ସାଲେପୁର ରିଟେଲ ସଂଘ ପକ୍ଷରୁ ବିକ୍ଷୋଭ

ସାଲେପୁର ରିଟେଲ ସଂଘ ପକ୍ଷରୁ ବିକ୍ଷୋଭ

ସାଲେପୁର ରିଟେଲ ସଂଘ ପକ୍ଷରୁ ବିକ୍ଷୋଭ

News by Biswajit Dalai (Salepur)

ସାଲେପୁର (ଏନ୍‌.ଏମ୍‌.): ସର୍ବ ଭାରତୀୟ ଡିଲରସ ଫେଡରେସନର ଡାକରାରେ ରିଟେଲ ମହାସଂଘ ପକ୍ଷରୁ ୮ ଦଫା ଦାବି ନେଇ ଓଡ଼ିଶାର ସମସ୍ତ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲା ସାଲେପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଅନୁଷ୍ଠିତ ହୋଇ ଯାଇଛି । କେନ୍ଦ୍ର ସରକାରଙ୍କ ଗରିବ କଲ୍ୟାଣ ଯୋଜନାର ବଣ୍ଟନ ବାବଦୀୟ ପାରିଶ୍ରମିକ ଅର୍ଥ ପ୍ରଦାନ, ଇ-ପୋଷ ମେସିନ ବ୍ୟବହାରିକ ଖର୍ଚ୍ଚ ବାବଦରେ ବକେୟା ବର୍ଷ ଗୁଡ଼ିକର ଅର୍ଥ ପ୍ରଦାନ ଏବଂ କୋରନା ସମୟରେ ମଧ୍ୟାହ୍ନ ଭୋଜନ ବଣ୍ଟନର ପାରିଶ୍ରମିକ ଅର୍ଥ ପ୍ରଦାନ ଆଦି ଏଭଳି ୮ ଗୋଟି ଦାବି ନେଇ ବ୍ଲକର ସମସ୍ତ ଡିଲର ମାନେ ଏକ ରାଲିରେ ଆସି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବାସହ ଧାରଣା ରେ ବସିଥିଲେ । ଏ ନେଇ ବିକ୍ଷୋଭକାରୀମାନେ ଏକ ଦାବିପତ୍ର ବିଡ଼ିଓଙ୍କ ଜରିଆରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ପ୍ରଦାନ କରିଛନ୍ତି । ତେବେ ଆଗାମୀ ଦିନରେ ଯଦି ସେମାନଙ୍କ ଦାବି ଉପରେ ସରକାର କୌଣସି ନିଷ୍ପତ୍ତି ଗ୍ରହଣ ନକରନ୍ତି ତାହାହେଲେ ସେମାନେ ଆଗାମୀ ଦିନରେ ଚରପ ପଦକ୍ଷେପ ଗ୍ରହଣ କରିବେ ବୋଲି ଚେତାବନୀ ଦିଆଯାଇଛି ।

Slider କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ