୨୦୨୪ ଅଲମ୍ପିକ୍ସ ପାଇଁ ଜୋରଦାର ପ୍ରସ୍ତୁତିରେ ଓଡ଼ିଶାର ସୁନା ଝିଅ ଅର୍ପିତା

୨୦୨୪ ଅଲମ୍ପିକ୍ସ ପାଇଁ ଜୋରଦାର ପ୍ରସ୍ତୁତିରେ ଓଡ଼ିଶାର ସୁନା ଝିଅ ଅର୍ପିତା

୨୦୨୪ ଅଲମ୍ପିକ୍ସ ପାଇଁ ଜୋରଦାର ପ୍ରସ୍ତୁତିରେ ଓଡ଼ିଶାର ସୁନା ଝିଅ ଅର୍ପିତା
ରାଉରକେଲା (ଏନ୍‌.ଏମ୍‌.): ଜାତୀୟ ଓ ଅନ୍ତର୍ଜାତୀୟ ଆଥଲେଟିକସରେ ସ୍ୱର୍ଣ୍ଣପଦକ ଜିତି ରାଜ୍ୟ ଓ ଦେଶ ପାଇଁ ଗୌରବ ଆଣିଥିବା ଅର୍ପିତା ଏବେ ୨୦୨୪ ଅଲମ୍ପିକସ ପାଇଁ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି । ସେକ୍ଟର-୬ରେ ରହୁଥିବା ପଙ୍କଜ କୁମାର ପରିଡ଼ା ଓ ପ୍ରତିମା ପରିଡ଼ାଙ୍କ କନ୍ୟା ଅର୍ପିତା ପିଲାଟି ଦିନରୁ ପାଠପଢ଼ା ସହିତ ଖେଳପ୍ରତି ତାଙ୍କର ଅହେତୁକ ଆଗ୍ରହ ଓ ନିଷ୍ଠା ତାଙ୍କୁ ସଫଳତାର ଏକ ନୂଆ ସୋପାନରେ ପହଞ୍ଚାଇଛି । ସଟପୁଟ ଓ ଡିସକସ ଥ୍ରୋରେ ଗୋଟିଏ ପରେ ଗୋଟିଏ ସଫଳତା ପାଇଛନ୍ତି । ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲର ଛାତ୍ରୀ ଥିବାବେଳେ ବିଦ୍ୟାଳୟ ଓ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାର ସଫଳତା ପାଇଥିଲେ । ଏବେ ସେ କେନ୍ଦ୍ରୀୟ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀର ଛାତ୍ରୀ। ସେ ରାଜ୍ୟରୁ ପ୍ରତିନିଧିତ୍ୱ କରି ଉତ୍ତରପ୍ରଦେଶ ଓ ହରିଆନା ଆଦି ବିରୋଧରେ ଚମତ୍କାର ଖେଳ ପ୍ରଦର୍ଶନ କରି ସ୍ୱର୍ଣ୍ଣପଦକ ହାସଲ କରିଥିଲେ । ଏହାପରେ ସେ ଆଉ ପଛକୁ ଫେରି ଚାହିଁ ନାହାଁନ୍ତି । ୨୦୨୧ ମସିହା ଜାନୁଆରୀ ମାସରେ ଭୂଟାନ ବିରୋଧରେ ସେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ଉଲ୍ଲେଖନୀୟ ଖେଳ ପ୍ରଦର୍ଶନ କରିବା ସହିତ ସ୍ୱର୍ଣ୍ଣପଦକ ବିଜୟିନୀ ହୋଇଥିଲେ । ସେହିପରି ମାର୍ଚ୍ଚ ୨୦୨୧ରେ ନେପାଳରେ ଅନ୍ୟ ଅନ୍ତର୍ଜାତୀୟ ମ୍ୟାଚରେ ସଫଳତାର ଧାରାକୁ ବଜାୟ ରଖିବା ସହିତ ସ୍ୱର୍ଣ୍ଣପଦକ ବିଜୟୀ ହୋଇ ଦେଶ ପାଇଁ ଗୌରବ ଆଣିଥିଲେ । ଏହା ସହିତ ଆଉ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପାଇଁ ସେ ଯୋଗ୍ୟ ବିବେଚିତ ହୋଇଛନ୍ତି । ନେପାଳ ଠାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱ ବିଦ୍ୟାଳୟ ଖେଳ ପାଇଁ ସେ ଯୋଗ୍ୟ ବିବେଚିତ ହୋଇଛନ୍ତି । ଆଗାମୀ ଅଗଷ୍ଟରେ ହେବାକୁ ଥିବା ଏହି ପ୍ରତିଯୋଗିତା କରୋନା ମହାମାରୀ ପାଇଁ ନଭେମ୍ବର ମାସରେ ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତାରେ ସଫଳତା ପାଇଁ ସେ ପ୍ରସ୍ତୁତି କରୁଛନ୍ତି । ତେବେ ତାଙ୍କର ପ୍ରମୁଖ ଲକ୍ଷ୍ୟ ହେଉଛି ୨୦୨୪ ଅଲମ୍ପିକରେ ଦେଶ ପାଇଁ ଗୌରବ ଆଣିବା। ପିଲାଟି ଦିନରୁ ପରିବାରର ପ୍ରୋତ୍ସାହନ, ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସହାୟତା, ପାନପୋଷ କ୍ରୀଡ଼ା ସଙ୍ଗଠନ ଭଳି କ୍ରୀଡ଼ା ଅନୁଷ୍ଠାନ ତାଙ୍କ ସଫଳତା ପାଇଁ ମାର୍ଗ ଦର୍ଶନ କରିଛି । ବିଶେଷକରି ତାଙ୍କ ପ୍ରଶିକ୍ଷକ ଅଶୋକ ପ୍ରସାଦଙ୍କ ସୁଦକ୍ଷ ପ୍ରଶିକ୍ଷଣ ତାଙ୍କୁ ଗୋଟିଏ ପରେ ଗୋଟିଏ ସଫଳତା ଦେଉଥିବା ସେ କହିଛନ୍ତି । ଇଉରୋପର ପ୍ରସିଦ୍ଧ ଖେଳାଳୀ ତଥା ଡିସକସ ଥ୍ରୋର ରାଣୀ ଭାବେ ପରିଚିତ ସାନ୍ଦ୍ରା ହେଉଛନ୍ତି ତାଙ୍କ ପ୍ରରେଣାର ଉତ୍ସ । ବର୍ତମାନ କରୋନା ମହାମାରୀ ଉପଯୁକ୍ତ ଅଭ୍ୟାସ ପାଇଁ ବାଧା ସୃଷ୍ଟି କରିଛି। ନିଜ ଘର ସମ୍ମୁଖରେ ଥିବା ପଡ଼ିଆରେ ପିଚ୍ ପ୍ରସ୍ତୁତ କରି ପ୍ରତ୍ୟେହ ସେ ଅଭ୍ୟାସ କରୁଥିବା ଅର୍ପିତା ପ୍ରକାଶ କରିଛନ୍ତି ।

Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ