ହାଇକୋର୍ଟରେ ଆକାଶଙ୍କୁ ଜାମିନ ମିଳିଥିଲେବି ମୁକୁଳି ପାରିବେନି ଜେଲରୁ

ହାଇକୋର୍ଟରେ ଆକାଶଙ୍କୁ ଜାମିନ ମିଳିଥିଲେବି ମୁକୁଳି ପାରିବେନି ଜେଲରୁ

ହାଇକୋର୍ଟରେ ଆକାଶଙ୍କୁ ଜାମିନ ମିଳିଥିଲେବି ମୁକୁଳି ପାରିବେନି ଜେଲରୁ
କଟକ(ଏନ୍‌.ଏମ୍‌.): କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇଥିବା ଆକାଶ ପାଠକଙ୍କୁ ହାଇକୋର୍ଟରେ ଜାମିନ ମିଳିଥିଲେ ମଧ୍ୟ ସେ ଜେଲରୁ ମୁକୁଳି ପାରିବେ ନାହିଁ ବୋଲି ସ୍ପଷ୍ଟ ହୋଇଯାଇଛି ।
ଆକାଶ ଟାଟା କମ୍ପାନୀରେ ଚାକିରି କରାଇ ଦେବା ନାଁରେ ଲକ୍ଷାଧିକ ଟଙ୍କା ଠକିଥିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇଥିଲେ । ପୂର୍ବରୁ ଆକାଶଙ୍କ ବାପା ଓ ଭାବି ଶ୍ୱଶୁର ଜାମିନ ପାଇ ଜେଲରୁ ମୁକୁଳି ସାରିଥିବାବେଳେ ଏବେ ତାଙ୍କୁ ଜାମିନ ମିଳିଛି । କିନ୍ତୁ ଏବେ ସେ ଜେଲରୁ ମୁକୁଳି ପାରିବେ ନାହିଁ । ଚାକିରି କରାଇ ଦେବାକୁ କହି ବହୁ ଯୁବକଯୁବତୀଙ୍କଠାରୁ ଆକାଶ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ନେଇ ଅଭିଯୋଗ ହୋଇଥିବାବେଳେ ବୈଦ୍ୟନାଥପୁର ଥାନାରେ ରୁଜୁ ହୋଇଥିବା ଏକ ମାମଲାରେ ତାଙ୍କୁ ଜାମିନ ମିଳିଛି । ଏବେ ବି ତାଙ୍କ ନାଁରେ ଥିବା ବହୁ ମାମଲାର ଶୁଣାଣି ଚାଲିଥିବାରୁ ସେ ଜେଲରୁ ମୁକୁଳି ପାରିବେ ନାହିଁ ବୋଲି ଜଣାପଡ଼ିଛି । ନିଜକୁ ଟାଟା ମୋଟର୍ସର ଏମଡି ଭାବେ ପରିଚୟ ଦେଇ ଆକାଶ ବହୁ ଲୋକଙ୍କ ଠାରୁ ଅର୍ଥ ହଡ଼ପ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ଆକାଶଙ୍କ ନାଁରେ କ୍ରାଇମବ୍ରାଞ୍ଚ ମାମଲା ରୁଜୁ କରିଥିବାବେଳେ ଗଞ୍ଜାମ ଜିଲ୍ଲାର ବହୁ ଥାନାରେ ବି ମାମଲା ହୋଇଛି । ସେହିଭଳି ବିଜେଡିରୁ ନିଲମ୍ବିତ ଗୋପାଳପୁର ବିଧାୟକ ତଥା ଆକାଶଙ୍କ ଭାବି ଶ୍ୱଶଶୁର ପ୍ରଦୀପ ପାଣିଗ୍ରାହୀ ବି ଏହି ଠକେଇରେ ସମ୍ପୃକ୍ତ ଥିବା ଅଭିଯୋଗ ହେବାରୁ ସେ ଗିରଫ ବି ହୋଇଥିଲେ । ସେହିପରି ଆକାଶଙ୍କ ବାପା ପୂର୍ବତନ ଆଇଏଫଏସ୍ ଅଭୟକାନ୍ତ ପାଠକ ମଧ୍ୟ ଗିରଫ ହୋଇଥିଲେ । ଦୁଇଟି ଠକେଇ ମାମଲା ସହିତ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସେ ଗିରଫ ହୋଇଥିଲେ । ତେବେ ସେ ବି ଜାମିନ୍ ପାଇ ଜେଲରୁ ମୁକୁଳି ସାରିଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ