୬ରେ ରାଜ୍ୟ ନିର୍ବାଚନ କମିଟି ବୈଠକ ପରେ ଆସିବ ଓଡ଼ିଶାର ବିଜେପି ପ୍ରାର୍ଥୀ ତାଲିକା: ମନମୋହନ

୬ରେ ରାଜ୍ୟ ନିର୍ବାଚନ କମିଟି ବୈଠକ ପରେ ଆସିବ ଓଡ଼ିଶାର ବିଜେପି ପ୍ରାର୍ଥୀ ତାଲିକା: ମନମୋହନ

୬ରେ ରାଜ୍ୟ ନିର୍ବାଚନ କମିଟି ବୈଠକ ପରେ ଆସିବ ଓଡ଼ିଶାର ବିଜେପି ପ୍ରାର୍ଥୀ ତାଲିକା: ମନମୋହନ


#ଭୁବନେଶ୍ୱର(ଏନ୍‌.ଏମ୍‌.): ସାଧାରଣ ନିର୍ବାଚନ ପାଇଁ ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଥିବାବେଳେ ଓଡ଼ିଶାରେ ବିଜେପି କର୍ମୀଙ୍କ ମଧ୍ୟରେ ନୈରାଶ୍ୟ ଭାବ ସୃଷ୍ଟି ହୋଇଛି । ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର କୌଣସି ପ୍ରାର୍ଥୀଙ୍କ ନାମ ନରହିବା ଏବଂ ପରବର୍ତ୍ତୀ ସମୟରେ ପ୍ରକାଶ କରାଯିବା ନେଇ ସ୍ପଷ୍ଟ କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଆସନ୍ତା ୬ ତାରିଖରେ ରାଜ୍ୟ ନିର୍ବାଚନ କମିଟି ବୈଠକ ପରେ ପ୍ରାର୍ଥୀ ତାଲିକା ଆସିବ ବୋଲି ଶ୍ରୀ ସାମଲ କହିଛନ୍ତି । ଏ ନେଇ ଶ୍ରୀ ସାମଲ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆସନ୍ତା ୬ତାରିଖରେ ରାଜ୍ୟ ନିର୍ବାଚନ କମିଟି ବୈଠକ ବସିବ । ଏହି ବୈଠକ ପରେ କେନ୍ଦ୍ରକୁ ସମ୍ଭାବ୍ୟ ପ୍ରାର୍ଥୀଙ୍କ ତାଲିକା ପଠାଯିବ । ଅନୁମୋଦନ ମିଳିଲା ପରେ ପ୍ରାର୍ଥୀଙ୍କ ନାମ ଘୋଷଣା ହେବ । ପ୍ରାର୍ଥୀଙ୍କୁ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ । ଦଳର ସଂସଦୀୟ କମିଟି ବୈଠକରେ ଆଲୋଚନା ହୋଇଛି । ଖୁବଶୀଘ୍ର ଓଡ଼ିଶାର ଇଲେକ୍ସନ କମିଟି ବୈଠକ ବସିବ । ଆସନ୍ତାକାଲି ସୁଦ୍ଧା ଉଭୟ ରାଜ୍ୟର ସମସ୍ତ ବିଧାନସଭା ଓ ଲୋକସଭା ପାଇଁ ଦଳୀୟ ପର୍ଯ୍ୟବେକ୍ଷକମାନଙ୍କ ରିପୋର୍ଟ ଆସିବ । ୬ ତାରିଖରେ ରାଜ୍ୟ ନିର୍ବାଚନ କମିଟି ବୈଠକ ବସି କେନ୍ଦ୍ରକୁ ପଠାଯିବ । କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ପ୍ରାର୍ଥୀଙ୍କ ନାମକୁ ଅନୁମୋଦନ ମିଳିବା ପରେ ଓଡ଼ିଶାର ଲୋକସଭା ନିମନ୍ତେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ହେବ ବୋଲି ସେ କହିଛନ୍ତି । ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ୧୯୫ଜଣ ପ୍ରାର୍ଥୀଙ୍କ ନାମ ଆଗୁଆ ଘୋଷଣା କରିଛି । ୧୬ଟି ରାଜ୍ୟ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳର ଏହି ପ୍ରାର୍ଥୀମାନଙ୍କ ମଧ୍ୟରେ ଓଡ଼ିଶା ସାମିଲ ନଥିବା କୁହାଯାଉଛି । ପ୍ରାର୍ଥୀ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ୍ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ମୋଟ ୩୪ଜଣ କେନ୍ଦ୍ରମନ୍ତ୍ରୀଙ୍କ ନାମ ରହିଛି । ତେବେ ଓଡ଼ିଶାର କୌଣସି ସଂସଦୀୟ କ୍ଷେତ୍ର ନିମନ୍ତେ ବିଜେପି ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିନଥିବା ଶ୍ରୀ ସାମଲ କହିଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ