲ ଇଣ୍ଡିଆ ଥିଏଟର କାଉନସିଲିଂ ଉପସଭାପତି ରାଜଗୋପାଳ ପାଢ଼ୀ ପ୍ରମୁଖ ଯୋଗଦେଇ ଅନୁଷ୍ଠାନର ଏହି ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ । ଏହି ଅବସରରେ ରାଉକେଲାର ସାଂସ୍କୃତିକ କଳା ପରିଷଦ ପକ୍ଷରୁ ଓଡ଼ିଆ ନାଟକ ଶୂନ୍ୟ ପଞ୍ଜୁରୀ ଏବଂ ଗଞ୍ଜାମ ଜିଲ୍ଲା ସୌଖିନ କଳାକାର ସଂଘର ସାପିତ ପୁତ୍ର ନାଟକ ଦର୍ଶକମାନଙ୍କୁ ଭିନ୍ନ ଏକ ଦୁନିଆରେ ହଜାଇ ଦେଇଥିଲା । ଏଥି ସହିତ ପଶ୍ଚିମବଙ୍ଗର ଅନୁମିତା ସେଠଙ୍କ ଓଡ଼ିଶୀ ନୃତ୍ୟ, ଉତ୍ପଳ ଦେବନାଥଙ୍କ ରବିନ୍ଦ୍ର ସଂଗୀତ ନୃତ୍ୟ, ସାୟାନୀ ପାଣ୍ଡେଙ୍କ ଫକ ଡ୍ୟାନ୍ସ, ପ୍ରାଣଜିତା ଭଟ୍ଟାଚାର୍ଯ୍ୟଙ୍କ ଭାରତନାଟ୍ୟମ, କୌଶିଶ ଘୋଷ ଓ ଅନିତା ଦତ୍ତଙ୍କ ସୃଜନଶୀଳ ନୃତ୍ୟ ସହିତ ସୁନନ୍ଦା ହାଜରା, ଚନ୍ଦ୍ରିମା ନନ୍ଦୀ, ସୁସ୍ମିତା ଗୋରାଇ, ମନୋଶ୍ରିତା ରଏଙ୍କ ନୃତ୍ୟରେ ଦର୍ଶକ ଝୁମିଥିଲେ । କାର୍ଯ୍ୟକ୍ରମରେ ଡକ୍ଟର କ୍ଷିରୋଦ ଚନ୍ଦ୍ର ସାହୁ ଅତିଥି ପରିଚୟ ଦେଇଥିବାବେଳେ ବିଶ୍ୱମ୍ବର ସାହୁ, ଭାଗ୍ୟବତୀ ସାହୁ, ମଧୁସ୍ମିତା ସାହୁ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ । ପ୍ରଫେସର କିଶୋର ଚନ୍ଦ୍ର ଦାସ ଧନ୍ୟବାଦ ଦେଇଥିଲେ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ