ଶିକ୍ଷକଙ୍କ ମାଡ଼ରେ ଲହୁଲୁହାଣ ସ୍କୁଲ ଛାତ୍ର ଡାକ୍ତରଖାନାରେ ଭର୍ତ୍ତି

ଶିକ୍ଷକଙ୍କ ମାଡ଼ରେ ଲହୁଲୁହାଣ ସ୍କୁଲ ଛାତ୍ର ଡାକ୍ତରଖାନାରେ ଭର୍ତ୍ତି

ଶିକ୍ଷକଙ୍କ ମାଡ଼ରେ ଲହୁଲୁହାଣ ସ୍କୁଲ ଛାତ୍ର ଡାକ୍ତରଖାନାରେ ଭର୍ତ୍ତି


#ପାଟଣାଗଡ଼(ଏନ୍‌.ଏମ୍‌.): ସରକାର ସର୍ବଶିକ୍ଷା ଅଭିଯାନ ଜରିଆରେ ସଭିଏଁ ପଢ଼ନ୍ତୁ ସଭିଏଁ ବଢ଼ନ୍ତୁ ବ୍ୟବସ୍ଥା ଲାଗୁ କରିଛନ୍ତି । ଏପରିକି ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଠାରୁ ଆରମ୍ଭ କରି ବହି ଆଦି ପାଠ୍ୟୋପକରଣ, ପୋଷାକ ପରିଚ୍ଛଦ ଯୋଗାଇ ଦିଆଯାଉଛି । ସେହିଭଳି ପ୍ରତ୍ୟେକ ସ୍କୁଲ ଦଣ୍ଡ ମୁକ୍ତ ଅଞ୍ଚଳ ଘୋଷଣା କରାଯାଇଛି; ଯେଉଁଠି ଶିକ୍ଷକ ଶିକ୍ଷୟିତ୍ରୀମାନେ ନାଚ, ଗୀତ ଗପ ଆଦି ଜରିଆରେ ଶିକ୍ଷାଦାନ କରିପାରିବେ । ପୁନଶ୍ଚ ସ୍କୁଲରେ କୌଣସି ଛାତ୍ରଛାତ୍ରୀଙ୍କୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ମାଡ଼ ଗାଳି ଦେଇ ପାରିବେ ନାହିଁ ବୋଲି ନିୟମ ହୋଇଛି । ମାତ୍ର ସରକାରୀ ନିୟମକୁ ପାଳନ ନକରି ଛାତ୍ରଙ୍କୁ ଶିକ୍ଷକଙ୍କ ମାଡମାରିବା ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ଏଭଳି ଅଭିଯୋଗ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଅଞ୍ଚଳର ବେଲପଡା ବ୍ଲକ ଭରୁଆମୁଣ୍ଡାରୁ ଆସିଛି । ଭରୁଆମୁଣ୍ଡାରେଥିବା ଆଦର୍ଶ ବିଦ୍ୟାଳୟରେ ଜନୈକ ଶିକ୍ଷକଙ୍କ ମାଡ଼ରେ ଛାତ୍ର ଜଣକ ଗୁରୁତର ଥିବା ଅଭିଯୋଗ ହେଉଛି । ଏମିତି କି ଗୁରୁତର ଛାତ୍ର ଜଣକୁ ବେଲପଡାର ଏକ ଡାକ୍ତରଖାନାରେ ଚିକିତ୍ସା ହେଉଛନ୍ତି । ତେବେ କଥାଟା କାଳେ ପ୍ରଘଟ ହେବ ସେ ନେଇ ଶିକ୍ଷକ ଜଣକ ତରବରିଆ ଭାବେ ସମ୍ପୃକ୍ତ ଛାତ୍ରଙ୍କୁ ଘରକୁ ନେଇ ଯାଇଥିବା ମଧ୍ୟ୍ୟ ଅଭିଯୋଗ ଉଠୁଛି । ସମ୍ପ୍ରତି ଛାତ୍ର ଜଣକ ସ୍ୱାସ୍ଥ୍ୟାବସ୍ଥା ସ୍ଥିରଥିବାବେଳେ ଘଟଣାକୁ ଚପାଇ ଦେବା ପାଇଁ ସମ୍ପୃକ୍ତ ଶିକ୍ଷକ ଜଣକ ଜୋରଦାର ଉଦ୍ୟମ କରୁଥିବା ଅଭିଯୋଗ ହେଉଛି । ସୂଚନାଯୋଗ୍ୟ ଯେ, ସମ୍ପୃକ୍ତ ଶିକ୍ଷକ ଜଣକ ପୂର୍ବରୁ ମଧ୍ୟ ସ୍କୁଲର ବିଭିନ୍ନ ଛାତ୍ରଛାତ୍ରୀଙ୍କୁ କଥା କଥାରେ ମାଡ଼ ମାରୁଥିବା ମଧ୍ୟ କିଛି ଅଭିଭାବକ ପ୍ରକାଶ କରିଛନ୍ତି । ଯାହାକୁ ନେଇ ସମ୍ପୃକ୍ତ ଶିକ୍ଷକ ବିରୁଦ୍ଧରେ ଅସନ୍ତୋଷ ବୃଦ୍ଧି ପାଇଛି । ଜଣେ ଶିକ୍ଷକ ହୋଇ କେମିତି ନିଜ ମାନବିକତା ଭୁଲି ଯାଉଛନ୍ତି ବୋଲି ପ୍ରଶ୍ନ ଉଠୁଛି । ଏମିତି କି ଉକ୍ତ ଘଟଣା ପରେ ପରିବାର ପାଖକୁ ଯାଇ କଥାକୁ କାହାରି ଆଗରେ କିଛି ନ କହିବାକୁ ଶିକ୍ଷକ ଜଣକ ନେହୁରା ହେଉଥିବା ଦେଖିବାକୁ ମିଳିଛି । ତେବେ ଦଣ୍ଡମୁକ୍ତ ଅଞ୍ଚଳରେ ଏମିତି ପିଲାଙ୍କୁ ମାଡ଼ ମାରିବା କେତେ ଦୂର ଠିକ ବୋଲି ଅଭିଭାବକ ମାନେ ଅଭିଯୋଗ ଆଣିଛନ୍ତି । ଏନେଇ ବେଲପଡା ବିଇଓଙ୍କୁ ଯୋଗାଯୋଗ କରିବାରୁ ସମ୍ଭବ ହୋଇପାରୁନାହିଁ । ତେଣୁ ବିଭାଗୀୟ କର୍ତ୍ତୃପକ୍ଷ ଏହାର ଉପଯୁକ୍ତ ତଦନ୍ତ କରିବାକୁ ଦାବି ହେଉଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି