ଶୋଭା ସଂଗଠନ ପକ୍ଷରୁ ସ୍ତନ କର୍କଟ ସମ୍ପର୍କିତ ସଚେତନତା କର୍ମଶାଳା

ଶୋଭା ସଂଗଠନ ପକ୍ଷରୁ ସ୍ତନ କର୍କଟ ସମ୍ପର୍କିତ ସଚେତନତା କର୍ମଶାଳା

ଶୋଭା ସଂଗଠନ ପକ୍ଷରୁ ସ୍ତନ କର୍କଟ ସମ୍ପର୍କିତ ସଚେତନତା କର୍ମଶାଳା

News by Smruti Ranjan Tripathy (Cuttack)

କଟକ(ଏନ୍‌.ଏମ୍‌.): ସ୍ୱେଚ୍ଛାସେବୀ ସଂଗଠନ ଶୋଭା ପକ୍ଷରୁ ସ୍ତନ କର୍କଟ ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସର୍କିଟ ହାଉସ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାରତରେ ପ୍ରତି ୪ ମିନିଟ୍‌ରେ ଜଣେ ସ୍ତନ କର୍କଟ ରୋଗୀ ଚିହ୍ନଟ ହୋଇଥାନ୍ତି । ପ୍ରତି ୨୨ ଜଣ ମହିଳାଙ୍କ ମଧ୍ୟରୁ ଜଣକୁ ଏହି ରୋଗ ହୋଇଥାଏ । ଭାରତରେ ପ୍ରାୟ ୧.୬୫ ଲକ୍ଷ ନୂତନ ପ୍ରକାରର ସ୍ତନ କର୍କଟ ରୋଗୀ ଚିହ୍ନଟ ହୋଇଛନ୍ତି ଯାହାକି ସମସ୍ତ କର୍କଟ ରୋଗର ୧୪ ପ୍ରତିଶତ ଅଟେ ବୋଲି ମତପ୍ରକାଶ ପାଇଥିଲା । ପ୍ରତି ଶହେ ଜଣ ସ୍ତନ କର୍କଟ ରୋଗୀଙ୍କ ମଧ୍ୟରେ ଜଣେ ପୁରୁଷ ରହିଛନ୍ତି । ପ୍ରାୟତଃ ୪୦ରୁ ୫୦ ବର୍ଷ ବୟସ ମଧ୍ୟରେ ମହିଳାଙ୍କ କ୍ଷେତ୍ରରେ ଏପରି ରୋଗ ପ୍ରକାଶ ପାଇଥାଏ ବୋଲି ସ୍ତନ କର୍କଟ ସମ୍ପର୍କିତ ସଚେତନତା କର୍ମଶାଳାରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ମେଡିକାଲ୍ ଅଙ୍କୋଲୋଜିଷ୍ଟ୍ ଡାକ୍ତର ପ୍ରଶାନ୍ତ କୁମାରର ପରିଡା ସୂଚନା ଦେଇଥିଲେ ।
ଏହି ସଚେତନତା କର୍ମଶାଳାରେ ରେଡିଏସନ୍ ଅଙ୍କୋଲୋଜି ଡାକ୍ତର ପ୍ରକାଶ କୁମାର ସ୍ୱାଇଁ ଯୋଗଦେଇ କହିଲେ ଯେ, ପାଶ୍ଚାତ୍ୟ ଦେଶମାନଙ୍କରେ ୮୦ରୁ ୯୦ ଶତକଡା ରୋଗୀ ପ୍ରାଥମିକ ଅବସ୍ଥାରୁ ଚିହ୍ନଟ ହୋଇଥାନ୍ତି । କମ ବୟସରେ ଋତୁସ୍ରାବ ଆରମ୍ଭ ହୋଇ ଅଧିକ ବର୍ଷଧରି ଚାଲୁରହିବା ସନ୍ତାନହୀନତା, ବିଳମ୍ବରେ ଗର୍ଭଧାରଣ, ଶିଶୁକୁ ସ୍ତନ୍ୟପାନ ନକରାଇବା, ମେଦ ବହୁଳତା, କମ୍ ଶାରିରକ ପରିଶ୍ରମ, ଚର୍ବିଜାତୀୟ ଖାଦ୍ୟ ଖାଇବା ଆଦି ବିଭିନ୍ନ କାରଣରୁ ଏପରି ରୋଗ ହୋଇଥାଏ । ଆମ ଦେଶରେ ବିଭିନ୍ନ କାରଣରୁ ଏବଂ ସଚେତନତାର ଅଭାବ ତଥା ଉପଯୁକ୍ତ ସମୟରେ ଚିକିତ୍ସା ଆରମ୍ଭ ନକରିବା କାରଣରୁ ଏହି ରୋଗୀଙ୍କ ସଂଖ୍ୟା ଭାରତରେ ବୃଦ୍ଧିପାଇଛି । ୫ରୁ ୧୦ ପ୍ରତିଶତ ସ୍ତନ କର୍କଟ ରୋଗ ବଂଶାନୁଗତିକ କାରଣରୁ ହୋଇଥିବାବେଳେ ରୋଗ ଶିଘ୍ର ଚିହ୍ନଟ ହେବା ପରେ ସଠିକ୍ ଚିକିତ୍ସା କରାଗଲେ ରୋଗୀଟି ସମ୍ପୂର୍ଣ୍ଣ ଆରୋଗ୍ୟଲାଭ କରିଥାଏ । ଏଣୁ ଆମ ଦେଶରେ ପ୍ରତିବର୍ଷ ଅକ୍ଟୋବର ମାସରେ କର୍କଟ ରୋଗ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଲୋକମାନଙ୍କୁ ଏ ସମ୍ପର୍କରେ ସଚେତନତା କରାଯାଉଛି ବୋଲି ଅଙ୍କୋସର୍ଜନ୍ ଡାକ୍ତର ନିତୀଶ୍ ଆଚାର୍ଯ୍ୟ କହିଥିଲେ । ଏହି ଅବସରରେ ସ୍ତନ କର୍କଟରୁ ଆରୋଗ୍ୟଲାଭ କରିଥିବା ମହିଳା ତାଙ୍କର ଅନୁଭୁତି ପ୍ରକାଶ କରିଥିଲେ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ