ସିଏମସି ୧ ଓ ୨୫ ନମ୍ବର ୱାର୍ଡ ଅଞ୍ଚଳରେ ବିଧାୟକ ମୋକିମଙ୍କ ସହାୟତା ପ୍ରଦାନ
କଟକ(ଏନ୍.ଏମ.): ବାରବାଟୀ-କଟକ ବିଧାୟକ ଆଞ୍ଚଳିକ ଉନ୍ନୟନ ପାଣ୍ଠି ଅନୁଦାନରେ କଟକ ମହାନଗର ନିଗମ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ କୋଭିଡ ସହାୟତା ପ୍ରଦାନ କରାଯାଇଛି । ସିଏମସି ୧ନମ୍ବର ୱାର୍ଡର ବିଡାନାସୀ ଅଞ୍ଚଳ ଓ ୨୫ ନମ୍ବର ୱାର୍ଡÿର ବାସ୍ତରି ମଠ, ଆଖାଡା ଗଳି, ମସ୍ତାନ ଦର୍ଘା, ମଣିସାହୁ ଛକ ଠାରେ କୋଭିଡ ସଂକ୍ରମିତ ପରିବାର, ହୋମ ଆଇସୋଲେନରେ ରହିଥିବା ପରିବାର ଏବଂ ଦୁର୍ଦ୍ଦିନରେ ରହିଥିବା ଜନସାଧାରଣଙ୍କୁ ବିଧାୟକ ଇଂ. ମହମ୍ମଦ ମୋକିମ କୋଭିଡ ସହାୟତା ପ୍ରଦାନ କରିଥିଲେ । ଏହି ୨ାଟି ୱାର୍ଡର ସାହିବସ୍ତି ଗସ୍ତ କରି ଜନସାଧାରଣଙ୍କ ମଧ୍ୟରେ କୋଭିଡ ସହାୟତା କିଟ, ଶୁଖିଲା ଖାଦ୍ୟ ଓ କୋଭିଡ ସଚେତନା ବାର୍ତ୍ତା ପ୍ରଦାନ କରିବା ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିବା ସଙ୍ଗେ ସଙ୍ଗେ ଆଶୁ ପଦକ୍ଷେପ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ସମସ୍ତଙ୍କର ସହଯୋଗରେ କରୋନା ସଂକ୍ରମଣକୁ ରୋକିବା ଏବଂ କଟକ ସହରର ବିକାଶକୁ ଆଗେଇ ନେବାରେ ସହାୟକ ହେବାପାଇଁ ଆହ୍ୱାନ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କଟକ ନଗର ଜିଲ୍ଲା କଂଗ୍ରେସ ସଭାପତି ଗିରିବାଳା ବେହେରା, ୱାର୍ଡ କଂଗ୍ରେସ ନେତା କିଶୋର କୁମାର କର, ଟୁକୁନା ସେନାପତି, ସନ୍ତୋଷ ଲେଙ୍କା, କ୍ଷୀରୋଦ ସାହୁ, ଅଶ୍ୱିନୀ ମହାରଣା, ଶୈଳବାଳା ଜେନା, ତୃପ୍ତି ଦାସ, ମହମ୍ମଦ ଅଲିମ, ଆର୍ଯ୍ୟବୀର ଲେଙ୍କା, ବିକି ଚକ୍ରବର୍ତ୍ତୀ, ସନ୍ତୋଷ ପାତ୍ର, ରାକେଶ ମହାରଣା, ଶ୍ରୀୟା ସମ୍ବେଦନା, ଇଶରତ ଜାହାନ, ସତ୍ୟଶ୍ରୀ ବେହେରା, ମାନସ ନାଥ, ସୟଦ ରମଯାନ ଅଲ୍ଲୀ, ସୋନୁ ସ୍ୱାଇଁ, ମହେଶ ରାୟ, ବିକ୍ରମ ସାମଲ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।