ଏଣିକି ଗୁରୁତର କରୋନା ରୋଗୀଙ୍କୁ ଦିଆଯିବ ‘ଟୋସଲିଜୁମାବ୍’ ଇଂଜେକସନ
ରାଜ୍ୟରେ କରୋନା ଏବେ ଦିନକୁ ଦିନ ଲମ୍ବ ଡିଆଁ ମାରୁଥିବା ବେଳେ ଘାତକ ସାଜିଲାଣି ମେ’। ଚଳିତ ମାସରେ ରାଜ୍ୟରେ କରୋନା ପିକ୍ରେ ପହଞ୍ଚିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଆକଳନ କରୁଥିବା ବେଳେ ଗୁରୁତରଙ୍କ ସଂଖ୍ୟା ମଧ୍ୟ ବଢ଼ିଯିବ। ଏପରି ସ୍ଥିତିରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା କରୋନା ରୋଗୀ ତଥା ଭେଣ୍ଟିଲେଟରରେ ଥିବା ରୋଗୀଙ୍କୁ ଦିଆଯିବ ଟୋସଲିଜୁମାବ୍ ଇଂଜେକସନ୍। ଏହାଦ୍ୱାରା ମୃତ୍ୟୁ ସଂଖ୍ୟା ହ୍ରାସ ପାଇବ ବୋଲି ଆକଳନ କରାଯାଉଥିବା ବେଳେ ଏହାକୁ କିନ୍ତୁ ତୁରନ୍ତ…
