ସିଏମସି ୪୮ନମ୍ବର ୱାର୍ଡ ଜଗତପୁରରେ ଆଇନ ସଚେତନତା ଶିବିର

ସିଏମସି ୪୮ନମ୍ବର ୱାର୍ଡ ଜଗତପୁରରେ ଆଇନ ସଚେତନତା ଶିବିର

ସିଏମସି ୪୮ନମ୍ବର ୱାର୍ଡ ଜଗତପୁରରେ ଆଇନ ସଚେତନତା ଶିବିର


ଜଗତପୁର(ଏନ୍‌.ଏମ୍‌.): କଟକ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜଗତପୁର ଆଞ୍ଚଳିକ ସାମାଜିକ ସେବା ସଂଗଠନ ସହଯୋଗରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସିଏମସି ୪୮ନମ୍ବର ୱାର୍ଡ଼ ସ୍ଥିତ ୱାର୍ଡ ଅଫିସରେ ଶିବିର ଆୟୋଜନ ହୋଇଥିଲା । ଏକ ସଚେତନତା ପଦଯାତ୍ରା ଶାନ୍ତିନଗର ବସ୍ତି ଠାରୁ ବାହାରି ୱାର୍ଡ ଅଫିସ ସଭାସ୍ଥଳ ରେ ପହଞ୍ଚି ଥିଲା ।ଏହି ଶିବିରକୁ ପୂର୍ବତନ କର୍ପୋରେଟର ନୀରୋଦ ଚନ୍ଦ୍ର ପଣ୍ଡା ସଞ୍ଚାଳନ କରିଥିବା ବେଳେ ମୁଖ୍ୟଅତିଥି ଭାବରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ସ୍ୱୟଂପ୍ରଭା ଆଚାର୍ଯ୍ୟ ଯୋଗଦେଇ ସାଧାରଣ ଲୋକଙ୍କ ସେବା ପାଇଁ ଉଦ୍ଦିଷ୍ଟ ଆଇନ ସମ୍ପର୍କରେ ଲୋକମାନଙ୍କୁ ବୁଝାଇ ଥିଲେ । ସମାଜର ସର୍ବନିମ୍ନ ବ୍ୟକ୍ତି ଯେପରି ଆଇନ ସେବାରୁ ବଂଚିତ ନହୁଏ,ଏହି ଅନୁଷ୍ଠାନର ମୂଳ ଲକ୍ଷ୍ୟ ବୋଲି କହିଥିଲେ । ସର୍ବନିମ୍ନ ଆଇନ ସମ୍ପର୍କରେ ବହୁଲୋକ ଅଜ୍ଞ ଥିବାରୁ ସମାଜର ବିବିଧ କ୍ଷେତ୍ରରେ ଲୋକେ ଠକାମୀର ଶିକାର ହେଉଛନ୍ତି । ତେଣୁ ସମସ୍ତେ ଆଇନ ସମ୍ପର୍କରେ ଜାଣିବା ଉଚିତ ଓ ସାହାଯ୍ୟ କରିବା ଉଚିତ ବୋଲି ସଚିବ କହିଥିଲେ । ଏହି କାର୍ଯ୍ୟକ୍ରମରେ ଜଗତପୁର ଆଞ୍ଚଳିକ ସାମାଜିକ ସଂଗଠନର ସଭାପତି ହରିହର ପଣ୍ଡାଙ୍କ ସହିତ ପିଏଲଭି ଶର୍ମିଷ୍ଠାରାଣୀ ନନ୍ଦ, ପିଏଲଭି ଲୋକନାଥ ଶତପଥୀ, ଅକ୍ଷୟ କୁମାର ନାୟକ, ପୂର୍ଣ୍ଣ ଚନ୍ଦ୍ର ଭୂୟାଁ, ଅଶୋକ କୁମାର ସାମଲ ବକ୍ତବ୍ୟ ପ୍ରଦାନ କରି ସଚେତନତା ସୃଷ୍ଟି କରିଥିଲେ । ମାନସ ପରିଡା ଧନ୍ୟବାଦ ଦେଇଥିବା ବେଳେ ଅଞ୍ଚଳବାସୀଙ୍କ ପକ୍ଷରୁ ଜଗତପୁର ବିଦ୍ୟୁତ ଉପଭୋକ୍ତା ସଙ୍ଘ ସଭାପତି ତୀର୍ଥାନନ୍ଦ ପଣ୍ଡା, ବରିଷ୍ଠ ମୁରବୀ ବନବିହାରୀ ଦଳାଇ, ସଚ୍ଚିଦାନନ୍ଦ ଶୁକ୍ଳ, ବରିଷ୍ଠ ନାଗରିକ ସଙ୍ଘ କର୍ମକର୍ତ୍ତା ରବିନ୍ଦ୍ର ପରିଡା, ଗୋବର୍ଦ୍ଧନ ସାହୁ, ପ୍ରବୀର ରଥ, ହେମରାଜ ବିଶ୍ୱାଳ, ଲଳିତ ଭୂୟାଁ, ଗୌରାଙ୍ଗ ମହାନ୍ତି, ଅଭିମନ୍ୟୁ ବେହେରା, ମହେନ୍ଦ୍ର ମହାନ୍ତି, ଅଲେଖ ଚନ୍ଦ୍ର ବେହେରା, ଲଷ୍ମୀଧର ଶୁକ୍ଳ, କିଶୋର ନାୟକ, ସନ୍ତୋଷ ଶୁକ୍ଳ, ଚିତ୍ତରଞ୍ଜନ ମହାନ୍ତି, ପଦ୍ମନାଭ ବେହେରା, ରମେଶ ଶରଣ, ଶିବ ପ୍ରଧାନ, ରଶ୍ମୀକାନ୍ତ ସାମଲ, ନଗେନ୍ଦ୍ର ମହାପାତ୍ର, ବିରଞ୍ଚି ସାମଲଙ୍କ ସମେତ ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି, ବସ୍ତି ସଙ୍ଘ କର୍ମକର୍ତ୍ତା ମାନେ ବହୁ ସଂଖ୍ୟାରେ ଯୋଗଦେଇ ଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି