ଶାଳକାଠ ସହ ପିକ୍‌ଅପ ଭ୍ୟାନ ଜବତ

ଶାଳକାଠ ସହ ପିକ୍‌ଅପ ଭ୍ୟାନ ଜବତ

ଶାଳକାଠ ସହ ପିକ୍‌ଅପ ଭ୍ୟାନ ଜବତ

News by Sambit Senapati (Khandapada)

ଖଣ୍ଡପଡା(ଏନ୍‌.ଏମ୍‌.): ଖଣ୍ଡପଡା ଓ ଗଣିଆ ବନାଚଂଳ ଇଲାକାରୁ ନିୟମିତ ଭାବେ ମୂଲ୍ୟବାନ ସାଇଜ କାଠ ଓ ଲଗ୍ ବୋଝେଇ କରି ଏକ ଧଳା ରଙ୍ଗର ପିକ୍‌ଅପ ଭ୍ୟାନ କଟକ ଜିଲ୍ଲା ଅଧିନ ନରସିଂହପୁର ଅଂଚଳକୁ ଚୋରାରେ ଚାଲାଣ କରୁଥିବା ନେଇ କୌଣସି ବିଶେଷ ସୁତ୍ରରୁ ବନ ବିଭାଗକୁ ସୂଚନା ମିଳିଥିଲା । ନୟାଗଡ ବନଖଣ୍ଡ ଅଧିକାରିଣୀ କ୍ଷମା ଷଡଙ୍ଗୀ ଏଥିପ୍ରତି ଦୃଷ୍ଟି ଦେବାକୁ ବିଭାଗୀୟ କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଗତ ୨୯ ତାରିଖ ରାତି ୩ଟାରେ ଧଳା ରଙ୍ଗର ପିକ୍‌ଅପ ଭ୍ୟାନଟି ଖଣ୍ଡପଡା ବ୍ଳକ ଅଧିନ କୋସକା ପଞ୍ଚାୟତର ସାପୁଆ ସଂରକ୍ଷିତ ଜଙ୍ଗଲରୁ ଶାଳ ଲଗ୍ ବୋଝେଇ କରି ନରସିଂହପୁର ଅଭିମୁଖେ ଦୃତ ଗତିରେ ଯାତ୍ରା ଆରମ୍ଭ କରିଥିଲା । ଯୋଜନାବଦ୍ଧ ଭାବେ ପୂର୍ବରୁ ୩ଟି ସ୍ଥାନରେ ଜଗିରହିଥିବା ବନ ବିଭାଗ କର୍ମଚାରୀମାନେ ଉକ୍ତ ଗାଡିଟିକୁ ପିଛା କରି ଗଣିଆ ନିକଟସ୍ଥ କଳାଶିମିଳି ଠାରେ ପିକ୍‌ଅପ ଭ୍ୟାନଟିକୁ ଅଟକାଇବାରେ ସକ୍ଷମ ହୋଇଥିଲେ । ଗାଡି ଚାଳକ ଘଟଣାସ୍ଥଳରୁ ଖସି ପଳାଇ ଯାଇଥିବା ବେଳେ କର୍ମଚାରୀମାନେ ପିକଅପ ଭ୍ୟାନଟିକୁ ଜବତ କରି ସିଂଘାପଡା ବନ ବିଭାଗ ବିଟ ହାଉସରେ ରଖିଥିବା ଜଣାପଡିଛି । ଜବତ ୯ଟି ଶାଳ ଲଗର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଖଣ୍ଡପଡା ବନାଚଂଳ ଅଧିକାରୀ ଶରତ ଚନ୍ଦ୍ର ଶତପଥିଙ୍କ ଠାରୁ ପ୍ରକାଶ । ଏ ସମ୍ପର୍କରେ ବନ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ ହୋଇଛି । ଚଢାଉ ଅଭିଯାନରେ ବନପାଳ ଶ୍ରୀନିବାସ ଦାଶ, ଶିଶିର କୁମାର ସାହୁ ଓ ମୋବାଇଲ ଷ୍ଟାଫ ଜଗନ୍ନାଥ ବେହେରା, ସୁମନ୍ତ କୁମାର ପରିଡାଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ସାମିଲ ହୋଇଥିଲେ ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ