ସରକାରଙ୍କ ନିର୍ଦ୍ଦେଶନାମା : ଡବଲ ଡୋଜ ନନେଲେ ଜୁଲାଇ ୧ରୁ ଦପ୍ତର ମନା

ସରକାରଙ୍କ ନିର୍ଦ୍ଦେଶନାମା : ଡବଲ ଡୋଜ ନନେଲେ ଜୁଲାଇ ୧ରୁ ଦପ୍ତର ମନା

ସରକାରଙ୍କ ନିର୍ଦ୍ଦେଶନାମା : ଡବଲ ଡୋଜ ନନେଲେ ଜୁଲାଇ ୧ରୁ ଦପ୍ତର ମନା
ଭୁବନେଶ୍ୱର(ଏନ୍‌.ଏମ୍‌.): ଡବଲ ଡୋଜ୍ ଟିକା ନେଇନଥିଲେ ଜୁଲାଇ ୧ରୁ ରାଜଧାନୀ ଭୁବନେଶ୍ୱରରେ କାର୍ଯ୍ୟ କରୁଥିବା ସରକାରୀ କର୍ମଚାରୀଙ୍କୁ ଅଫିସ୍ ଆସିବାକୁ ଅନୁମତି ମିଳିବ ନାହିଁ । ଆଉ ସେମାନଙ୍କର ଅଫିସରେ ଅନୁପସ୍ଥିତିକୁ ଉଦ୍ଦେଶ୍ୟମୂଳକ ଛୁଟି ଭାବେ ବିବେଚନା କରାଯିବ । ଆଜି ଏଭଳି ଢଙ୍ଗରେ ରାଜ୍ୟ ସରକାର ରାଜଧାନୀ ଭୁବନେଶ୍ୱରରେ ଥିବା ବିଭିନ୍ନ ବିଭାଗୀୟ କାର୍ଯ୍ୟାଳୟ, ମୁଖ୍ୟ ଦପ୍ତର, ଶାଖା ଅଫିସ୍ ଓ ସରକାରୀ ଉଦ୍ୟୋଗରେ କାର୍ଯ୍ୟରତ କର୍ମଚାରୀଙ୍କ ନିମନ୍ତେ ନିର୍ଦ୍ଦେଶନାମା ଜାରି କରିଛନ୍ତି । ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସଞ୍ଜିବ ଚୋପ୍ରା ଆଜି ସମସ୍ତ ବିଭାଗୀୟ ମୁଖ୍ୟଙ୍କୁ ଏହି ନିର୍ଦ୍ଦେଶନାମା ପଠାଇ ଭୁବନେଶ୍ୱରରେ ଥିବା ଅଫିସଗୁଡ଼ିକରେ କାର୍ଯ୍ୟରତ କର୍ମଚାରୀଙ୍କ ନିମନ୍ତେ ଏହା ଉଦ୍ଦିଷ୍ଟ ବୋଲି ଜଣାଇଛନ୍ତି । ଶ୍ରୀ ଚୋପ୍ରା ପୁଣି କହିଛନ୍ତି ଯେ, ଜୁନ୍ ୧୦ରୁ ୨୦ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଥିବା ସମସ୍ତ ବିଭାଗର କାର୍ଯ୍ୟାଳୟ, ସରକାରୀ ଉଦ୍ୟୋଗ ଓ ନିଗମର କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ଟିକାକରଣ ଅଭିଯାନ ହୋଇଛି । ଏହି ପ୍ରକ୍ରିୟାରେ ପ୍ରାୟ ୬ହଜାର କର୍ମଚାରୀଙ୍କୁ ପ୍ରଥମ ଡୋଜ୍ ଟିକା ଦିଆସରିଛି । ଦ୍ୱିତୀୟ ଡୋଜ୍ ଟିକା ଅଭିଯାନ ଜୁନ୍ ୧୭ରୁ ଜାରି ରହିଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ ଶିକ୍ଷା ଓ ନିଯୁକ୍ତି