ଜିଲ୍ଲାପାଳଙ୍କ ବଡମ୍ବା ଓ ନରସିଂପୁର ଅଞ୍ଚଳ ପରିଦର୍ଶନ
ଜିଲ୍ଲାପାଳଙ୍କ ବଡମ୍ବା ଓ ନରସିଂପୁର ଅଞ୍ଚଳ ପରିଦର୍ଶନ କଟକ(ଏନ୍.ଏମ୍.): ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ ଆଜି ଜିଲ୍ଲାର ବଡମ୍ବା ଏବଂ ନରସିଂହପୁର ଅଞ୍ଚଳ ପରିଦର୍ଶନ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସେ ପ୍ରଥମେ କମଳାଡିହ ପଞ୍ଚାୟତ ପରିଦର୍ଶନ କରି ସେଠାରେ ଏସବିଆଇ ବ୍ରାଞ୍ଚ ଖୋଲାଯିବା ନିମନ୍ତେ ସ୍ଥାନ ବୁଲି ଦେଖିଥିଲେ । ସେଠାରେ ଖୁବଶୀଘ୍ର ବାଣିଜ୍ୟିକ ବ୍ୟବସ୍ଥାର ଅଧିକ ଉନ୍ନତି ସହିତ ବ୍ୟାଙ୍କିଙ୍ଗ ସେବା ଯୋଗାଇବା ଉପରେ ଜିଲ୍ଳାପାଳ ଶ୍ରୀ ଚୟନୀ ଗୁରୁତ୍ୱାରୋପ କରିଥିଲେ…
