ସ୍ୱାସ୍ଥ୍ୟକେନ୍ଦ୍ର ସମସ୍ୟା ନେଇ ସ୍ୱାସ୍ଥ୍ୟବିଭାଗକୁ ଦାବି ଜଣାଇଲା ଉତ୍କଳ ବିକାଶ ପରିଷଦ

ସ୍ୱାସ୍ଥ୍ୟକେନ୍ଦ୍ର ସମସ୍ୟା ନେଇ ସ୍ୱାସ୍ଥ୍ୟବିଭାଗକୁ ଦାବି ଜଣାଇଲା ଉତ୍କଳ ବିକାଶ ପରିଷଦ

ସ୍ୱାସ୍ଥ୍ୟକେନ୍ଦ୍ର ସମସ୍ୟା ନେଇ ସ୍ୱାସ୍ଥ୍ୟବିଭାଗକୁ ଦାବି ଜଣାଇଲା ଉତ୍କଳ ବିକାଶ ପରିଷଦ


କଟକ (ଏନ୍‍.ଏମ୍‍.): କଟକ ସଦରର ସାମାଜିକ ସଙ୍ଗଠନ ଉତ୍କଳ ବିକାଶ ପରିଷଦ ପକ୍ଷରୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଯଥା କିଶନନଗର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପରିଣତ, ଆବଶ୍ୟକ ଅନୁଯାୟୀ ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି, ଶଯ୍ୟା ସଂଖ୍ୟା ବୃଦ୍ଧି, ଉନ୍ନତ ମାନର ଯନ୍ତ୍ରପାତି ଉପଲବ୍ଧ କରାଯିବ ଏବଂ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟ ସେବା ପ୍ରଦାନ ଆଦି ସମସ୍ୟା ନେଇ ସ୍ୱାସ୍ଥ୍ୟବିଭାଗକୁ ଦାବି କରାଯାଇଛି । ଏ ନେଇ ଏକ ଦାବିପତ୍ର ଅତିରିକ୍ତ ସ୍ୱାସ୍ଥ୍ୟ ସଚିବଙ୍କୁ ସଭାପତି ଯୁବ ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଚିଠି ମାଧ୍ୟମରେ ଅବଗତ କରାଇବା ସହ ସମାଧାନ ପାଇଁ ନିବେଦନ କରିଛନ୍ତି ।
ସୂଚନା ଥାଉକି ୧୯୪୭ ମସିହାରେ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟସେବା ପାଇଁ କିଶୋନନଗର ତହସିଲ ମୁଖ୍ୟ କାର୍ଯ୍ୟାଳୟରେ ପ୍ରଥମ ରାଜବନ୍ଦୀ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ରାଜକୃଷ୍ଣ ବୋଷଙ୍କ ଉଦ୍ୟମରେ ଏକ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲା ଯାଇଥିଲା । ଆଜିକୁ ୭୫ ବର୍ଷ ବିତିଯାଇଥିଲେ ମଧ୍ୟ ଜନସାଧାରଣ ଟିକେ ହେଲେବି ସାଧାରଣ ସୁବିଧା ପାଇ ପାରି ନାହାନ୍ତି । ରାଜ୍ୟ ସରକାରଙ୍କ ଇଛା ଓ ଆନ୍ତରିକତା ଅଭାବରୁ ଦିନକୁଦିନ ଏଠରେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ କଟକ ସଦରର ୯ଟି ପଞ୍ଚାୟତ, ସାଲେପୁର ବ୍ଲକର ୪ ଟି ପଞ୍ଚାୟତ, ନିଶ୍ଚିନ୍ତକୋଇଲି ବ୍ଲକର ୫ଟି ପଞ୍ଚାୟତ ଓ ବିରିଡ଼ି ବ୍ଲକର ଗୋଟିଏ ପଞ୍ଚାୟତର ଲକ୍ଷଲକ୍ଷ ଲୋକ ସମ୍ପୂର୍ଣ ଭାବରେ ନିର୍ଭର କରିଥାନ୍ତି । ସ୍ୱାସ୍ଥ୍ୟକେନ୍ଦ୍ରଟି ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବାରୁ ଲୋକମାନେ ସମାଧାନ ପାଇଁ ସରକାର ଓ ପ୍ରଶାସନ ପାଖରେ ଅନେକବାର ଆନ୍ଦୋଳନ ଦାବିପତ୍ର ଓ ଅନଶନ କରିବାପରେ ମଧ୍ୟ କିଛି ଫଳ ମିଳିପାରି ନାହିଁ । ଯଦି ସମସ୍ୟାର ସମାଧାନ ଦିଗରେ କିଛି ପଦକ୍ଷେପ ନିଆ ନଯାଏ ତେବେ ଉତ୍କଳ ବିକାଶ ପରିଷଦ ରାଜ ରାସ୍ତାକୁ ଆନ୍ଦୋଳନ ପାଇଁ ଓହ୍ଲାଇବାକୁ ନିଷ୍ପତି ନେଇଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ