ହରଡ଼ ନାମରେ ବିକ୍ରି ହେଉଛି ଖେସାରୀ : କଟକ ମାଲଗୋଦାମରେ ଚଢଉ, ୪୦କ୍ୱିଣ୍ଟାଲ୍ ଡାଲି ଜବତ
କଟକ(ଏନ୍.ଏମ୍.): କଟକସହ ରେ ନକଲି ଘିଅ, ତେଲ, ସସ, ଜର୍ଦ୍ଦା, ଗୁଟୁଖା ପରେ ଏବେ ମାଲଗୋଦାମରେ ନକଲ ଡାଲି ବିକ୍ରି ହେଉଥିବା ଜଣାପଡିଛି । କମିଶନରେଟ ପୁଲିସ ଏବଂ ସିଏମସି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଜି କଟକ ମାଲଗୋଦାମରେ ଚଢଉ କରାଯାଇଛି । ଚଢଉ ବେଳେ ୪୦ କ୍ୟୁଣ୍ଟାଲ ଅପମିଶ୍ରିତ ହରଡ଼ ଡାଲି ଜବତ କରାଯାଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ ୧୯୬୧ ମସିହାରୁ ସରକାର ଖେସାରୀ ଡାଲି ବିକ୍ରି ଉପରେ କଟକଣା ଲଗାଇଥିଲେ । ମାତ୍ର ମାଲଗୋଦାମରେ ଏହି ଡାଲି ଭେଜାଲ ଭାବେ ବିକ୍ରି ହେଉଥିବା ସଂପର୍କରେ ସୂଚନା ମିଳିବା ପରେ ଏହି ଚଢଉ କରାଯାଇଥିଲା । ଜବତ ୪୦ କ୍ୟୁଣ୍ଟାଲ ଅପମିଶ୍ରିତ ହରଡ଼ ଡାଲି ଭବେ ବିକ୍ରି ପାଇଁ ମହଜୁଦ୍ ଥିବା ଖେସାରୀ ଡାଲିକୁ ଜବତ କରାଯାଇଥିଲା । ଖେସାରୀ ଡାଲି ଖାଇବା ଦ୍ୱାରା ଲୋକେ ନାନା ପ୍ରକାରର ରୋଗର ଶିକାର ହେବା ପରେ ଏହାର ବିକ୍ରି ଉପରେ କଟକଣା ଲଗାଇଥିଲେ ସରାକାର । ପରେ ଏହା ବଜାରରେ ମଧ୍ୟ ମିଳୁ ନଥିଲା । କିନ୍ତୁ ମାଲଗୋଦାମର କିଛି ଅସାଧୁ ବ୍ୟବସାୟୀ ଅର୍ଥ ଲୋଭରେ ହରଡ଼ ଡାଲି ସହିତ ଖେସାରୀ ଡ଼ାଲିକୁ ମିଶାଇ ବଜାରରେ ଚଢା ମୂଲ୍ୟ ବିକ୍ରି କରୁଥିବା ଅଭିଯୋଗ ହୋଇଥିଲା। ଏଣୁ କମିଶନରେଟ ପୁଲିସ ଓ ସିଏମସି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଚଢାଉ କରାଯାଇଥିଲା । ସହରରେ ବେଆଇନଭାବେ ବିକ୍ରି ହେଉଥିବା ନକଲି ସମାଗ୍ରୀ ଉପରେ ଚଢାଉ ଜାରି ରହିବ ବୋଲି ସିଏମ୍ସି ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର ସୂଚନା ଦିଆଯାଇଛି ।