News by Kanhu Charan Panda (Jagatpur)

ଜଗତପୁର ଅଞ୍ଚଳରେ ଚାଞ୍ଚଲ୍ୟ: ଟାଟା ଏସିରେ ଛୁଆ ଚୋରି, ଜଣେ ଉଦ୍ଧାର

News by Kanhu Charan Panda (Jagatpur)

#ଜଗତପୁର(ଏନ୍‌.ଏମ୍‌.): କଟକ କମିଶନରେଟ ପୁଲିସ ଅଞ୍ଚଳରେ ଛୁଆ ଚୋରି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ୪ଜଣ କୁନିକୁନି ପିଲାଙ୍କୁ ଅପହରଣ କରାଯାଇଥିବାବେଳେ ଜଣେ ଛାତ୍ରୀ ଉଦ୍ଧାର ହୋଇଛି । ଏ ନେଇ ସମଗ୍ର ଜଗତପୁର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯିବା ସହ ଅନ୍ୟ ତିନିଜଣ ଅପହୃର୍ତ୍ତାଙ୍କୁ ତୁରନ୍ତ ଉଦ୍ଧାର କରିବା ନିମନ୍ତେ ଦାବି ହୋଇଛି । ତେବେ ଆଜି ଏଭଳି ଅଭାବନୀୟ ଘଟଣା ଘଟିବା ଯୋଗୁଁ ଅଭିଭାବକମାନେ ଭୟଭୀତ ହୋଇ ପଡ଼ିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଜଗତପୁର ଥାନା ଅନ୍ତର୍ଗତ ଭୂବନପୁର ଗ୍ରାମରେ ସକାଳ ପ୍ରାୟ ୮ଟା ସମୟରେ ଜଣେ ପଞ୍ଚମ ଶ୍ରେଣୀର ଛାତ୍ରୀ ଘରୁ ଟ୍ୟୁସନ ଯିବା ସମୟରେ ଦୁଇ ଦୃର୍ବୁତ୍ତ ଛାତ୍ରୀଙ୍କ ମୁହଁରେ କୌଣସି ସାମଗ୍ରୀ ସୁଙ୍ଗାଇ ଏକ ଅଖାରେ ଭର୍ତ୍ତି କରି ଟାଟା ଏସି ଗାଡିରେ ଅପହରଣ କରିନେବା ଜଣାପଡ଼ିଛି । ସେହି ଟାଟା ଏସି ଗାଡିରେ ୧୦ରୁ ୧୨ ବର୍ଷର ଦୁଇ ଜଣ ପୁଅ ଓ ଦୁଇ ଜଣ ଝିଅ ମୋଟ ୪ ଜଣ ଛୁଆଙ୍କୁ ଅପହରଣ କରାଯାଇ ଥିବା ଜଣାପଡ଼ିଛି । ତେବେ ଅପହରଣ ପରେ ଜଗତପୁର ଗୋଲେଇ ଛକ ନିକଟରେ ଥିବା ପଞ୍ଚମୁଖି ହନୁମାନ ମନ୍ଦିର ନିକଟରେ ପାନ କିଣିବା ପାଇଁ ଉକ୍ତ ଟାଟା ଏସି ଗାଡି ଡ୍ରାଇଭର ଗାଡି ଅଟକାଇ ଥିଲେ । ସେହି ସମୟରେ ଅପହର୍ତ୍ତାଙ୍କ ମଧ୍ୟରୁ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କର ହୋସ ଫେରି ଆସିଥିଲା । ଛାତ୍ରୀ ଜଣଙ୍କର ହଠାତ ତାଙ୍କର ଜଣେ ସାଙ୍ଗଙ୍କ ବାପା ମୋହନ ପଟ୍ଟନାୟକଙ୍କ ଉପରେ ନଜର ପଡିଥିଲା । ତେଣୁ ସେ ତାଙ୍କୁ ଉଦ୍ଧାର କରିବା ପାଇଁ ହାତ ଠାରି ଡାକ ପକାଇଥିଲେ । ଶ୍ରୀ ପଟ୍ଟନାୟକ ଉକ୍ତ ଛାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ଦୌଡି ଆସିଥିଲେ; ମାତ୍ର ଦୁଇ ଅପହରଣ କାରୀ ଏହା ଦେଖି ତାଙ୍କୁ ଅଟକାଇ ତାଙ୍କର ଫୋନ ଭାଙ୍ଗି ତାଙ୍କୁ ମାଡ ମାରିଥିଲେ । ସେହି ସମୟରେ ଉକ୍ତ ଛାତ୍ରୀଜଣକ ଟାଟାଏସି ଗାଡିରୁ ଓହ୍ଲାଇ ପଡିଥିଲେ । ଅପହରଣ କାରୀମାନେ ଉକ୍ତ ଛାତ୍ରୀଙ୍କୁ ସେଠାରେ ଛାଡି ଉକ୍ତ ଟାଟା ଏସିରେ ଆଉ ୩ ଜଣ ଛୁଆଙ୍କୁ ନେଇ ସେଠାରୁ ଫେରାର ହୋଇଯାଇଥିଲେ । ଏହା ପରେ ଶ୍ରୀ ପଟ୍ଟନାୟକ ତାଙ୍କ ବାଇକରେ ଶ୍ରେୟାଙ୍କୁ ଆଣି ତାଙ୍କ ଘର ପାଖରେ ଛାଡି ଥିଲେ । ଏହା ପରେ ଛାତ୍ରୀ ଜଣଙ୍କ ଘରକୁ ଆସି ସବୁ ଘଟଣା ନିଜ ପରିବାର ଲୋକଙ୍କୁ ଜଣାଇବାରୁ ପରିବାର ଲୋକେ ସଙ୍ଗେ ସଙ୍ଗେ ଜଗତପୁର ଥାନାକୁ ଘଟଣା ସମ୍ପର୍କରେ ଖବର ଦେଇଥିଲେ । ଖବର ପାଇ ଜଗତପୁର ଥାନା ଅଧିକାରୀ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଉକ୍ତ ଛାତ୍ରୀ ଜଣକ ବିଦ୍ୟାଳୟକୁ ଯିବା ସହ ବିଭିନ୍ନ ଯାଗାରେ ଲାଗିଥିବା ସିସି ଟିଭି କ୍ୟାମେରା ଚେକ କରାଯାଇ ତଦନ୍ତ ଜାରି ରହିଛ । ତେବେ ଅନ୍ୟ ୩ଜଣ ଛାତ୍ରଛାତ୍ରୀଙ୍କୁ ଅପହରଣକାରୀ କେଉଁଠିକୁ ନେଇଛି, କାହିଁକି ଅପହରଣ କଲା ସେ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିବା ବୋଲି ଥାନା ଅଧିକାରୀ ରବିନ୍ଦ୍ର ନାଥ ମେହେର କହିଛନ୍ତି ।

By admin

Leave a Reply

Your email address will not be published. Required fields are marked *