କୁଚ ବିହାର ଟ୍ରଫି: ଓଡ଼ିଶା ଦଳ ଘୋଷଣା
କୁଚ ବିହାର ଟ୍ରଫି: ଓଡ଼ିଶା ଦଳ ଘୋଷଣା କଟକ(ଏନ୍.ଏମ୍.): ଆସନ୍ତା ୨୯ ତାରିଖରୁ ୧୯ବର୍ଷରୁ କମ ବାଳକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ତଥା କୁଚବିହାର ଟ୍ରଫି ଆରମ୍ଭ ହେବାକୁ ଯାଉଛି । ଏହି ଟୁର୍ଣ୍ଣାମେଣ୍ଟ ଲାଗି ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) ପକ୍ଷରୁ ରାଜ୍ୟ ଦଳ ଘୋଷଣା ସମ୍ପର୍କରେ ଜୁନିୟର ଦଳ ଚୟନକର୍ତ୍ତା ସୁବିତ ବିଶ୍ୱାଳ ଓ ଅମୀୟ ରାୟ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି । ଅଧିନାୟକ ଭାବେ ଶ୍ରେଷ୍ଠ ସିଂହଙ୍କୁ ଦାୟିତ୍ୱ ଦିଆଯାଇଛି ।…
