ସାଲେପୁରରେ ସବୁଜ ବଳୟ ପାଇଁ ବୃକ୍ଷରୋପଣ

ସାଲେପୁର(ଏନ୍.ଏମ୍.): ବୃକ୍ଷ ହିଁ ଜୀବନ । ଏବେ ବୃକ୍ଷ ବିନା ସମଗ୍ର ବିଶ୍ୱ ସଂକଟ ଦେଇ ଗତି କରୁଛି । ବିଶ୍ୱତାପାୟନରେ ବି ବିଭ୍ରାଟ ସୃଷ୍ଟି ହେଉଛି । ବିଶ୍ୱରୁ ଅମ୍ଳଜାନ ହ୍ରାସ ପାଉଥିବାବେଳେ ଅଙ୍ଗାରକାମ୍ଳ ବୃଦ୍ଧି ପାଉଛି; ଫଳରେ ପରିବେଶ ପ୍ରଦୂଷିତ ହେବା ସହ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର କାରଣ ହେଉଛି । ତେଣୁ ଜୀବ ଜଗତ ତିଷ୍ଟି ରହିବା ପାଇଁ ସବୁଜ ବଳୟର ଆବଶ୍ୟକତା ରହିଛି । ତେବେ ସମ୍ପ୍ରତି ଚାରିଆଡେ କଂକ୍ରିଟ ଜଙ୍ଗଲ ଗଢ଼ି ଉଠିଥିବାବେଳେ ସବୁଜ ଜଙ୍ଗଲ ହ୍ରାସ ପାଉଛି । ତେଣୁ ଏହାକୁ ଦୃଷ୍ଟିରେ ରଖି କଟକ ଜିଲ୍ଲାର ସାଲେପୁର ବ୍ଲକ ପିକୋଳ ପଞ୍ଚାୟତର ସିମଲପଡ଼ା ଠାରେ ଉତ୍ସାହି ଯୁବକମାନଙ୍କୁ ନେଇ ଆସ ଆସ ଗଛ ଲଗାଇବା କାର୍ଯ୍ୟକ୍ରମ ମାଧ୍ୟମରେ ବୃକ୍ଷରୋପଣ ଅନୁଷ୍ଠିତ ହୋଇଯାଇଛି । ମୌଲାନାଙ୍କ ନେତୃତ୍ୱରେ ବସନ୍ତ ରାଉତରାୟ, ସୁନୀଲ ସିଂ, ସେକ୍ ସାଜିଦ ଅଲି, ମହମ୍ମଦ କାସିମ, ହରି ବାରିକ, ସେକ୍ ନାକୀବ ଅହମଦ, ମାନସ ରଞ୍ଜନ ମଲ୍ଲିକ, ବଟ ମଲ୍ଲିକ ପ୍ରମୁଖ ଯୋଗଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।