ସଂଗ୍ରାମ କେଶରୀ ସାମନ୍ତରାୟ ପାଇଲେ ଆଧ୍ୟାତ୍ମିକ କବି ଚେତନା ସମ୍ମାନ

ସଂଗ୍ରାମ କେଶରୀ ସାମନ୍ତରାୟ ପାଇଲେ ଆଧ୍ୟାତ୍ମିକ କବି ଚେତନା ସମ୍ମାନ

ସଂଗ୍ରାମ କେଶରୀ ସାମନ୍ତରାୟ ପାଇଲେ ଆଧ୍ୟାତ୍ମିକ କବି ଚେତନା ସମ୍ମାନ

ଫଟୋ- ପଦ୍ମଲୋଚନ ମିଶ୍ର

ଭଦ୍ରକ(ଏନ୍‌.ଏମ୍‌.): ଭଦ୍ରକାଳୀ ମ୍ୟୁଜିକ୍ ଏଣ୍ଡ ଆର୍ଟ ସ୍କୁଲର ଚତୃଦଶ ବାର୍ଷିକ ପାଳନ ଅବସରରେ ରାଜ୍ୟସ୍ତରୀୟ ସମର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସଂଗ୍ରାମ କେଶରୀ ସାମନ୍ତରାୟଙ୍କୁ ଆଧ୍ୟାତ୍ମିକ କବି ଚେତନା-୨୦୨୨ ପ୍ରଦାନ କରାଯାଇଥିଲା । ସମ୍ପ୍ରତି ସେ ଓଡ଼ିଶା ଅର୍ଥ ସେବା ଅଧିକାରୀ ରୂପେ କାର୍ଯ୍ୟରତ । ସେ ତାଙ୍କର ପ୍ରଭାବଶାଳୀ ବକ୍ତବ୍ୟ ଏବଂ ଆଧ୍ୟାତ୍ମିକ ଚେତନା ସମ୍ମିଳିତ କବିତାର ସ୍ୱର ମାଧ୍ୟମରେ ସାଧାରଣ ଜନତାଙ୍କୁ ଆକୃଷ୍ଟ କରି ପାରିଛନ୍ତି । ଦୁଇ ଗୋଟି କବିତା ପୁସ୍ତକ ଆମ ଯୁଗ ଜିନ୍ଦାବାଦ ଏବଂ ପରିବର୍ତ୍ତନ କବିତା ସମ୍ଭାରର ରଚୟତା । କବିତାଗୁଡ଼ିକ ଆଧ୍ୟାତ୍ମିକ ସ୍ୱର ଏବଂ ସ୍ୱାକ୍ଷରକୁ ବହନ କରିଛି । ସାହିତ୍ୟ, ସମାଜସେବା, ପରିବେଶ ସୁରକ୍ଷା ଏବଂ ଆଧ୍ୟାତ୍ମିକ ଚେତନା ବିଷୟରେ ସଚେତନତା କବିତା ରଚନା ତାଙ୍କର ସ୍ୱତନ୍ତ୍ର ଭାବକୁ ପରିପ୍ରକାଶ କରିଥାଏ । ଏହି କାର୍ଯ୍ୟକ୍ରମରେ ଦେବେନ୍ଦ୍ର ମାଝୀ ଡାଇରେକ୍ଟର ଆମ୍ବେଦକର ରାଷ୍ଟ୍ରୀୟ ନିର୍ଦ୍ଦେଶାଳୟ, ବାଦଲ ସିକ୍ ଦର୍‌, ଦଇତାରୀ ପଣ୍ଡା, ସୁରେଶ ପଣ୍ଡା, ଯୋଗେନ୍ଦ୍ର ପରିଡ଼ା, ହେମେନ୍ଦ୍ର ସାହୁ, ଚକ୍ରଧର ଜେନା ସମ୍ପାଦକ, ଦିଲୀପ ମହାପାତ୍ର ସଭାପତି, ଲୋକେଶ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଶ୍ରୀଯୁକ୍ତ ସାମନ୍ତରାୟଙ୍କୁ ମାନପତ୍ର, ଉପଢୌକନ, ବାର୍ଷିକ ପୁସ୍ତିକା ଏବଂ ଅଙ୍ଗବସ୍ତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି