ସର୍ବଭାରତୀୟ ପୁଲିସ ହକି ଚମ୍ପିୟାନସିପ: ଓଡ଼ିଶାକୁ ପୁରୁଷ ଓ ମହିଳା କ୍ଷେତ୍ରରେ ବ୍ରୋଞ୍ଚ ହାସଲ
କଟକ (ଏନ୍.ଏମ୍.): ୭୧ ତମ ସର୍ବଭାରତୀୟ ପୁଲିସ ହକି ଚମ୍ପିୟାନସିପରେ ଓଡିଶା ପୁଲିସର ପୁରୁଷ ଓ ମହିଳା ଟିମ ଦଳଗତ ପ୍ରଦର୍ଶନ କରି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଓଡିଶା ପୁଲିସର ପୁରୁଷ ଟିମ ସି.ଆଇ.ଏସ.ଏଫ କୁ ୬-୪ ଗୋଲରେ ପରାସ୍ତ କରି ତୃତୀୟ ସ୍ଥାନ ଅଧିକାର କରିବା ସହ ବ୍ରୋଞ୍ଜ ପଦକ ହାସଲ କରିଥିବାବେଳେ ମହିଳା ବର୍ଗରେ ଓଡିଶା ପୁଲିସ ତାମିଲନାଡୁ କୁ ୪-୨ ଗୋଲରେ ପରାସ୍ତ କରି ବ୍ରୋଞ୍ଜ ପଦକ ହାସଲ କରିଛି । ଉଲ୍ଲେଖଯୋଗ୍ୟ ଯେ ଗତ ନଭେମ୍ବର ମାସ ୧୬ ରୁ ୩୦ ତାରିଖ ପର୍ଯ୍ୟନ୍ତ ପଶ୍ଚିମବଙ୍ଗ ପୁଲିସ ଆନୁକୁଲ୍ୟରେ କୋଲକାତାସ୍ଥିତ ସାଇ କମ୍ପେ୍ଲକ୍ସ ଠାରେ ସର୍ବଭାରତୀୟ ପୁଲିସ ହକି ଚମ୍ପିୟାନସିପ ଅନୁଷ୍ଠିତ ହୋଇଥିଲା । ପୁରୁଷ ଟିମର ଅଧିନାୟକ ଅଲମ୍ପିୟାନ ବୀରେନ୍ଦ୍ର ଲାକ୍ରା ଓ ଟିମ ମ୍ୟାନେଜର ସଂଜୀବ କୁମାର ଲାକ୍ରା ରାଜ୍ୟ ପୁଲିସ ମୁଖ୍ୟାଳୟରେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂସଲଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି । ଏହି ଅବସରରେ ଆରକ୍ଷୀ ମହାନିର୍ଦେଶକ ଶ୍ରୀ ବଂସଲ କ୍ରୀଡାବିତମାନଙ୍କ ସାଫଲ୍ୟରେ ସନ୍ତୋଷ ବ୍ୟକ୍ତ କରିବା ସହ ଭବିଷ୍ୟତରେ କଠିନ ପରିଶ୍ରମ କରି ରାଜ୍ୟ ପୁଲିସ ପାଇଁ ଅଧିକ ସଫଳତା ଆଣିବାକୁ ପରାମର୍ଶ ଦେଇଥିଲେ । ଏହି ସାକ୍ଷାତ ସମୟରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ଆର. କେ. ଶର୍ମା ମଧ୍ୟ ଉପସ୍ଥିତ ଥିଲେ ।
💐🙏Jai Ho🙏Jai Hind🙏
Thanks to Niskarsh News
Bharatiya Pravasi Parishad Association of Kuwait