ସ୍କୁଲ ପଡିଆକୁ ଦଖଲ କରିବା ପ୍ରତିବାଦରେ ବିଧାୟକ ଓ ପୂର୍ବତନ ବିଧାୟକ କୁଶ ପତ୍ତଳିକା ଦାହ

ସ୍କୁଲ ପଡିଆକୁ ଦଖଲ କରିବା ପ୍ରତିବାଦରେ ବିଧାୟକ ଓ ପୂର୍ବତନ ବିଧାୟକ କୁଶ ପତ୍ତଳିକା ଦାହ

ସ୍କୁଲ ପଡିଆକୁ ଦଖଲ କରିବା ପ୍ରତିବାଦରେ ବିଧାୟକ ଓ ପୂର୍ବତନ ବିଧାୟକ କୁଶ ପତ୍ତଳିକା ଦାହ


#କଟକ(ଏନ୍‌.ଏମ୍‌.): ଯୋବ୍ରା ଉଚ୍ଚ ବିଦ୍ୟାଳୟର ଖେଳ ପଡିଆକୁ ଚଞ୍ଚକତା ପୂର୍ବକ ଆରଏଣ୍ଡବିକୁ ହସ୍ତାନ୍ତର କରିବା ସହ ସେଠାରେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ନିର୍ମାଣ ପାଇଁ ଉଦ୍ୟମ କରୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି । ଆଜି ସେଠାରେ ପ୍ରତିବାଦ ସଭା କରାଯାଇ ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ଓ ବିଧାୟକ ସୌଭିକ ବିଶ୍ୱାଳଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ଆଗାମୀ ଦିନରେ ଏହି ନିଷ୍ପତିର ପରିବର୍ତ୍ତନ କରାନଗଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସ୍ଥାନୀୟ କର୍ପୋରେଟର ସ୍ୱର୍ଣ୍ଣପ୍ରଭା ପଶାୟତ କହିଛନ୍ତି । ବିଦ୍ୟାଳୟର ଖେଳପଡିଆର ୧ ଏକରରୁ ଊର୍ଦ୍ଧ୍ୱ ଜମି ଦଖଲ କରାଯାଇ ସେଠାରେ କଟକ ମହାନଗର ନିଗମର ଆବର୍ଜନା ତଥା କମ୍ପୋଷ୍ଟ ପ୍ରକ୍ରିୟାକରଣ ଗୃହ ନିର୍ମାଣ କରାଯାଇଛି । ଯାହାଫଳରେ ସେଠାକାର ଅଂଚଳବାସୀ ଦୁର୍ଗନ୍ଧରେ ଅଣନିଃଶ୍ୱାସୀ ହୋଇପଡୁଛନ୍ତି । ଏହି ଡମ୍ପିଂୟାର୍ଡକୁ ଲାଗି ଯୋବ୍ରା ବିଦ୍ୟାଳୟ ସମୂହ, ପତିତପାବନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରେଭେନ୍ସା ବିଶ୍ୱବିଦ୍ୟାଳୟର ଜଗନ୍ନାଥ ଛାତ୍ରାବାସ, ଅଙ୍ଗନୱାଡି କେନ୍ଦ୍ର, ମ୍ୟୁନିସିପାଲିଟି କଲୋନୀ ଓ ଏକ ନର୍ସିଂହୋମ ଆଦି ରହିଥିବାରୁ ଅଞ୍ଚଳବାସୀ ଏଥିପାଇଁ ବିରୋଧ କରିଥିଲେ ମଧ୍ୟ ପ୍ରଶାସନିକସ୍ତରରେ ବିଧାୟକଙ୍କ ପ୍ରରୋଚନାରେ ଏଥିପ୍ରତି କର୍ଣ୍ଣପାତ କରାଯାଇନଥିଲା । ଆଜିର ଏହି ପ୍ରତିବାଦ ସଭାରେ ଯୋବ୍ରା ଦୁର୍ଗା କମିଟି ସଭାପତି ପ୍ରମୋଦ କୁମାର ଜେନା, ସମ୍ପାଦକ ଶ୍ରୀମନ୍ତ ଦାସ, ନିକୁଞ୍ଜ ପଶାୟତ, ସିପିଆଇ ନେତା ଅମରେନ୍ଦୁ ମହାନ୍ତି, ସୌମ୍ୟକାନ୍ତ ଜେନା, ସପନ କୁମାର ମିଶ୍ର, ରେବତୀକାନ୍ତ ବିଶ୍ୱାଳ, ବିଶ୍ୱଜିତ ବେଉରା, ସଂଜୀବ ବେହେରା, ସୁକୁନା ବେହେରା, ଶିବ ନାୟକ, ରାଜେଶ୍ୱର ରାୟଙ୍କ ସମେତ ବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ