କଟକ ବାଲିସାହିରେ ସାଗୁନ ମକର ସାକରାତ

କଟକ ବାଲିସାହିରେ ସାଗୁନ ମକର ସାକରାତ

ଫଟୋ- ପଦ୍ମଲୋଚନ ମିଶ୍ର

କଟକ(ଏନ୍‌.ଏମ୍‌.): ସ୍ଥାନୀୟ ନୂଆପଡା ବାଲିସାହି ଆଦିବାସୀ ବସ୍ତିଠାରେ ସାନ୍ତାଳମାନଙ୍କ ମହାନ ପର୍ବ “ସାଗୁନ ମକର ସାକରାତ’ ପାରମ୍ପରିକ ଭାବେ କୋଭିଡ ନିୟମ ପାଳନ ପୂର୍ବକ ପାଳନ ହୋଇ ଯାଇଛି । ଏହି ଅବସରରେ ସକାଳୁ ସମସ୍ତ ଆଦିବାସୀ ପରିବାର ଘରେ ଘରେ ମାଂସ ପିଠା, ଲେଟ, ସଳେ ଇତ୍ୟାଦି ପାରମ୍ପରିକ ପିଠାପଣା ପ୍ରସ୍ତୁତ କରି ପୂଜା କରିଥିଲେ । ସେହିଭଳି ସନ୍ଧ୍ୟାରେ ମୁଖ୍ୟ ଆକର୍ଷଣ “ଢାବୁଲ ତାମସା’ର ଆୟୋଜନ ହୋଇଥିଲା । ଯେଉଁଥିରେ ସମସ୍ତ ଆଦିବାସୀ ପୁରୁଷ ମହିଳାମାନେ “ଆଦିବାସି ସଂସ୍କୃତି ସୁରକ୍ଷା ପରିଷଦ’ର ସଭାପତି ବୃନ୍ଦାବନ ଦାସ ଆଜାଦଙ୍କ ନେତୃତ୍ୱରେ ପାରମ୍ପରିକ ବେଶ ପୋଷାକ ମଧ୍ୟରେ କଚ୍ଚା, ପେଣେ, ଇତ୍ୟାଦି ପରିଧାନ କରି ଧାକ, ଟମାକ, ଚଡଚଡ଼ି, ନେପୁର ଆଦିର ତାଳେ ତାଳେ ସମୂହ ନୃତ୍ୟ କରିଥିଲେ । ଝୋପଡ଼ିପଟ୍ଟି ମହାସଂଘ (ଏକତା) ସଭାପତି ବୃନ୍ଦାବନ ଦାସ ଆଜାଦଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ୟତୀତ ସର୍ବଶ୍ରୀ ସୁରେଶ ମୁର୍ମୁ, ମଦନ ସୋରେନ, ଲକ୍ଷ୍ମଣ ମୁର୍ମୁ, ମହେନ୍ଦ୍ର ହେମ୍ବ୍ରମ, ଦିପୁ ହଂସଦା, ଶରତ ବିଶ୍ୱାଳ, ମୁନା ବିଶ୍ୱାଳ, ରାମ ସୋରେନ, ଶମ୍ଭୁ ହଂସଦା, ହୀରା ମୁର୍ମୁ, ଜସ୍ମୀନ ବିଶ୍ୱାଳ, ସାଧୁ ହେମ୍ବ୍ରମ, ପାନ ମାରାଣ୍ଡି, ମାତି ମୁର୍ମୁ, ତୁଳସୀ ସୋରେନ, ପାର୍ବତୀ ମୁର୍ମୁ, ପାନ ମାରାଣ୍ଡି ପ୍ରମୁଖ ପରିଚାଳନା କରିଥିଲେ ।

🤖 AI Quick Summary

Click the button to generate AI summary.

Leave a Reply

Your email address will not be published. Required fields are marked *