ଢିଙ୍କିଆରେ ପୋଲିସର ବର୍ବର ଲାଠି ଚାଳନା ଓ ଆତଙ୍କରାଜକୁ ଏସ୍‌ୟୁସିଆଇ(ସି) ପକ୍ଷରୁ ନିନ୍ଦା

ଢିଙ୍କିଆରେ ପୋଲିସର ବର୍ବର ଲାଠି ଚାଳନା ଓ ଆତଙ୍କରାଜକୁ ଏସ୍‌ୟୁସିଆଇ(ସି) ପକ୍ଷରୁ ନିନ୍ଦା କଟକ(ଏନ୍‌.ଏମ୍‌.): ଜଗସିଂହପୁର ଜିଲ୍ଲାର ଢିଙ୍କିଆ ବାସିଙ୍କ ଉପରେ ପୋଲିସର ଆତଙ୍କରାଜ ଓ ବର୍ବର ଲାଠି ଚାଳନାକୁ ଏସ୍‌ୟୁସିଆଇ(ସି)ର କଟକ ଜିଲ୍ଲା କମିଟି ପକ୍ଷରୁ ଆହୁତ ଏକ ସାମ୍ବାଦିକ ସମିଳନୀରେ ତୀବ୍ର ନିନ୍ଦା କରିବା ସହିତ ସମ୍ପୃକ୍ତ ଅଂଚଳରେ ପୋଲିସ ଆତଙ୍କରଜ ତୁରନ୍ତ ବନ୍ଦ କରିବା, ସେ ଅଂଚଳରୁ ତୁରନ୍ତ ପୋଲିସ୍ ପ୍ରତ୍ୟାହାର କରିବା, ଗିରଫ ଲୋକଙ୍କୁ ବିନା ସର୍ତ୍ତରେ ଖଲାସ କରିବା ସହ…

Read More

ସିଏମସି ୪୮ନମ୍ବର ୱାର୍ଡରେ ମହିଳା ସୁରକ୍ଷା ଓ ସଶକ୍ତିକରଣ ସଚେତନତା କର୍ମଶାଳା

ସିଏମସି ୪୮ନମ୍ବର ୱାର୍ଡରେ ମହିଳା ସୁରକ୍ଷା ଓ ସଶକ୍ତିକରଣ ସଚେତନତା କର୍ମଶାଳା ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଆଞ୍ଚଳିକ ସାମାଜିକ ସଂଗଠନ ପକ୍ଷରୁ ଜଗତପୁର ୪୮ନମ୍ବର ୱାର୍ଡର ଭୁବନପୁର ଗୋଷ୍ଠୀ କେନ୍ଦ୍ର ଗୃହରେ ମହିଳା ସୁରକ୍ଷା ଓ ସଶକ୍ତିକରଣ ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସଂଗଠନ ସଭାପତି ହରିହର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଜଗତପୁର ଅଞ୍ଚଳର ବିଭିନ୍ନ ମହିଳା ସଂଗଠନର ପ୍ରତିନିଧି, ବସ୍ତିସଂଘର ସଭାପତି, ଆରୋଗ୍ୟ କଲ୍ୟାଣ ସମିତି, ସ୍ୱଛ ସାଥୀ, ଜଳ ସାଥିଙ୍କ…

Read More

ନବଦିନାତ୍ମକ ରାଷ୍ଟ୍ରୀୟ ରାମାୟଣ ମହୋତ୍ସବ ଉଦ୍‌ଯାପିତ

ନବଦିନାତ୍ମକ ରାଷ୍ଟ୍ରୀୟ ରାମାୟଣ ମହୋତ୍ସବ ଉଦ୍‌ଯାପିତ ପୁରୀ(ଏନ୍‌.ଏମ୍‌.): ନବଦିନାତ୍ମକ ରାଷ୍ଟ୍ରୀୟ ରାମାୟଣ ମହୋତ୍ସବ ଉଦଯାପିତ ହୋଇଯାଇଛି । ଅନ୍ତିମ ଦିବସରେ ଗୋମାତା ପୂଜନ ଓ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟ ତରଫରୁ ଶାରଦା ଦେବୀ ରୋଡ଼ ସ୍ଥିତ ଶାରଦା ଗାର୍ଡେନ ପରିସରରେ ନବ ଦିନାତ୍ମକ ରାଷ୍ଟ୍ରୀୟ ରାମାୟଣ ମହୋତ୍ସବର ଉଦଯାପନୀ ଉତ୍ସବ ଅବସରରେ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଗୋବିନ୍ଦ ଗୋଧାମ ଗୋଶାଳାରେ ଭକ୍ତ ଏବଂ ଶ୍ରୋତା ମିଳିତ ଭାବେ ଗୋମାତା…

Read More

ଆଦିବାସୀ ବସ୍ତିରେ ବିଶିଷ୍ଟ ସାହିତ୍ୟିକ ତଥା ରାଜନୈତିଜ୍ଞ ଅନ୍ନଦା ପ୍ରସାଦ ରାୟଙ୍କ ଜୟନ୍ତୀ

ଆଦିବାସୀ ବସ୍ତିରେ ବିଶିଷ୍ଟ ସାହିତ୍ୟିକ ତଥା ରାଜନୈତିଜ୍ଞ ଅନ୍ନଦା ପ୍ରସାଦ ରାୟଙ୍କ ଜୟନ୍ତୀ କଟକ(ଏନ୍‌.ଏମ୍‌.): ପବିତ୍ର ମକର ସଂକ୍ରାନ୍ତି ତିଥିରେ କଟକ ବାଲି ସାହି ଆଦିବାସୀ ବସ୍ତିରେ ବିଶିଷ୍ଟ ସାହିତ୍ୟିକ ତଥା ରାଜନୈତିଜ୍ଞ ଅନ୍ନଦା ପ୍ରସାଦ ରାୟଙ୍କ ୮୫ ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଆସିବାସୀ ପରମ୍ପରା ଅନୁଯାୟୀ ମହା ସମାରୋହରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ରାୟଙ୍କ ସ୍ମୃତିଚାରଣ କରିଥିଲେ । ବିଶିଷ୍ଟ ବସ୍ତି ନେତା ତଥା…

Read More

କଟକ ବାଲିସାହିରେ ସାଗୁନ ମକର ସାକରାତ

କଟକ ବାଲିସାହିରେ ସାଗୁନ ମକର ସାକରାତ କଟକ(ଏନ୍‌.ଏମ୍‌.): ସ୍ଥାନୀୟ ନୂଆପଡା ବାଲିସାହି ଆଦିବାସୀ ବସ୍ତିଠାରେ ସାନ୍ତାଳମାନଙ୍କ ମହାନ ପର୍ବ “ସାଗୁନ ମକର ସାକରାତ’ ପାରମ୍ପରିକ ଭାବେ କୋଭିଡ ନିୟମ ପାଳନ ପୂର୍ବକ ପାଳନ ହୋଇ ଯାଇଛି । ଏହି ଅବସରରେ ସକାଳୁ ସମସ୍ତ ଆଦିବାସୀ ପରିବାର ଘରେ ଘରେ ମାଂସ ପିଠା, ଲେଟ, ସଳେ ଇତ୍ୟାଦି ପାରମ୍ପରିକ ପିଠାପଣା ପ୍ରସ୍ତୁତ କରି ପୂଜା କରିଥିଲେ । ସେହିଭଳି ସନ୍ଧ୍ୟାରେ ମୁଖ୍ୟ ଆକର୍ଷଣ “ଢାବୁଲ ତାମସା’ର ଆୟୋଜନ ହୋଇଥିଲା…

Read More

ନୂଆପୃଥିବୀ ପକ୍ଷରୁ ଫକୀର ମୋହନ ଜୟନ୍ତୀ:ସମାଜ ମୁକ୍ତିର ଗାନ ଗାଇଗଲେ ଫକୀର ମୋହନ

ନୂଆପୃଥିବୀ ପକ୍ଷରୁ ଫକୀର ମୋହନ ଜୟନ୍ତୀ:ସମାଜ ମୁକ୍ତିର ଗାନ ଗାଇଗଲେ ଫକୀର ମୋହନ କଟକ(ଏନ୍‌.ଏମ୍‌.): ଜଗନ୍ନାଥ ବିହାର,ଗୋପାଳପୁରଠାରେ ସାହିତ୍ୟ ଅନୁଷ୍ଠାନ ନୂଆପୃଥିବୀ ତରଫରୁ ବ୍ୟାସକବି ଫକୀର ମୋହନଙ୍କ ୧୭୯ ତମ ଜନ୍ମ ବାର୍ଷିକ ପାଳିତ ହୋଇଛି । ଅନୁଷ୍ଠାନର ଆବାହକ କବି ଅକ୍ଷୟ ରାଉଳଙ୍କ ପରିଚାଳନାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ସାହିତ୍ୟକାର ପ୍ରଫେସର ସିଦ୍ଧାର୍ଥ ଭରଦ୍ୱାଜ ଯୋଗଦେଇ ଫକୀର ମୋହନଙ୍କ କାଳଜୟୀ ସାହିତ୍ୟର ସାମାଜିକ ମୂଲ୍ୟବୋଧ ସମ୍ପର୍କରେ ଆଲୋଚନା କରି ସମାଜ ମୁକ୍ତିର ଗାନ ଗାଇଗଲେ…

Read More

କଟକ ସହରରୁ ପୁଣି ୬୦୧ ନୂଆ ପଜିଟିଭ ଚିହ୍ନଟ: କରୋନା ମୁକାବିଲା ପାଇଁ ଏସସିବି ପ୍ରସ୍ତୁତ

କଟକ ସହରରୁ ପୁଣି ୬୦୧ ନୂଆ ପଜିଟିଭ ଚିହ୍ନଟ: କରୋନା ମୁକାବିଲା ପାଇଁ ଏସସିବି ପ୍ରସ୍ତୁତ କଟକ(ଏନ୍‌.ଏମ୍‌.): ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ଲମ୍ବଡିଆଁ ମାରୁଥିବାବେଳେ କଟକ ମଧ୍ୟ ପଛରେ ରହିନାହିଁ । ପ୍ରତିଦିନ ସହରରୁ ଶତାଧିକ ନୂତନ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଫଳରେ ସିଏମସି କର୍ତ୍ତୃପକ୍ଷ ବାଧ୍ୟ ହୋଇ କଟକଣାକୁ କଡ଼ାକଡ଼ି କରିବା ସହ ଏକାଧିକ ସଂକ୍ରମିତ ଚିହ୍ନଟ ହେଉଥିବା ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଚାଲିଛି । ତେବେ ଆଜି କଟକ…

Read More

ଦଲାଲମୁକ୍ତ କଟକ ରେଳଷ୍ଟେସନ ପାଇଁ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ସ୍ୱତନ୍ତ୍ର ଅଭିଯାନ

ଦଲାଲମୁକ୍ତ କଟକ ରେଳଷ୍ଟେସନ ପାଇଁ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳର ସ୍ୱତନ୍ତ୍ର ଅଭିଯାନ କଟକ(ଏନ୍‌.ଏମ୍‌.): ଦଲାଲମୁକ୍ତ କଟକ ରେଳଷ୍ଟେସନ ପାଇଁ ଖୋର୍ଦ୍ଧାରୋଡ଼ ରେଳମଣ୍ଡଳର ସ୍ୱତନ୍ତ୍ର ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଷ୍ଟେସନରେ ବା ଟ୍ରେନରେ ଅନଧିକୃତ ଯାତ୍ରୀ, ବିକ୍ରେତା ଏବଂ ଟ୍ରେନ ଟିକେଟ ସଂରକ୍ଷଣ କାଉଣ୍ଟରରେ ଦଲାଲମାନଙ୍କର କାର୍ଯ୍ୟକଳାପ ଉପରେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଦ୍ୱାରା ବିଶେଷ ଅଭିଯାନ । ନୂତନ ପ୍ରକାରର ଭୂତାଣୁ ଓମିକ୍ରନ୍ ସହିତ କୋଭିଡ-୧୯ସଂକ୍ରମଣର ତୃତୀୟ ଲହର ସମୟରେ, ଟ୍ରେନରେ ଅନଧିକୃତ…

Read More

ଚକରା ବିଷୋୟୀଙ୍କର ୧୯୯ତମ ଜୟନ୍ତୀ ଅବସରରେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଶ୍ରଦ୍ଧାଞ୍ଜଳି

ଚକରା ବିଷୋୟୀଙ୍କର ୧୯୯ତମ ଜୟନ୍ତୀ ଅବସରରେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଶ୍ରଦ୍ଧାଞ୍ଜଳି ଭୁବନେଶ୍ୱର(ଏନ୍‌.ଏମ୍‌.): ଆଜି ଚକରା ବିଷୋୟୀଙ୍କ ୧୯୯ତମ ଜୟନ୍ତୀ ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ବିଭାଗୀୟ ସମ୍ମିଳନୀ କକ୍ଷରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସାରା ଦେଶରେ କୋଭିଡ୍‌-୧୯ ତୃତୀୟ ଲହର ସଂକ୍ରମଣ ଦ୍ରୁତଗତିରେ ବଢ଼ି ଚାଲିଥିବାରୁ କୋଭିଡ୍ ମାର୍ଗଦର୍ଶିକାର କଡ଼ାକଡ଼ି ଅନୁପାଳନ ସହ ବିପ୍ଳବୀ ଚକରା ବିଷୋୟୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ତଥା ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା…

Read More

କୋଣାର୍କରେ ବିଶ୍ୱକଲ୍ୟାଣ ସୌର ମହାଯଜ୍ଞ

କୋଣାର୍କରେ ବିଶ୍ୱକଲ୍ୟାଣ ସୌର ମହାଯଜ୍ଞ କୋଣାର୍କ (ଏନ୍‌.ଏମ୍‌.): ସୌର ମହାଯଜ୍ଞ ପରିଚାଳନା ସମିତି ଆନୁକୂଲ୍ୟରେ ରାଜାରାମ ଆଶ୍ରମ ପରିସରରେ ତ୍ରିଦିବସୀୟ ବିଶ୍ୱକଲ୍ୟାଣ ସୌର ମହାଯଜ୍ଞ ଅନୁଷ୍ଠିତ ହୋଇଛି । ଏହି ବିଶ୍ୱକଲ୍ୟାଣ ସୌର ମହାଯଜ୍ଞ ଗତ ୧୦ତାରିଖ ଠାରୁ ଆରମ୍ଭ ହୋଇଥିବାବେଳେ ପବିତ୍ର ଶାମ୍ବଦଶମୀ ତିଥି ୧୨ତାରିଖ ସୂର୍ଯ୍ୟାସ୍ତ ସମୟରେ ପୂର୍ଣ୍ଣାହୁତି ହୋଇଯାଇଛି । ସ୍ଥାନୀୟ ପଣ୍ଡିତମାନଙ୍କ ଦ୍ୱାରା ତ୍ରିଦିବସୀୟ ସୌର ମହାଯଜ୍ଞ କାର୍ଯ୍ୟ ସୁଚାରୂରୁପେ ସମ୍ପାଦନ ହୋଇଛି । ଉଦଯାପନୀ ସନ୍ଧ୍ୟାରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ…

Read More

କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଜାତୀୟ ଯୁବ ଦିବସ

କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଜାତୀୟ ଯୁବ ଦିବସ ବିବେକାନନ୍ଦଙ୍କ ଆଦର୍ଶରେ ଯୁବପିଢ଼ି ଅନୁପ୍ରାଣିତ ହୁଅନ୍ତୁ : ସ୍ୱାମୀଜୀ ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସ୍ୱାମୀ ବିବେକାନନ୍ଦଙ୍କ ୧୫୯ ତମ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି । କଳିଙ୍ଗ ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ଏହି ଉତ୍ସବରେ ରାମକୃଷ୍ଣ ମିଶନର ସମ୍ପାଦକ ସ୍ୱାମୀ ଆତ୍ମା ପ୍ରଭାନନ୍ଦ ମହାରାଜ ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ…

Read More

ମଣ୍ଡିରେ ଧାନ ବିକ୍ରୀ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବାକୁ ବାଚସ୍ପତିଙ୍କ ନିର୍ଦ୍ଦେଶ

ମଣ୍ଡିରେ ଧାନ ବିକ୍ରୀ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବାକୁ ବାଚସ୍ପତିଙ୍କ ନିର୍ଦ୍ଦେଶ ଭୁବନେଶ୍ୱର(ଏନ୍‌.ଏମ୍‌.): କୁକୁଡାଖଣ୍ଡି ଓ ଦିଗପହଣ୍ଡି ବ୍ଲକ ଅଧିନସ୍ଥ ସମସ୍ତ ଧାନ ମଣ୍ଡି ଗୁଡିକରେ ଧାନ ବିକ୍ରୀ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବାକୁ ଆଜି ବାଚସ୍ପତି ଡକ୍ଟର ସୂର୍ଯ୍ୟ ନାରାୟଣ ପାତ୍ର ବିଭାଗୀୟ ପଦାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗତ ୦୪ ତାରିଖ ଠାରୁ ୦୭ତାରିଖ ପର୍ଯ୍ୟନ୍ତ ନିଜ ନିର୍ବାଚନ ମଣ୍ଡଳୀ ପରିଦର୍ଶନରେ ଯାଇ ସେ ଚାଷୀମାନଙ୍କ ସହିତ ବ୍ୟକ୍ତିଗତ ଭାବେ ଆଲୋଚନା କରିଥିଲେ ଏବଂ ସେମାନଙ୍କ ସମସ୍ୟା…

Read More