ରାଜ୍ୟର ସବୁଠାରୁ ଦୀର୍ଘତମ ସେତୁକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ରାଜ୍ୟର ସବୁଠାରୁ ଦୀର୍ଘତମ ସେତୁକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ବଡ଼ମ୍ବା(ଏନ୍.ଏମ୍.): କଟକ ଜିଲ୍ଲା ଅନ୍ତର୍ଗତ ବଡ଼ମ୍ବା ବ୍ଲକର ଗୋପୀନାଥପୁର ଠାରେ ମହାନଦୀ ଉପରେ ରାଜ୍ୟର ସବୁଠାରୁ ଦୀର୍ଘତମ ସେତୁକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି । ୩.୪ କିଲୋମିଟର ଦୀର୍ଘ ଏହି ସେତୁର ଆକାର ଇଂରାଜୀ (ଟି)ଅକ୍ଷର ସଦୃଶ ହୋଇଥିବାବେଳେ ଏଭଳି ସେତୁ ରାଜ୍ୟର ପ୍ରଥମ ବୋଲି ଜଣାପଡ଼ିଛି । ତେବେ ଏହି ସେତୁ ନିର୍ମାଣ ପାଇଁ ୧୧୧ କୋଟି ଟଙ୍କା ବ୍ୟୟ କରାଯାଇଛି ।…
