ଶେଷ ହେଲା ମାଟ୍ରିକ ଅଫଲାଇନ ପରୀକ୍ଷା:୧୧ରୁ ଖାତା ଦେଖା ଆରମ୍ଭ

ଶେଷ ହେଲା ମାଟ୍ରିକ ଅଫଲାଇନ ପରୀକ୍ଷା:୧୧ରୁ ଖାତା ଦେଖା ଆରମ୍ଭ

ଶେଷ ହେଲା ମାଟ୍ରିକ ଅଫଲାଇନ ପରୀକ୍ଷା:୧୧ରୁ ଖାତା ଦେଖା ଆରମ୍ଭ
କପି କରି ଧରାପଡିଲେ ୩୫, କଟକ ଜିଲ୍ଲାରେ ହେବ ୩ଟି ମୂଲ୍ୟାୟନ କେନ୍ଦ୍ର


କଟକ(ଏନ୍‌.ଏମ୍‌.): ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଚାଲିଥିବା ମାଟ୍ରିକ ଅଫଲାଇନ ପରୀକ୍ଷା ଆଜି ଶେଷ ହୋଇଛି । ଆସନ୍ତା ୧୧ ତାରିଖରୁ ଖାତା ଦେଖା ଆରମ୍ଭ ହେବ ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି । ଶେଷ ଦିନ ହିନ୍ଦୀ ଓ ସଂସ୍କୃତ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଉକ୍ତ ପରୀକ୍ଷାରେ ୧୧୬୬ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିବାବେଳେ ୧୩୯୮୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଏହି ପରୀକ୍ଷାରେ ୨ଜଣ କପି କରି ଧରାପଡି ଏମପି ହୋଇଛନ୍ତି । ଅଫଲାଇନ ପରୀକ୍ଷାରେ ଅଦ୍ୟାବଧି ୩୫ଜଣ କପି କରି ଧରି ପଡିଥିବା ବୋର୍ଡ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ୩ରୁ୪ ଦିନ ଭିତରେ ପରୀକ୍ଷାଫଳ ପ୍ରକାଶ ପାଇବ । ଅନ୍ୟପକ୍ଷେ ପ୍ରଶ୍ନପତ୍ର ଅଦଳବଦଳ ପ୍ରସଙ୍ଗରେ ତ୍ରୁଟି ହୋଇଥିବା ସାମ୍ନାକୁ ଆସିଥିଲା । ଏହାର ବିଭାଗୀୟ ତଦନ୍ତ ଜାରି ରହିଛି । ତେବେ ଘଣ୍ଟାଏ ମଧ୍ୟରେ ତ୍ରୁଟି ସୁଧାର କରାଯାଇ ଛାତ୍ରଛାତ୍ରୀଙ୍କୁ ଅଧିକ ୧ଘଣ୍ଟା ସମୟ ଦିଆଯାଇଥିଲା ।
ସୂଚନା ଯୋଗ୍ୟ ଯେ, କୋଭିଡ କଟକଣାରେ ଅଫ ଲାଇନ ମାଟ୍ରିକ ପରୀକ୍ଷା ଶେଷ ହୋଇଛି । ଯେଉଁ ପରୀକ୍ଷାର୍ଥୀମାନେ ନିଜ ନିଜ ନମ୍ବରରେ ଅସନ୍ତୁଷ୍ଟ ଥିଲେ ସେହି ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଉଥିଲେ । ରେଗୁଲାରରେ ମୋଟ ୬୫୯୬ ଜଣ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବାବେଳେ ରାଜ୍ୟ ମୁକ୍ତ ବିଦ୍ୟାଳୟରେ ୮୪୯୩ ଜଣ ଛାତ୍ରଛାତ୍ରୀ ଏବଂ ପତ୍ରବିନିମୟ ପାଠ୍ୟକ୍ରମରେ ୬୬ଜଣ ପରୀକ୍ଷା ଲାଗି ଫର୍ମପୂରଣ କରିଥିଲେ । କୋଭିଡ କଟକଣା ଅନୁସାରେ ରାଜ୍ୟର ୫୦୪ଟି କେନ୍ଦ୍ରରେ ପରୀକ୍ଷା ଆରମ୍ଭ ହୋଇଥିଲା । କଟକରେ କିଛି ଛାତ୍ରଛାତ୍ରୀ ଆଡମିଟ କାର୍ଡ ନପାଇଥିବା ଯୋଗୁଁ ପରୀକ୍ଷାରୁ ବଞ୍ôଚତ ହୋଇଥିବା ଅଭିଯୋଗ ଆସିଥିଲା । ପରୀକ୍ଷା ଶେଷ ପରେ ସମସ୍ତ ଜିଲ୍ଲାକୁ ଉତ୍ତର ଖାତା ସଠିକ ଭାବେ ପଠାଯାଇଛି । ଗତକାଲି ୩୦ଜଣ ଅଧିକାରୀଙ୍କୁ ଉତ୍ତରଖାତା ଆଣିବା ଲାଗି ସମସ୍ତ ଜିଲ୍ଲାକୁ ପଠାଯାଇଥିଲା । ଉତ୍ତରଖାତାର ମୂଲ୍ୟାୟନ ଲାଗି ୭ଟି ଜିଲ୍ଲାରେ ୯ଟି କେନ୍ଦ୍ରର ବ୍ୟବସ୍ଥା ହୋଇଛି । ସେହି ୯ଟି କେନ୍ଦ୍ର ମଧ୍ୟରୁ ୩ଟି କେନ୍ଦ୍ର କଟକ ଜିଲ୍ଲାରେ କରାଯାଇଛି । ଆସନ୍ତା ୧୧ ତାରିଖଠାରୁ ଅଫଲାଇନ ପରୀକ୍ଷାର ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହୋଇ ୧୩ ତାରିଖ ପର୍ଯ୍ୟନ୍ତ ଚାଲିିବ । ପ୍ରାୟ ୧୫୦୦ଜଣ ପରୀକ୍ଷକଙ୍କୁ ନିୟୋଜିତ କରାଯାଇଛି । ଉକ୍ତ କେନ୍ଦ୍ରଗୁଡିକ କଟକ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ନୟାଗଡ ଏବଂ ପୁରୀ ଜିଲ୍ଲାରେ ରହିଛି । କଟକ ଜିଲ୍ଲାରେ ୩ଟି କେନ୍ଦ୍ର ହୋଇଥିବାବେଳେ ଅନ୍ୟ ୬ଟି ଜିଲ୍ଲାରେ ଗୋଟିଏ ଲେଖାଏଁ ମୂଲ୍ୟାୟନ କେନ୍ଦ୍ର ହୋଇଛି । କଟକ ଜିଲ୍ଲାରେ ବଜ୍ରକବାଟୀସ୍ଥିତ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ ବ୍ୟତୀତ ଅନ୍ୟ ଦୁଇଟି କେନ୍ଦ୍ରରେ ଖାତାଦେଖା ହେବ । ମୂଲ୍ୟାୟନ ଲାଗି ପ୍ରାୟ ମୁଖ୍ୟ ପରୀକ୍ଷକ, ଡେପୁଟି ପରୀକ୍ଷକ, ସହାକରୀ ପରୀକ୍ଷକ ଏବଂ ଯାଞ୍ଚ ଟିମକୁ ମୂଲ୍ୟାୟନ କେନ୍ଦ୍ରରେ ଆସନ୍ତା ୧୦ ତାରିଖ ଦିନ ୧୧ଟା ସୁଦ୍ଧା ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି