ହାଇକୋର୍ଟରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ: ୧୩୩ ମାମଲା ଫଏସଲା, ୯,୧୫,୯୪,୨୦୦ ଟଙ୍କା ଆଦାୟ

ହାଇକୋର୍ଟରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ: ୧୩୩ ମାମଲା ଫଏସଲା, ୯,୧୫,୯୪,୨୦୦ ଟଙ୍କା ଆଦାୟ

ହାଇକୋର୍ଟରେ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ: ୧୩୩ ମାମଲା ଫଏସଲା, ୯,୧୫,୯୪,୨୦୦ ଟଙ୍କା ଆଦାୟ

#କଟକ(ଏନ୍‌.ଏମ୍‌.): ହାଇକୋର୍ଟ ଲିଗାଲ ସର୍ଭିସ କମିଟି ପକ୍ଷରୁ ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ହାଇକୋର୍ଟ ପରିସରସ୍ଥ ବିଭିନ୍ନ ବିଚାରପତିଙ୍କ କୋର୍ଟରେ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ଲୋକ ଅଦାଲତରେ ମୋଟ ୧୩୩ଟି ମାମଲା ଫଏସଲା ହୋଇଥିଲାବେଳେ ମୋଟ ୯,୧୫,୯୪,୨୦୦ ଟଙ୍କା ଆଦାୟ କରାଯାଇଛି । ରାଜ୍ୟ ଆଇନସେବା ପ୍ରାଧିକରଣର ପାଟ୍ରୋନ-ଇନ୍‌-ଚିଫ୍ ତଥା ହାଇକୋର୍ଟର ମୁଖ୍ୟ ବିଚାରପତି ଚକ୍ରଧାରୀ ଶରଣ ସିଂହ, ରାଜ୍ୟ ଆଇନସେବା ପ୍ରାଧିକରଣର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ତଥା ହାଇକୋର୍ଟର ବରିଷ୍ଠ ବିଚାରପତି ଡ. ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀ ଏବଂ ହାଇକୋର୍ଟ ଲିଗାଲ ସର୍ଭିସ କମିଟିର ଅଧ୍ୟକ୍ଷ ତଥା ବିଚାରପତି ଅରିନ୍ଦମ ସିହ୍ନାଙ୍କ ମାର୍ଗଦର୍ଶନରେ ଲୋକ ଅଦାଲତ ପରିଚାଳିତ ହୋଇଥିଲା । ବିଚାରପତି ଡ. ଏସ୍‌. କେ. ପାଣିଗ୍ରାହୀ, ବିଚାରପତି ସାବିତ୍ରୀ ରଥ, ବିଚାରପତି ଏମ୍‌.ଏସ୍‌. ସାହୁ, ବିଚାରପତି ଏ. କେ. ମହାପାତ୍ର, ବିଚାରପତି ଭି. ନରସିଂହ, ବିଚାରପତି ବି. ପି. ଶତପଥୀ, ବିଚାରପତି ମୁରାହରି ଶ୍ରୀ ରମଣ, ବିଚାରପତି ଗୌରୀଶଙ୍କର ଶତପଥୀ ଓ ବିଚାରପତି ଏସ୍‌.ଏସ୍‌. ମିଶ୍ରଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ବେଞ୍ଚରେ ମାମଲାଗୁଡ଼ିକ ଫଏସଲା ହୋଇଥିଲା । ଏହି ଲୋକ ଅଦାଲତରେ ମୋଟ ୧୩୩ଟି ମାମଲା ଫଏସଲା ହୋଇଥିଲା । ଏଥିରେ ବୀମା, ୧୩୮ ଧାରା ଅଧିନ ଏନ୍‌ଆଇ ଆକ୍ଟ ସମେତ ଅନ୍ୟାନ୍ୟ ମାମଲାଗୁଡ଼ିକର ସହମତି ଭିତ୍ତିରେ ଫଏସଲା କରାଯାଇଥିଲା । ଏଥିରେ ନାସନାଲ ଇନସ୍ୟୁରାନ୍ସ କମ୍ପାନି, ନିଉ ଇଣ୍ଡିଆ ଆସ୍ୟୁରାନ୍ସ କମ୍ପାନି, ଓରିଏଣ୍ଟାଲ ଇନସ୍ୟୁରାନ୍ସ କମ୍ପାନି, ୟୁନାଇଟେଡ୍ ଇଣ୍ଡିଆ ଇନସ୍ୟୁରାନ୍ସ କମ୍ପାନି ସମେତ କେତେକ ପ୍ରାଇଭେଟ ଜେନେରାଲ ଇନସ୍ୟୁରାନ୍ସ କମ୍ପାନି, ବିଭିନ୍ନ ବ୍ୟାଙ୍କର ଅଧିକାରୀ, ଭୂଅଧିଗ୍ରହଣ ଅଧିକାରୀ ଏବଂ ବିଦ୍ୟୁତ ବିଭାଗର ଅଧିକାରୀମାନେ ଲୋକ ଅଦାଲତରେ ଅଂଶ ଗ୍ରହଣ କରିଥିଲେ ।

Slider ଦେଶ ବିଦେଶ ପପୁଲାର ନିଓଜ ରାଜ୍ୟ