ସଡ଼କ ଦୁର୍ଘଟଣାରେ ମହିଳା କାଉଡିଆ ଗୁରୁତର, କଟକ ବଡ଼ ଡ଼ାକ୍ତରଖାନା ରେଫର

ସଡ଼କ ଦୁର୍ଘଟଣାରେ ମହିଳା କାଉଡିଆ ଗୁରୁତର, କଟକ ବଡ଼ ଡ଼ାକ୍ତରଖାନା ରେଫର

ସଡ଼କ ଦୁର୍ଘଟଣାରେ ମହିଳା କାଉଡିଆ ଗୁରୁତର, କଟକ ବଡ଼ ଡ଼ାକ୍ତରଖାନା ରେଫର

News by Maheswar Behera (Athagarh)

ଆଠଗଡ଼(ଏନ୍‌.ଏମ୍‌.): ପ୍ରଭୁ ଶିବଶଙ୍କରଙ୍କ ଜଳଲାଗି ନିମନ୍ତେ ଯାଉଥିବା ଜଣେ ମହିଳା କାଉଡ଼ିଆ ଆଜି ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି । ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ଡାକ୍ତରଖାନା(ଏସସିବି)କୁ ସ୍ଥାନାନ୍ତର ହୋଇଥିବା ଜଣାପଡ଼ିଛି । ଆଜି ଶ୍ରାବଣ ମାସର ତୃତୀୟ ସୋମବାର ହୋଇଥିବାରୁ ଏହି ଉପଲକ୍ଷେ ମାନସିକଧାରୀ କାଉଡ଼ିଆମାନେ ଓଡ଼ିଶାର କୋଣ ଅନୁକୋଣରୁ ଅନ୍ୟତମ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରକୁ ଜଳଲାଗି କରିବା ପାଇଁ ଆସିଥାନ୍ତି । ଏହି ପରିପ୍ରେକ୍ଷୀରେ ଆଜି ସୁଦୂର ଅନୁଗୁଳ ଅଞ୍ଚଳରୁ ୧୦ ଜଣ କାଉଡ଼ିଆ ଧବଳେଶ୍ୱର ପୀଠକୁ ଆସି ମହାପ୍ରଭୁଙ୍କ ନିକଟରେ ମଧ୍ୟ ଜଳଲାଗି କରିଥିଲେ । ତେବେ ଜଳଲାଗି କରିବା ପରେ ମହିଳା କାଉଡ଼ିଆ ଜଣଙ୍କ ଏକ ମୋଟର ସାଇକେଲ ଯୋଗେ ଘରକୁ ଫେରୁଥିବା ସମୟରେ ପୁରୁଣା କଟକ ସମ୍ବଲପୁର ରାସ୍ତା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଘଣ୍ଟିଖାଲ ଠାରେ ତାଙ୍କ ମୋଟରସାଇକେଲ ସହ ଆଉ ଏକ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ମହିଳା କାଉଡ଼ିଆ ଜଣକ ବାଇକରୁ ଛିଟିକି ପଡ଼ିଥିଲେ । ଏଥି ଯୋଗୁଁ ତାଙ୍କ ମୁଣ୍ଡ ଓ ଅନ୍ୟାନ୍ୟ ସ୍ଥାନରେ ଗଭୀର ଆଘାତ ଲାଗିବା ଯୋଗୁ ସେ ଗୁରୁତର ଆହତ ହୋଇଥିଲେ । ତେବେ ଅନ୍ୟ କାଉଡିଆ ମାନେ ତାଙ୍କୁ ନିଜ ଗାଡିରେ ଧରି ଆଠଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଆଠଗଡ଼ ଡାକ୍ତରଖାନାରେ ତାଙ୍କର ପ୍ରାଥମିକ ଚିକିତ୍ସା କରିବା ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ି ଯିବାରୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନା(ଏସସିବି) ପଠା ଯାଇଥିବା ଡାକ୍ତରଖାନାର ଡାକ୍ତର ମାନସ ରଞ୍ଜନ ପାଣି ସୂଚନା ଦେଇଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ