ସଂଜୀବନୀ ହେଲଥ୍ କେୟାର ହସ୍ପିଟାଲ ଉଦ୍ଘାଟିତ
#ଚୌଦ୍ୱାର(ଏନ୍.ଏମ୍.) : ପବିତ୍ର ୭୭ତମ ସ୍ୱାଧୀନତା ଦିବସରେ କଟକ ଜିଲ୍ଲା ଚୌଦ୍ୱାର ଚାରିଘରିଆ ଅଞ୍ଚଳରେ ଅତ୍ୟଧୁନିକ ପ୍ରଣାଳୀରେ ସ୍ୱାସ୍ଥ୍ୟସେବା ଯୋଗାଇଦେବା ନିମନ୍ତେ ସଂଜୀବନୀ ହେଲଥ୍ କେୟାର ହସ୍ପିଟାଲ ଉଦ୍ଘାଟିତ ହୋଇଯାଇଛି । ହସ୍ପିଟାଲର ମୁଖ୍ୟ ପରିଚାଳକ ବସନ୍ତ କୁମାର ଭୂୟାଁଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସଦଗୁରୁ ହସ୍ପିଟାଲର ଡାକ୍ତର ପ୍ରଦୀପ ମହାନ୍ତି ଓ ଡାକ୍ତର ସମିତା ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ନର୍ସିଂହୋମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ କରିଥିଲେ । ଆଗାମୀ ଦିନରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହି ହସ୍ପିଟାଲ ସ୍ଥାନୀୟ ବାସିନ୍ଦା ପାଇଁ ସଂଜୀବନୀ ହେବ ବୋଲି ଉପସ୍ଥିତ ଅତିଥିମାନେ ଆଶା ପ୍ରକାଶ କରିଥିଲେ । ଉଦ୍ଘାଟିତ ଏହି ହସ୍ପିଟାଲ ୨୪ଘଣ୍ଟିଆ ସେବା ଯୋଗାଇବା ସହିତ ଆମ୍ବୁଲାନ୍ସ, ଜେନେରାଲ ମେଡିସିନ, ଜେନେରାଲ ସର୍ଜରୀ, ଜିଆଇ ଓ ଲାପ୍ରୋସ୍କୋପି ସର୍ଜରୀ, ୟୁରୋଲୋଜି, ପ୍ଲାଷ୍ଟିକ ସର୍ଜରୀ, ଅର୍ଥୋପେଡିକ, ପେଡିଆଟ୍ରିକ୍ ସର୍ଜରୀ ଆଦି ସେବା ଯୋଗାଇବା ସହିତ ବିଜୁ ସ୍ୱାସ୍ଥ୍ୟ କାର୍ଡର ସୁବିଧା ମଧ୍ୟ ଉପଲବ୍ଧ କରାଯାଇଛି ବୋଲି ହସ୍ପିଟାଲର ମୁଖ୍ୟ ପରିଚାଳକ ଶ୍ରୀ ଭୂୟାଁ ସୂଚନା ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ସୁଶାନ୍ତ ଭୂୟାଁ, ନଟବର ଭୂୟାଁ, ଶୁକଦେବ ଭୂୟାଁ, ପ୍ରଶାନ୍ତ ଭୂୟାଁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।