ସିଏମସି ପକ୍ଷରୁ ସାଉଥ୍ ପଏଣ୍ଟ ହସ୍ପିଟାଲରେ ଜବରଦଖଲ ଉଚ୍ଛେଦ

ସିଏମସି ପକ୍ଷରୁ ସାଉଥ୍ ପଏଣ୍ଟ ହସ୍ପିଟାଲରେ ଜବରଦଖଲ ଉଚ୍ଛେଦ

ସିଏମସି ପକ୍ଷରୁ ସାଉଥ୍ ପଏଣ୍ଟ ହସ୍ପିଟାଲରେ ଜବରଦଖଲ ଉଚ୍ଛେଦ

News by Rajendra Pradhan (Cuttack)

#କଟକ (ଏନ୍‌.ଏମ୍‌.): କଟକର ସାଉଥ୍ ପଏଣ୍ଟ ହସ୍ପିଟାଲ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଜବରଦଖଲ କରିଥିବା ଯୋଗୁଁ ଉକ୍ତ ହସ୍ପିଟାଲର କିଛି ଅଂଶକୁ ବୁଲଡୋଜର ଦ୍ୱାରା ଉଚ୍ଛେଦ କରାଯାଇଛି । ସିଏମସି ପକ୍ଷରୁ ହସ୍ପିଟାଲ୍ ଜବରଦଖଲ କରିଥିବା ଜମିରୁ ଉଚ୍ଛେଦ କରାଯାଇଛି । ଏଥିସହ ସରକାରୀ ଜମି ଉପରେ ହସ୍ପିଟାଲ୍ ନିର୍ମାଣ କରିଥିବା ବିଦ୍ୟୁତ ଟ୍ରାନ୍ସଫର୍ମ ଓ ଅକ୍ସିଜେନ୍ ପ୍ଲାଣ୍ଟକୁ ତୁରନ୍ତ ଉଠାଇବାକୁ ନିର୍ଦ୍ଦେଶ ଦିଆଯାଇଥିବା ସିଏମସି ଡେପୁଟି କମିଶନର ଅଜୟ କୁମାର ମହାନ୍ତି ଏନେଇ ସୂଚନା ଦେଇଛନ୍ତି । ସେ ପୁଣି କହିଛନ୍ତି ଯେ, ହସ୍ପିଟାଲ୍ ମିଲ୍ଡିଂ ପ୍ଲାନ୍ ଆପ୍ରୁଭାଲକୁ ନେଇ ପ୍ରଶ୍ନ ଉଠିଛି । ତାହା ଉପରେ ପ୍ଲାନିଂ ଡିପାର୍ଟମେଣ୍ଟ ଖୋଳତାଡ ଆରମ୍ଭ ହୋଇଥିବା ସିଏମସି ପକ୍ଷରୁ କୁହାଯାଇଛି । ବେଆଇନ୍ ନିର୍ମାଣକୁ ନେଇ ହସ୍ପିଟାଲ୍ ବିରୋଧରେ ଏକ ମାମଲା ହୋଇଛି ।୨୪ ତାରିଖ ସୁଦ୍ଧା ହାଜର ହୋଇ ସବୁ କାଗଜପତ୍ର ଜମା କରିବାକୁ ନୋଟିସ୍ କରାଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ସେପଟେ ଠକେଇ ଅଭିଯୋଗରେ ଗତ ସୋମବାର ଦିନ କଟକ ସହରରେ ଏକକାଳୀନ ୩ ଟି ସ୍ଥାନରେ ଜିଏସଟି ରେଡ୍ କରିଥିଲା । କଟକ ଖାନନଗର ସାଉଥ୍ ପଏଣ୍ଟ ହସ୍ପିଟାଲ, ହସ୍ପିଟାଲ ମାଲିକଙ୍କ ଘର ଓ ଜାଉଁଳିଆପଟି ମୀରା ଫାର୍ମାସୀରେ ମଧ୍ୟ ରେଡ କରାଯାଇଛି । ତେବେ ବିଏସକେୱାଇ ରିନୁଆଲ ବାହାନାରେ ଟଙ୍କା ଠକି କିଛି ଦିନ ତଳେହସ୍ପିଟାଲ ମାଲିକ ବିନୟ ସନ୍ତୁକା ଗିରଫ ହୋଇଥିଲେ । ଏହି ଘଟଣାରେ ଅଧିକ ଯାଞ୍ଚ ପାଇଁ ଏହି ରେଡ୍ ହୋଇଥିଲା । ତେବେ ଆଜି ସିଏମସି ବେଆଇନ୍ ଜବରଦଖଲକୁ ଉଚ୍ଛେଦ କରିଛି । ପୂର୍ବରୁ ବିଏସକେୱାଇ କାର୍ଡ଼ ଦୁର୍ନୀତିରେ ହସ୍ପିଟାଲର ମାଲିକ ବିନୟ ସନ୍ତୁକାଙ୍କ ସମେତ ୫ ଜଣଙ୍କୁ କମିଶନରେଟ ପୁଲିସ ଗିରଫ କରିଥିଲା । ଅଭିଯୋଗ ଅନୁଯାୟୀ ବିଏସକେୱାଇ କାର୍ଡରେ ଚଞ୍ଚକତା କରି ଏହି ହସ୍ପିଟାଲ ଲକ୍ଷାଧିକ ଟଙ୍କା ହଡପ୍ କରିଥିଲା । ଯାହାକୁ ନେଇ ରାଜ୍ୟରେ ସ୍ୱାସ୍ଥ୍ୟ ବିଭାଗ ଉପରେ ପ୍ରଶ୍ନ ଉଠିଥିଲା । ପରେ ରାଜ୍ୟ ସରକାର ସାଉଥ୍ ପଏଣ୍ଟ ହସ୍ପିଟାଲକୁ ବିଏସକେୱାଇ ତାଲିକାରୁ ହଟାଇ ଦେଇଥିଲେ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେତେବେଳେ ଏହି ହସ୍ପିଟାଲ ପାଇଁ ଅନୁମତି ଦିଆଗଲା ତାହାର ସମସ୍ତ କାଗଜପତ୍ର କିମ୍ବା ସ୍ଥିତି ସମ୍ପର୍କରେ ଯାଞ୍ଚ କରାଯାଇଥିଲା କି? ଯଦି ନିର୍ମାଣ ସମୟରେ ସିଏମସି ଜବରଦଖଲ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତା ତେବେ ଆଜି ଏହାକୁ ଉଚ୍ଛେଦ କରିବାକୁ ପଡ଼ିନଥାନ୍ତା ବୋଲି ବୁଦ୍ଧିଜୀବୀଙ୍କ ମହଲରେ ଚର୍ଚ୍ଚା ହେଉଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ