ସାଧାରଣ ନିର୍ବାଚନ : ଏଥର ସମ୍ବଲପୁରରେ ମହାସଂଗ୍ରାମ, ଧର୍ମେନ୍ଦ୍ରଙ୍କ ସହ ପ୍ରଣବଙ୍କ ଲଢ଼େଇ

ସାଧାରଣ ନିର୍ବାଚନ : ଏଥର ସମ୍ବଲପୁରରେ ମହାସଂଗ୍ରାମ, ଧର୍ମେନ୍ଦ୍ରଙ୍କ ସହ ପ୍ରଣବଙ୍କ ଲଢ଼େଇ

ସାଧାରଣ ନିର୍ବାଚନ : ଏଥର ସମ୍ବଲପୁରରେ ମହାସଂଗ୍ରାମ, ଧର୍ମେନ୍ଦ୍ରଙ୍କ ସହ ପ୍ରଣବଙ୍କ ଲଢ଼େଇ


#ସମ୍ବଲପୁର(ଏନ୍‌.ଏମ୍‌.): ଏଥର ସାଧାରଣ ନିର୍ବାଚନ ପାଇଁ ସବୁଠୁ ରୋଚକପୂର୍ଣ୍ଣ ଲଢ଼େଇ ହେବ ସମ୍ବଲପୁର ଲୋକସଭା ନିର୍ବାଚନରେ । ଏଥର ବିଜେଡି ଓ ବିଜେପି ମଧ୍ୟରେ ହେବ ମହାସଂଗ୍ରାମ । ବିଜେପିରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଜେଡିରୁ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ପ୍ରାର୍ଥୀ ହେବାପରେ ରାଜ୍ୟ ରାଜନୀତିରେ ଏହିଭଳି ଏକ ଚର୍ଚ୍ଚା ଆରମ୍ଭ ହୋଇଛି । ଉଭୟ ଦଳ ପାଇଁ ଏହା ସମ୍ମାନର ପ୍ରଶ୍ନ ହୋଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କିଛିମାସ ତଳୁ ଏହି ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀହେବା ଲକ୍ଷ୍ୟରେ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ । କେନ୍ଦ୍ରମନ୍ତ୍ରୀ ଓ ତାଙ୍କ ଧର୍ମପତ୍ନୀ ମୃଦୁଳା ଠାକୁର ନିଜସ୍ୱ ଟିମ୍ ସହିତ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ସମ୍ବଲପୁର ଲୋକସଭା କ୍ଷେତ୍ର ଅନ୍ତର୍ଗତ ସମସ୍ତ ୭ଟି ବିଧାନସଭା କ୍ଷେତ୍ରରେ ସକ୍ରିୟ ରହିଥିଲେ । ଧର୍ମେନ୍ଦ୍ରଙ୍କ ପ୍ରସ୍ତୁତି ଜଣାପଡ଼ିବା ପରେ ବିଜେଡି ମଧ୍ୟ ତାଙ୍କୁ କଡ଼ା ଟକ୍କର ଦେଇପାରୁଥିବା ଭଳି ଜଣେ ନେତାଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇବା ପାଇଁ ଲକ୍ଷ୍ୟ ରଖିଥିଲା । ଗତ ଜାନୁଆରି ମାସରେ ମଧ୍ୟ ଏହାର ଆଭାସ ମିଳିଯାଇଥିଲା ଏବଂ ଏଠାରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ନିଜେ ପ୍ରଣବ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଶେଷରେ, ବିଜେଡିର ସେହି ଯୋଜନା କାର୍ଯ୍ୟକାରୀ ହେବା ସହିତ ପ୍ରଣବ ଏଠାରୁ ପ୍ରାର୍ଥୀ ହୋଇଛନ୍ତି । ଫଳରେ, ଦୁଳ ଦଳର ଆଗଧାଡ଼ିର ନେତୃତ୍ୱ ଏଠାରୁ ପ୍ରାର୍ଥୀହେବା ପରେ ଏଠାକାର ନିର୍ବାଚନ ମହାଲଢ଼େଇର ରୂପନେବ ବୋଲି ଏବେ ଠାରୁ କୁହାଯାଉଛି । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଉଭୟ ଧର୍ମେନ୍ଦ୍ର ଓ ପ୍ରଣବ ସମ୍ବଲପୁର ଲୋକସଭା କ୍ଷେତ୍ର ବାହାରର ବାସିନ୍ଦା । ଧର୍ମେନ୍ଦ୍ର ଅନୁଗୁଳ ଜିଲ୍ଲାର ବାସିନ୍ଦା ଏବଂ ଏହି ଜିଲ୍ଲାର ଦୁଇଟି ବିଧାନସଭା କ୍ଷେତ୍ର ଛେଣ୍ଡିପଦା ଓ ଆଠମଲ୍ଲିକ ସମ୍ବଲପୁର ଲୋକସଭା କ୍ଷେତ୍ରରେ ରହିଛି । ଅପରପକ୍ଷରେ ଏହି ଲୋକସଭା କ୍ଷେତ୍ର ଅନ୍ତର୍ଗତ ୩ଟି ବିଧାନସଭା ଆସନ ସମ୍ବଲପୁର, ଦେବଗଡ଼ ଓ ରେଂଗାଲି ବର୍ତ୍ତମାନ ବିଜେପି ଅକ୍ତିଆରରେ ଥିବା ବେଳେ କୁଚିଣ୍ଡା, ରେଢ଼ାଖୋଲ, ଛେଣ୍ଡିପଦା କ୍ଷେତ୍ରରେ ଦଳୀୟ ସଂଗଠନ ସୁଦୃଢ଼ ହୋଇଛି । ଚଷାଜାତି ବହୁଳ ଆଠମଲ୍ଲିକ, ଛେଣ୍ଡିପଦା, ଦେବଗଡ଼, ରେଢ଼ାଖୋଲ ବିଧାନସଭା କ୍ଷେତ୍ର ଧର୍ମେନ୍ଦ୍ରଙ୍କ ପାଇଁ ସହଜ ହୋଇପାରେ ବୋଲି ରାଜନେ?ତିକ ମହଲରେ ଆଲୋଚନା ହେଉଛି । ଅପରପକ୍ଷରେ ରାଜନେ?ତିକ ଗୋଟିଚାଳନାରେ ବେଶ୍ ସିଦ୍ଧହସ୍ତ ହେଉଛନ୍ତି ପ୍ରଣବ । ତାଙ୍କର ମଧ୍ୟ ଦୃଢ଼ ସାଙ୍ଗଠନିକ ଦକ୍ଷତା ରହିଛି । ସମ୍ବଲପୁର ଜିଲ୍ଲାର ପର୍ଯ୍ୟବେକ୍ଷକଭାବେ ଅଂଚଳର ଛୋଟବଡ଼ ଦଳୀୟ କର୍ମୀମାନଙ୍କ ସହିତ ତାଙ୍କର ବେଶ୍ ସମ୍ପର୍କ ରହିଛି । ଫଳରେ, ଦଳୀୟ ପ୍ରଭାବ ସହିତ ଅଂଚଳବାସୀଙ୍କ ମନ ଜିଣିବା ପାଇଁ ସେ ନିଶ୍ଚିତଭାବେ ଶତ ପ୍ରତିଶତ ଉଦ୍ୟମ କରିବେ ବୋଲି କୁହାଯାଉଛି । ଆଗାମୀଦିନରେ ଏହି ହାଇପ୍ରୋଫାଇଲ୍ ବା ମହାଲଢ଼େଇ କିଭଳି ରୂପ ନେଉଛି, ତାହା ଏବେ ଦେଖିବାକୁ ବାକି ରହିଲା ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ