ବର୍ବରତା : ନାବାଳକ ଚା’ ଦୋକାନୀଙ୍କୁ ମାଡ଼ମାରି ପୁଲିସ୍ କର୍ମଚାରୀ ନିଲମ୍ବିତ

ବର୍ବରତା : ନାବାଳକ ଚା’ ଦୋକାନୀଙ୍କୁ ମାଡ଼ମାରି ପୁଲିସ୍ କର୍ମଚାରୀ ନିଲମ୍ବିତ

ବର୍ବରତା : ନାବାଳକ ଚା’ ଦୋକାନୀଙ୍କୁ ମାଡ଼ମାରି ପୁଲିସ୍ କର୍ମଚାରୀ ନିଲମ୍ବିତ


ଭୁବନେଶ୍ୱର (ଏନ୍‌.ଏମ୍‌.): ନାବାଳକ ଚା’ ଦୋକାନୀଙ୍କୁ ମାଡ଼ମାରି ପୁଲିସ କର୍ମଚାରୀ ନିଲମ୍ବିତ ହୋଇଛି । ଭୁବନେଶ୍ୱର କମିଶନରେଟ ପୁଲିସରେ କାର୍ଯ୍ୟରତ ଜଣେ ପୁଲିସ କର୍ମଚାରୀ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେବା ଯୋଗୁଁ ତାଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଜଣାପଡ଼ିଛି । କରୋନା କଟକଣା ଯୋଗୁଁ ଅପରାହ୍ନ ୧ଟା ସମୟରେ ଦୋକାନ ବନ୍ଦ କରିବାର ନିୟମ ଥିବାବେଳେ ଭୁବନେଶ୍ୱର କେସୁରା ଅଞ୍ଚଳରେ ଜଣେ ନାବାଳକ ଚା ଦୋକାନ ବନ୍ଦ କରିନଥିଲେ । ତେବେ ସେଠାରେ ପିସିଆର ଭ୍ୟାନ ପହଞ୍ôଚବା ପରେ ସମ୍ପୃକ୍ତ ନାବାଳକ ଜଣକ କିଛି ବୁଝିବା ପୂର୍ବରୁ ପୁଲିସ କର୍ମଚାରୀ ଜଣକ ତାଙ୍କୁ ଗୋଇଠା ପରେ ଗୋଇଠା ମାରିବା ସହିତ ଦୋକାନରୁ କିଛି ଜିନିଷ ବି ନେଇ ଚାଲିଗଲେ । ହେଲେ ଏଭଳି ବର୍ବତାର ଦୃଶ୍ୟଗୁଡ଼ିକ ରହିଯାଇଥିଲା ସିସିଟିଭି ଫୁଟେଜରେ ।
ଘଟଣାଟି ରାଜଧାନୀ ଭୁବନେଶ୍ୱରର ସହିଦ ନଗର ଥାନା ଅନ୍ତର୍ଗତ କେସୁରା ଅଞ୍ଚଳରେ ଏହି ନାବାଳକ ଜଣଙ୍କ ଦିନ ଗୋଟାଏ ପରେ ବି ତାଙ୍କ ଚା’ ଦୋକାନ ଖୋଲା ରଖିଥିଲେ । ଏହି ସମୟରେ ପାଟ୍ରୋଲିଂରେ ଥିବା ପୁଲିସ୍ କର୍ମଚାରୀ ପହଞ୍ôଚ ଉକ୍ତ ପିଲାକୁ ନିସ୍ତୁକ ପିଟିଥିଲେ । ଚା’ ଦୋକାନୀ ଜଣଙ୍କ ନାବାଳକ ବୋଲି ଜାଣି ସୁଦ୍ଧା ସେ ମାଡ଼ ମାରିଥିଲେ । ପୁଲିସ୍ କର୍ମଚାରୀ ଜଣଙ୍କ କେବଳ ମାଡ଼ ମାରି ନଥିଲେ । ସେ ଓ ତାଙ୍କ ସହଯୋଗୀମାନେ ଦୋକାନ ଭିତରେ ପଶି କିଛି ଜିନିଷ ବି ନେଇ ଯାଇଥିଲେ । ଏହି ଘଟଣାରେ ତଦନ୍ତ ଆରମ୍ଭ ହୋଇଥିବା ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି । ତାଙ୍କ ସୂଚନା ଅନୁଯାୟୀ, ଏହି ଘଟଣାରେ ଜଣେ ପିସିଆର କର୍ମଚାରୀ ଏ.କେ. ବିଶ୍ୱାଳଙ୍କୁ ନିଲମ୍ବନ କରାଯାଇଛି । ତାଙ୍କ ସହିତ ଥିବା ଆଉ ୨ କର୍ମଚାରୀ ତଦନ୍ତ ପରିସରଭୁକ୍ତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ବଡ଼ଗଡ଼ ଥାନା ପିସିଆର ଟିମ୍ ସହିଦ ନଗର ଥାନା ଅଞ୍ଚଳରେ ପଶି ଏହି କାଣ୍ଡ ଭିଆଇଛନ୍ତି । ସେମାନେ ଜରିମାନା ଆଦାୟ କରିବା ପରେ କାହିଁକି ମାଡ଼ ମାରିଲ, ସେ ନେଇ ତଦନ୍ତ କରାଯାଉଥିବା ଭୁବନେଶ୍ୱର ଡିସିପି କହିଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ