୫୫ନମ୍ବର ରାଜପଥ ଦୁରାବସ୍ଥା ନେଇ ବିଧାୟକଙ୍କ ସମୀକ୍ଷା ବୈଠକ

୫୫ନମ୍ବର ରାଜପଥ ଦୁରାବସ୍ଥା ନେଇ ବିଧାୟକଙ୍କ ସମୀକ୍ଷା ବୈଠକ

୫୫ନମ୍ବର ରାଜପଥ ଦୁରାବସ୍ଥା ନେଇ ବିଧାୟକଙ୍କ ସମୀକ୍ଷା ବୈଠକ


କଟକ(ଏନ୍‌.ଏମ୍‌.): କଟକ ଜିଲ୍ଲାର ମଙ୍ଗୁଳି-ଚୌଦ୍ୱାର-କଜଳକଣା ରାସ୍ତା ଦୂରାବସ୍ଥା ନେଇ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳଙ୍କ ଆହ୍ୱାନରେ ଆୟୋଜିତ ବୈଠକରେ ମଙ୍ଗୁଳି ଛକ ଠାରୁ ଚୌଦ୍ୱାର କଜଳକଣା ପର୍ଯ୍ୟନ୍ତ ୫୫ନମ୍ବର ଜାତୀୟ ରାଜପଥର ଶୋଚନୀୟ ଅବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ସମୀକ୍ଷା ବୈଠକ ପରେ ଚୌଦ୍ୱାର ଦେଇ ଯାଇଥିବା ରାଜପଧକୁ କର୍ତ୍ତୃପକ୍ଷମାନଙ୍କୁ ନେଇ ବୁଲି ଦେଖିଥିଲେ ।
ସୂଚନା ଅନୁଯାୟୀ, ୨୦୧୮ ମସିହାରେ ରାସ୍ତାକୁ ଟେଣ୍ଡର ପକ୍ରିୟାରେ ଏନ୍‌ଏଚ୍‌ଏଆଇଙ୍କ ଠାରୁ ପାଇଥିବା କାମ ଗାୟତ୍ରୀ କନଷ୍ଟ୍ରକସନ ରାସ୍ତା କାମକୁ ମନ୍ଥର ଗତିରେ କରୁଅଛି, ଯାହାଦ୍ୱାରା ପ୍ରତ୍ୟେକ ଦିନ ଛୋଟ ବଡ ଦୁର୍ଘଟଣା ମଧ୍ୟ ଘଟୁଛି । ରାସ୍ତାରେ ବହୁ ଖାତ ଖମା ହୋଇଥିବାରୁ ପ୍ରତ୍ୟେକ ଦିନ ଯାଆସ କରୁଥିବା ଯାତ୍ରୀବାହୀ, ଭାରିଯାନ, ଦୁଇ ଚକିଆଯାନ ଓ ଚାଲିଚାଲି ଯାଉଥିବା ଲୋକମାନେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଉକ୍ତ ରାସ୍ତାରେ ବହୁ ଦୁର୍ଘଟଣା ଘଟି ୪ ଜଣ ବ୍ୟକ୍ତିଙ୍କ ଜୀବନହାନି ଘଟିଛି । ତେବେ ଏ ନେଇ ଠିକାସଂସ୍ଥା କର୍ତ୍ତୃପକ୍ଷଙ୍କୁ ଯେତେ ଅଭିଯୋଗ କଲେ ମଧ୍ୟ ମୁଖ୍ୟପରିଚାଳକଙ୍କ ଦୀର୍ଘ ୪ମାସ ହେବ ଧରାଛୁଆଁ ଦେଉ ନାହାନ୍ତି । ତେଣୁ ବିଧାୟକ ଶ୍ରୀ ବିଶ୍ୱାଳଙ୍କ ଦ୍ୱାରା ଗାୟତ୍ରୀ କନଷ୍ଟ୍ରକସନର ପରିଚାଳକଙ୍କ ବିରୁଦ୍ଧରେ ଚୌଦ୍ୱାର ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି । ସୂଚନା ଯୋଗ୍ୟ ଯେ, ଗତ ୮ମାସ ତଳେ ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ମଧ୍ୟ ଏକ ସମୀକ୍ଷା ବୈଠକ ଓ ରାସ୍ତା ପରିଦର୍ଶନ ହୋଇଥିଲା । ମାତ୍ର ଏହାର କୌଣସି ସୁଫଳ ମିଳିଲା ନାହିଁ । ଆଜି ବିଧାୟକ ଶ୍ରୀ ବିଶ୍ୱାଳଙ୍କ ଏଭଳି ପଦକ୍ଷେପ ପରେ ଗାୟତ୍ରୀ କନଷ୍ଟ୍ରକସନର କର୍ମଚାରୀଙ୍କୁ କାଲି ଠାରୁ କାମ ଆରମ୍ଭ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ, ଟାଙ୍ଗୀ-ଚୌଦ୍ୱାରର ଅତିରିକ୍ତ ତହସିଲଦାର, ନ୍‌ଏଚ୍‌ଏଆଇ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସହ ବିଭାଗୀୟ ଅଧିକାରୀ, ଗାୟତ୍ରୀ କନଷ୍ଟ୍ରକସନର କର୍ମଚାରୀ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ସଂସ୍ଥା ଅଧିକାରୀ, ଜଳ ଯୋଗାଣ ସଂସ୍ଥା ଅଧିକାରୀ, ଟି.ପି.ସି.ଓ.ଡି.ଏଲ୍‌ର ଅଧିକାରୀଙ୍କ ସହ ଚୌଦ୍ୱାର ନଗର ସଭାପତି ବିଷ୍ଣୁଚରଣ ପରିଡା, ଚୌଦ୍ୱାର ପୌରପାଳିକାର ପୂର୍ବତନ ଉପାଧ୍ୟକ୍ଷ ଅଜୟ ବେହେରା, ଯୁବ ସଭାପତି ଅର୍ଜୁନ ପଣ୍ଡା, ଛାତ୍ର ସଭାପତି ଭରତ ଚନ୍ଦ ସାହୁ, ପୂର୍ବତନ କାଉନସିଲର ଦିଲ୍ଲିପ ସାହୁ, ଶୁଭେନ୍ଦୁ ସାମଲ, ମନୋଜ ମହାନ୍ତି, ଗିରିଧାରୀ ଦଳାଇ, ମୀନତି ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ