୪ହଜାର ବାତ୍ୟାବିପନ୍ନ ପରିବାରଙ୍କୁ ରୁଚି ପକ୍ଷରୁ ରିଲିଫ ବଣ୍ଟନ

୪ହଜାର ବାତ୍ୟାବିପନ୍ନ ପରିବାରଙ୍କୁ ରୁଚି ପକ୍ଷରୁ ରିଲିଫ ବଣ୍ଟନ

୪ହଜାର ବାତ୍ୟାବିପନ୍ନ ପରିବାରଙ୍କୁ ରୁଚି ପକ୍ଷରୁ ରିଲିଫ ବଣ୍ଟନ
କଟକ(ଏନ୍‌.ଏମ୍‌.): ବାତ୍ୟା ଓ ସାମୁଦ୍ରିକ ଜୁଆର ଦ୍ୱାରା କ୍ଷତିଗ୍ରସ୍ତ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ମୋଟ ୪ହଜାର ବିପନ୍ନ ପରିବାରଙ୍କୁ ଓଡ଼ିଶାର ରୁଚି ଶିଳ୍ପୋଦ୍ୟୋଗ ପକ୍ଷରୁ ସ୍ୱାସ୍ଥ୍ୟପ୍ରଦ ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି । ରୁଚିର ସାମାଜିକ କଲ୍ୟାଣ କାର୍ଯ୍ୟକ୍ରମ ବିପଦବେଳର ବନ୍ଧୁ ଟିମ୍ ଦ୍ୱାରା ଉଭୟ ଜିଲ୍ଲାର ୨ହଜାର ଲେଖାଏଁ ପରିବାରକୁ ଏହି ରିଲିଫ ସାମଗ୍ରୀ ପ୍ରଦାନ କରାଯାଇଛି । ସାମୁଦ୍ରିକ ବାତ୍ୟା ‘ୟାସ୍‌’ର ୨ଦିନ ପରେ ଭଦ୍ରକ ଜିଲ୍ଲାର ସମୁଦ୍ରକୂଳିଆ ଧାମରା ଓ ଦୋସିଙ୍ଗା ଗ୍ରାମପଞ୍ଚାୟତର ବିପନ୍ନମାନଙ୍କୁ ସ୍ଥାନୀୟ ସରପଞ୍ଚ ପ୍ରିୟରଞ୍ଜନ ଜେନା, ପଞ୍ଚାୟତ ସମିତି ସଦସ୍ୟ ନରେନ୍ଦ୍ର ମାଇତି ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ରଜନୀକାନ୍ତ ବଳ ଏହି ସାମଗ୍ରୀ ଗ୍ରହଣ କରି ସମ୍ପୃକ୍ତ ଅଞ୍ଚଳରେ ବଣ୍ଟନ କରିଥିଲେ । ସେହିପରି ବାଲେଶ୍ୱର ଜିଲ୍ଳାର ସୋର ବ୍ଳକରେ ସ୍ଥାନୀୟ ବିଡିଓ ସୁଶାନ୍ତ କୁମାର ବାରିକ ଓ ବାଲେଶ୍ୱର ସଦର ବ୍ଲକରେ ବିଡିଓ ନରେନ୍ଦ୍ର ଖମାରୀ, ଏବିଡିଓ ମାନସ କୁମାର ଚୌଧୁରୀ ପ୍ରମୁଖ ସାମଗ୍ରୀ ଗ୍ରହଣ କରି ଅଧିକ କ୍ଷତିଗ୍ରସ୍ତ ଗ୍ରାମଗୁଡ଼ିକରେ ବଣ୍ଟନ କରିଥିଲେ । ‘ରୁଚି’ର ପରିଚାଳନା ନିର୍ଦ୍ଦେଶକ ତଥା ବିଶିଷ୍ଟ ଉଦ୍ୟୋଗୀ ଡକ୍ଟର ଶରତ କୁମାର ସାହୁଙ୍କ ସହଯୋଗରେ ଲୋକସମ୍ପର୍କ ପ୍ରବନ୍ଧକ ଶୁଭେନ୍ଦୁ କୁମାର ଭୂୟାଁଙ୍କ ନେତୃତ୍ୱରେ ବରିଷ୍ଠ ସୂଚନା ଅଧିକାରୀ ଡକ୍ଟର ନିହାର ରଞ୍ଜନ ସାହୁ ଓ ବିଜିନେସ ଡେଭେଲପମେଣ୍ଟ ଅଧିକାରୀ ମାନସ କୁମାର ବେହେରା ପ୍ରମୁଖ କରୋନା ବିପର୍ଯ୍ୟୟ ସମୟରେ ବାତ୍ୟା କ୍ଷତିଗ୍ରସ୍ତ ଲୋକଙ୍କ ପାଖରେ ପହଞ୍ôଚ ରିଲିଫ ସାମଗ୍ରୀ ବଣ୍ଟନ କରିଥିଲେ । ବାତ୍ୟାବିପନ୍ନଙ୍କ ପାଖରେ ତତ୍‌କାଳ ଏହି ରିଲିଫ ସାମଗ୍ରୀ ପହଞ୍ଚାଇବାରେ କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ଅନିଲ କୁମାର ସାମଲ, ବାଲେଶ୍ୱର ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ, ଉପଜିଲ୍ଲାପାଳ ଆଶିଷ ପାଟିଲ, ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଓ ଅତିରିକ୍ତ ଜିଲ୍ଳାପାଳ ମଧୁସୂଦନ ଦାସଙ୍କୁ ରୁଚି ପରିବାର ପକ୍ଷରୁ ବିଶେଷ କୃତଜ୍ଞତା ଜ୍ଞାପନ କରାଯାଇଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ