ଜମି ଚିହ୍ନଟରେ ଅଟକି ଯାଇଛି ଅଙ୍ଗନୱାଡ଼ି କେନ୍ଦ୍ର ; ନିମପୁର ନୂତନ ବସ୍ତିରେ ଶିଶୁଙ୍କ ଶିକ୍ଷାସେବା ବିପର୍ଯ୍ୟସ୍ତ : ଗୋଷ୍ଠୀକେନ୍ଦ୍ରରେ ଗଢାଯାଉଛି ଭବିଷ୍ୟତ

ଜମି ଚିହ୍ନଟରେ ଅଟକି ଯାଇଛି ଅଙ୍ଗନୱାଡ଼ି କେନ୍ଦ୍ର ; ନିମପୁର ନୂତନ ବସ୍ତିରେ ଶିଶୁଙ୍କ ଶିକ୍ଷାସେବା ବିପର୍ଯ୍ୟସ୍ତ : ଗୋଷ୍ଠୀକେନ୍ଦ୍ରରେ ଗଢାଯାଉଛି ଭବିଷ୍ୟତ

ଜମି ଚିହ୍ନଟରେ ଅଟକି ଯାଇଛି ଅଙ୍ଗନୱାଡ଼ି କେନ୍ଦ୍ର
ନିମପୁର ନୂତନ ବସ୍ତିରେ ଶିଶୁଙ୍କ ଶିକ୍ଷାସେବା ବିପର୍ଯ୍ୟସ୍ତ : ଗୋଷ୍ଠୀକେନ୍ଦ୍ରରେ ଗଢାଯାଉଛି ଭବିଷ୍ୟତ

ଫଟୋ- କାହ୍ନୁଚରଣ ପଣ୍ଡା

ଜଗତପୁର(ଏନ୍‌.ଏମ୍‌.): ସରକାର ମହିଳା ଓ ଶିଶୁମାନଙ୍କ ସାମଗ୍ରିକ ବିକାଶ ଯୋଜନା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି । ବିଶେଷ କରି ଅଙ୍ଗନୱାଡ଼ି କେନ୍ଦ୍ର ମାଧ୍ୟମରେ ଗର୍ଭବତୀ ମହିଳାଙ୍କ ଠାରୁ ଆରମ୍ଭ କରି ଶିଶୁମାନଙ୍କ ଯତ୍ନ ପାଇଁ ସରକାର ଯେଉଁ ପଦକ୍ଷେପ ନେଇଛନ୍ତି ତାହା ଅତି ପ୍ରଶଂସନୀୟ । ମାତ୍ର ବିଭାଗୀୟ ଅଧିକାରୀଙ୍କ ଯୋଗୁଁ ଏଭଳି ଜନହୀତକର ଯୋଜନା ଆଜି ଦିଗହରା ହେଉଛି ବୋଲି ସାଧାରଣରେ ଅଭିଯୋଗ ଉଠିଛି ।
କଥାରେ ଅଛି ଆଜିର ଶିଶୁ କାଲିର ଭବିଷ୍ୟତ । ଶିଶୁମାନେ ଶିକ୍ଷିତ ହେଲେ ଦେଶ ଗଠନର ସହାୟକ ହୋଇଥାନ୍ତି । ଏଥିପାଇଁ ସରକାର ଶିଶୁଙ୍କ ଅପପୃଷ୍ଟିରୁ ସୁରକ୍ଷା ଦେବା ସହ ବୈଦ୍ଧିକ ଓ ଶୈକ୍ଷିକ କ୍ଷେତ୍ରରେ ଉନ୍ନତି ଆଣିବା ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରି ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ଉପରେ ଗୁରୁତ୍ୱ ଦେଇ ଆସୁଛନ୍ତି । ମାତ୍ର ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ନୀତି ଯୋଗୁଁ ଏହି ବ୍ୟବସ୍ଥା ଫେଲ ହେବାକୁ ଯାଉଛି ବୋଲି ଅଞ୍ଚଳବାସୀ କହିଛନ୍ତି । ଯାହାଦ୍ୱାରା ବହୁ କୋମଳମତି ଶିଶୁମାନଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇ ଯାଉଛି । ଏଭଳି ସ୍ଥିତି ଦେଖିବାକୁ ମିଳିଛି କଟକ ମହାନଗର ନିଗମର ଜଗତପୁରସ୍ଥିତ ନିମପୁର ନୂତନ ବସ୍ତିରେ । ବିରୂପା ନଦୀ ପଠାରେ ପ୍ରାୟ ୨ ବର୍ଷ ଧରି ଥଇଥାନ ହୋଇଥିବା ବସ୍ତିବାସିନ୍ଦା ପିଲାଙ୍କ ନିମନ୍ତେ ପ୍ରଶାସନ ପକ୍ଷରୁ ଏଯାଏ ଗୋଟିଏ ବି ସ୍ଥାୟୀ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ହୋଇପାରିଲା ନାହିଁ । ଯାହା ଫଳରେ ବସ୍ତିର କୋମଳମତି ଶିଶୁମାନେ ଗୋଷ୍ଠୀ କେନ୍ଦ୍ରରେ ପାଠ ପଢିବାକୁ ବାଧ୍ୟ ହେଉଛନ୍ତି । ଏହି ଗୋଷ୍ଠୀକେନ୍ଦ୍ରର ଚାରିପଟ ଖୋଲାମେଲା ରହିଥିବାରୁ ଶିଶୁମାନେ ଖାଇବା ସମୟରେ ଧୂଳି ଓ ଅଳିଆ ମିଶ୍ରଣ ନେଇ ରୋଗ ସଂକ୍ରମଣ ଆଶଙ୍କା ସୃଷ୍ଟି ହୋଇଛି । ଏଥିପାଇଁ ଅନେକ ପିତାମାତା ସେମାନଙ୍କ ପିଲାଙ୍କୁ ଗୋଷ୍ଠୀକେନ୍ଦ୍ରକୁ ଛାଡିବା ପାଇଁ ଅନିଛା ପ୍ରକାଶ କରୁଛନ୍ତି । ଏହି ବସ୍ତିରେ ଗୋଷ୍ଠୀକେନ୍ଦ୍ର ନିର୍ମାଣ ହେବା ପୂର୍ବରୁ ଅନେକ ଶିଶୁ ନଦୀ ଶଯ୍ୟାରେ ବସିି ପାଠ ପଢୁଥିବା ସେମାନଙ୍କ ଅଭିଭାବକଙ୍କ ଠାରୁ ସୂଚନା ମିଳିଛି । ବସ୍ତିରେ ସ୍ଥାୟୀ ଅଙ୍ଗନୱାଡି କେନ୍ଦ୍ର ସ୍ଥାପନ କରାଯିବା ଦାବିରେ ଏକାଧିକବାର ବସ୍ତିଲୋକଙ୍କ ପକ୍ଷରୁ ଜିଲ୍ଲାପାଳ, କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ, ସିଏମସି କମିଶନର ଓ ବସ୍ତି ଉନ୍ନୟନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଦ୍ୱାରା ଅଙ୍ଗନୱାଡି କେନ୍ଦ୍ର ଗୁଡିକ ପରିଚାଳିତ ହେଉଥିବାବେଳେ ସ୍ଥାନୀୟ ଟାଙ୍ଗୀ-ଚୌଦ୍ୱାର ତହସିଲଦାର ଓ ରାଜସ୍ୱ ନିରୀକ୍ଷକଙ୍କ ପକ୍ଷରୁ ବସ୍ତିର ୫ଗୋଟି ସ୍ଥାନରେ ଜମି ଚିହ୍ନଟ କରାଯାଇଥିଲା । ମାତ୍ର ୮ମାସ ପରେ ବି ଆଜିଯାଏଁ ବସ୍ତିରେ ଗୋଟିଏ ହେଲେ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ପାଇଁ କୌଣସି ପଦକ୍ଷେପ ନିଆଗଲା ନାହିଁ । ଫଳରେ ବସ୍ତି ଲୋକଙ୍କ ମଧ୍ୟରେ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ପୁନଶ୍ଚ ବିଭାଗୀୟ ଅଧିକାରୀ ଏହି ବସ୍ତିର ଶିଶୁମାନଙ୍କୁ ଶିକ୍ଷା ସେବା ଯୋଗାଇବା ଦିଗରେ ଆନ୍ତରିକତା ଦେଖାଉ ନଥିବା ବସ୍ତିବାସିନ୍ଦା ଅଭିଯୋଗ ଆଣିଛନ୍ତି । ଏଥିପାଇଁ ନିମପୁର ନୂତନ ବସ୍ତିରେ ରହୁଥିବା ପାଖାପାଖି ୨ଶହରୁ ଉର୍ଦ୍ଧ୍ୱ ଶିଶୁ ଶିକ୍ଷାଦାନରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ତୁରନ୍ତ ଶିଶୁମାନଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ବସ୍ତିରେ ସ୍ଥାୟୀ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ କରିବାକୁ ବସ୍ତି ବାସିନ୍ଦାଙ୍କ ପକ୍ଷରୁ ଜୟ ମା’ ମଙ୍ଗଳା ବସ୍ତି ସଭାପତି ବିଷ୍ଣୁ ନାଏକ, ମାନସୀ ଦେଈ, ସୀତା ନାଏକ, ବ୍ରହ୍ମାନନ୍ଦ ନାଏକ, ଗୀତା ନାଏକ ଓ ନଗେନ୍ଦ୍ର ନାଏକ ପ୍ରମୁଖ ଦାବି କରିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ