ସହରରେ ବକ୍ସ ଡ୍ରେନ ନେଇ ଗୁରୁତ୍ୱ: ଜୁଲାଇ ୧ରୁ ଆରମ୍ଭ ହେବ କାର୍ଯ୍ୟ

ସହରରେ ବକ୍ସ ଡ୍ରେନ ନେଇ ଗୁରୁତ୍ୱ: ଜୁଲାଇ ୧ରୁ ଆରମ୍ଭ ହେବ କାର୍ଯ୍ୟ

ସହରରେ ବକ୍ସ ଡ୍ରେନ ନେଇ ଗୁରୁତ୍ୱ: ଜୁଲାଇ ୧ରୁ ଆରମ୍ଭ ହେବ କାର୍ଯ୍ୟ
କଟକରେ ଜଳନିଷ୍କାସନ ଓ ଟ୍ରାଫିକ ସମସ୍ୟାର ସ୍ଥାୟୀ ସମାଧାନ ହୋଇ ପାରିବ- ପ୍ରତାପ ଜେନା


କଟକ(ଏନ୍‌.ଏମ୍‌.): କଟକ ସହରରେ ଜଳ ନିଷ୍କାସନ ଓ ଟ୍ରାଫିକ ସମସ୍ୟାର ସ୍ଥାୟୀ ସମାଧାନ ଦିଗରେ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି । ବିଶେଷ କରି କଟକ ସହରେ ଥିବା ଡ୍ରେନଜ ଗୁଡ଼ିକ ମୁଖ୍ୟତଃ ଖୋଲା ରହୁଥିବାରୁ ଅଳିଆ ଆବର୍ଜନା ପଡ଼ି ଜଳନିଷ୍କାସନରେ ବାଧକ ସାଜିଥାଏ । ତେଣୁ ବକ୍ସ ଡ୍ରେନ କରାଯିବା ଦ୍ୱାରା ଏସବୁ ସମସ୍ୟାର ସମାଧାନ ହେବା ସହ ଟ୍ରାଫିକ ସମସ୍ୟାର ସମାଧାନ ମଧ୍ୟ ହୋଇ ପାରିବ ବୋଲି ଆଜି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସ୍ଥାନୀୟ ସର୍କିଟ ହାଉସ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ମୌସୁମୀ ଆସିଲେ ସହରରେ ବନ୍ୟାର ଭ୍ରମ ସୃଷ୍ଟି ହୋଇଥାଏ । ପ୍ରତିବର୍ଷ ବର୍ଷା ସମୟରେ ଉପୁଜୁଥିବା କୃତ୍ରିମ ବନ୍ୟା ଯୋଗୁଁ ସହରବାସୀଙ୍କ ଲାଗି ଏକ ପ୍ରମୁଖ ସମସ୍ୟା; ତେଣୁ ଏହାର ସମାଧାନ ନିତ୍ୟାନ୍ତ ଆବଶ୍ୟକ ଥିଲା । ବର୍ଷା ଜଳର ନିଷ୍କାସନ ଲାଗି ଭିତ୍ତିଭୂମିର ସୁଦୃଢ କରିବା ସହିତ ଏହାର ସ୍ଥାୟୀ ସମାଧାନର ଆବଶ୍ୟକତା ରହିଛି । ପ୍ରତିବର୍ଷ ବର୍ଷା ସମୟରେ କଟକରେ ଉପୁଜିଥିବା ଜଳବନ୍ଦୀ ଓ ବନ୍ୟା ପରିସ୍ଥିତିକୁ ଦୂର କରିବା ଲାଗି ରାଜ୍ୟସରକାରଙ୍କ ସ୍ୱତନ୍ତ୍ର ବ୍ୟୟବରାଦ ମାଧ୍ୟମରେ ଗୃହ ଓ ନଗର ଉନ୍ନୟନ ବିଭାଗ, ଓଡିଶା ଜଳ ଯୋଗାଣ ଏବଂ ସ୍ୱରେଜ ବୋର୍ଡ ମାଧ୍ୟମରେ ଜାପାନ ଆନଃର୍ଜାତୀୟ କର୍ପୋରେସନ ଏଜେନ୍ସିର ସହାୟତାରେ କଟକ ସହରର ସ୍ୱରେଜ ଓ ଡ୍ରେନେଜ କାର୍ଯ୍ୟ ନିର୍ମାଣାଧିନ ରହିଛି । ତେବେ ସହରରେ ବକ୍ସଡ୍ରେନ ନିର୍ମାଣ ଫଳରେ ଟ୍ରାଫିକ ସମସ୍ୟାର ସମାଧାନ ସହ ଜଳନିଷ୍କାସନ ବ୍ୟବସ୍ଥା ଉତ୍ତମ ଭାବେ ହୋଇ ପାରିବ ବୋଲି ମନ୍ତ୍ରୀ ଶ୍ରୀ ଜେନା ସ୍ୱରେଜ ଓ ଡ୍ରେନେଜ ଉପରେ ଆଲୋଚନା କରି କହିଥିଲେ । ପୁନଶ୍ଚ ଏହି ଡ୍ରେନେଜ ଯୋଜନାରେ ଅନ୍ତର୍ଗତ ଡ୍ରେନ ଗୁଡିକୁ ପୁନଃନିର୍ମାଣ ଓ ସମ୍ପ୍ରସାରଣ କରିବା, ଜଳ ନିଷ୍କାସନ କ୍ଷମତା ବୃଦ୍ଧି, ଉଚ୍ଚ କ୍ଷମତା ସମ୍ପର୍ଣ ଡ୍ରେନେଜ ପମ୍ପିଙ୍ଗ ଷ୍ଟେସନ ନିର୍ମାଣ ଏବଂ ସୁଇସ ଗେଟ ସ୍ଥାପନ ଲାଗି କାର୍ଯ୍ୟ କରାଯାଉଛି । ଏହା ସହିତ ବର୍ଷା ସମୟରେ ଅତିରିକ୍ତ ଜଳକୁ ସଂରକ୍ଷଣ କରିବା ଲାଗି ରେଭିନିୟୁ କଲୋନି ପୋଖରୀର ପୁନଃଉଦ୍ଧାର କାର୍ଯ୍ୟକୁ ଏହି ଯୋଜନା ଅନ୍ତର୍ଭୁକ୍ତ କରାଯାଇଛି । ସହରରେ ବର୍ଷାଜଳ ନିଷ୍କାସନ ସମସ୍ୟାକୁ ଏଡାଇବା ପାଇଁ ଅତିରିକ୍ତ ଜଳକୁ ତୁରନ୍ତ ନିଷ୍କାସନ କରିବା ନିମନ୍ତେ ସହରର ସବୁଠାରୁ ଜନଗହଳି ପୂର୍ଣ୍ଣ ଅଞ୍ଚଳ ପଟ୍ଟାପୋଲ ଠାରୁ ମାତୃଭବନ ପର୍ଯ୍ୟନ୍ତ ଟ୍ରାଫିକ ସମସ୍ୟାର ସମାଧାନ କରିବା ଲାଗି ବକ୍ସ ଡ୍ରେନ ସହ ରେଡ ନିର୍ମାଣ କରିବା ଏହି ଯୋଜନାର ଅନ୍ତଭୁକ୍ତ ହୋଇଛି । ଏହି ବକ୍ସ ଡ୍ରେନ କାର୍ଯ୍ୟକୁ ୨ଟି ଲଟ୍‌ରେ କରାଯିବାକୁ ନିଷ୍ପତ୍ତି ହୋଇଛି । ଲଟ-୧ ଚେନେଜ ୩୩୦୦-୫୧୫୦ ପଟ୍ଟାପୋଲ ଠାରୁ ବଜ୍ରକବାଟି ୧୮୫୦ ମଟର ଦୈର୍ଘ୍ୟ ଏବଂ ଲଟ-୨ ଚେନେଜ ୫୧୫୦-୬୭୦୦ ବଜ୍ରକବାଟୀ ଠାରୁ ମାତୃଭବନ -୧୫୫୦ମିଟର ଦୈର୍ଘ୍ୟରେ ବିଭକ୍ତ କରାଯାଇଛି । ଆଇସିଏର ନିର୍ଦ୍ଦେଶାବଳୀ ଆଧାରରେ ଆନ୍ତର୍ଜାତିକ ପ୍ରତିଯୋଗିତା ମୂଳକ ସ୍ୱଚ୍ଛ ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ନିର୍ମାଣକାରୀ ସଂସ୍ଥା ଚୟନ କରାଯାଇଛି । ଉକ୍ତ ଟେଣ୍ଡର ପ୍ରକ୍ରିୟାର ଫଳାଫଳ ଅନୁସାରେ ଏହି କାର୍ଯ୍ୟ ମୋଟ ମୂଲ୍ୟ ୪୫୦.୪୪ କୋଟି ଟଙ୍କା ବ୍ୟୟରେ କାର୍ଯ୍ୟକାରୀ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ଏହି କାର୍ଯ୍ୟକୁ ୨୦୨୧ ଜୁଲାଇ ୧ରେ ଆରମ୍ଭ କରି ୨୦୨୨ ଡିସେମ୍ବର ୩୧ ତାରିଖ ମଧ୍ୟରେ ସମାପ୍ତି କରିବା ଲାଗି ସ୍ଥିର କରାଯାଇଛି ବୋଲି ଏହି ସମ୍ବାଦିକ ସମ୍ମିଳନୀ ରାଜ୍ୟସଭା ସାଂସଦ ସୁବାସ ସିଂହ ସୂଚନା ଦେଇଛନ୍ତି । ବକ୍ସ ଡ୍ରେନ ନିର୍ମାଣ ଲାଗି ମୁଖ୍ୟମନ୍ତ୍ରୀ କ୍ୟାବିନେଟରେ ମଞ୍ଜୁରୀ ଦେଇଥିବାରୁ କଟକବାସୀଙ୍କ ପକ୍ଷରୁ ସାଂସଦ ଶ୍ରୀ ସିଂହ କୃତଜ୍ଞତା ଜଣାଇଛନ୍ତି । ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ତଥା କଟକ ସଦର ବିଧାୟକ ଚନ୍ଦ୍ରସାରଥି ବେହେରା, କଟକ- ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ, କଟକ ବିଜୁ ଜନତା ଦଳ ସଭାପତି ମଧୁସୁଦନ ସାହୁ, ଓଡିଶା ମୋ ପରିବାରର ଜିଲ୍ଲା ସଂଯୋଜକ ରଞ୍ଜନ କୁମାର ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ