‘ସେବାହିଁ ସଙ୍ଗଠନ’ରେ କଟକ ନଗର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଖାଦ୍ୟ ସାମଗ୍ରୀ ବଣ୍ଟନ

‘ସେବାହିଁ ସଙ୍ଗଠନ’ରେ କଟକ ନଗର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଖାଦ୍ୟ ସାମଗ୍ରୀ ବଣ୍ଟନ

‘ସେବାହିଁ ସଙ୍ଗଠନ’ରେ କଟକ ନଗର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଖାଦ୍ୟ ସାମଗ୍ରୀ ବଣ୍ଟନ
କଟକ (ଏନ୍‌.ଏମ୍‌.): କଟକ ନଗର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଭିନ୍ନ ଜନସେବା ମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସେଥି ମଧ୍ୟରୁ ସେବା ହିଁ ସଂଗଠନ ଅନ୍ୟତମ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱିତୀୟ ପାଳିର ଦ୍ୱିତୀୟ ବର୍ଷ ପୂରଣ ହେତୁ କେନ୍ଦ୍ରୀୟ ବିଜେପି ଯୋଜନା ଅନୁସାରେ ଓ ରାଜ୍ୟ ବିଜେପି ନିର୍ଦ୍ଦେଶ କ୍ରମେ ସାରା ରାଜ୍ୟରେ ସେବାହିଁ ସଂଗଠନ କାର୍ଯ୍ୟକ୍ରମ ଜାରି ରହିଛି । ବିଜେପିର ସମସ୍ତ ନେତୃତ୍ୱ ମାନେ ଏହି ବିଭିନ୍ନ ସେବା କାର୍ଯ୍ୟ ପାଳନ କରିଛନ୍ତି । ସେବା ମାଧ୍ୟମରେ ତୃଣମୂଳସ୍ତରରୁ ଜନସାଧାରଣଙ୍କ ହୃଦୟକୁ ଜିତିବା ପାଇଁ ଦଳ ପକ୍ଷରୁ ଏଭଳି ପଦକ୍ଷେପ ହାତକୁ ନିଆଯାଇଛି । ତେବେ କରୋନା ଦ୍ୱିତୀୟ ଲହର ଯୋଗୁଁ ରାଜ୍ୟବ୍ୟାପୀ ସଟ୍‌ଡାଉନ, ଲକ୍‌ଡାଉନ ଜାରି ରହିଥିବାବେଳେ ପ୍ରଭାବିତ ହୋଇଥିବା ଗରିବ ଲୋକମାନଙ୍କୁ ଦଳର କର୍ମକର୍ତ୍ତାମାନେ ଶୁଖିଲା ଖାଦ୍ୟ ସାମଗ୍ରୀ ବିତରଣ କରିବା ସହ କରୋନା ମୁକାବିଲା ନିମନ୍ତେ ସଚେତନତା କରାଇଛନ୍ତି ।
କଟକ ନଗର ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ସତ୍ୟ ବ୍ରତ ମିଶ୍ରଙ୍କ ନେତୃତ୍ୱରେ ବିଜେପିର ଯୁବ କର୍ମୀମାନେ କଟକ ମହାନଗର ନିଗମ ଅନ୍ତର୍ଗତ ବିଭିନ୍ନ ୱାର୍ଡରେ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ କରିଛନ୍ତି । ଏହି କାର୍ଯ୍ୟକ୍ରମ ପାର୍ବତୀ ଚରଣ ଦାସ, ଶ୍ୟାମସୁନ୍ଦର ସାହୁ, ରମେଶ ଚନ୍ଦ୍ର ସାହୁ, ସୁବାସ ସ୍ୱାଇଁ, ରଞ୍ଜନ ବେହେରା, ନାଟରାଜ ଦାସ, ଅକ୍ଷୟ କୁମାର ସାହୁ, ଶୁଭମ ବେହେରା ପ୍ରମୁଖ ଯୋଗଦେଇ ପରିଚାଳନା କରିଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ