ଲିସା ପକ୍ଷରୁ ବିଶ୍ୱମାତୃ ସ୍ତନ୍ୟପାନ ସପ୍ତାହ
କଟକ(ଏନ୍.ଏମ୍.): ଆଇନସେବା ସଂସ୍ଥା ଲିସା ପକ୍ଷରୁ ସିଏମସି ୬ନମ୍ବର ୱାର୍ଡ଼ ସ୍ଥିତ କୃଷକବଜାର ବସ୍ତିଠାରେ ବିଶ୍ୱସ୍ତନ୍ୟ ପାନ ସପ୍ତାହ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ଆବାହକ ଆଇନଜୀବୀ ଗଦାଧରସାହୁଙ୍କ ଅଧ୍ୟକ୍ଷତାର ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ୬ନଂ ୱାର୍ଡ଼ର ପୂର୍ବତନ କର୍ପୋରେଟର ସଂଯୁକ୍ତା ସାହୁ, ମୁଖ୍ୟଅତିଥି ଭାବେ ଯୋଗଦେଇ ମାତୃ ସ୍ତନ୍ୟପାନ ଶିଶୁର ଜନ୍ମଗତ ଅଧିକାର ଏଥିରୁ କେହି ଶିଶୁକୁ ବଞ୍ôଚତ କଲେ ଆଇନତଃ ଦଣ୍ଡନୀୟ ଅପରାଧ ବୋଲି ଶ୍ରୀମତୀ ସାହୁ କହିଥିଲେ । ଏଥିସହ ଜନ୍ମର ୬ମାସ ପର୍ଯ୍ୟନ୍ତ ମାତୃ ସ୍ତନ୍ୟପାନ କରିବା ଉଚିତ, ଯଦି ପ୍ରସୁତି ମା’ଙ୍କୁ କରୋନା ମହାମାରୀ ହୋଇଥାଏ, ତେବେ ଡାକ୍ତରଙ୍କ ପରାମର୍ଶ କ୍ରମେ ହାତକୁ ଭଲଭାବେ ଧୋଇବା, ମାସ୍କ ପରିଧାନ କରି ଶିଶୁକୁ ସ୍ତନ୍ୟପାନ କରାଇବା ସହ ଯଥାଶିଘ୍ର କୋଭିଡ ଟିକା ନେଇଯିବା ପାଇଁ ପରାମର୍ଶ ଦେଇଥିଲେ । ସଂଗଠନର ଆବାହକ ଶ୍ରୀ ସାହୁ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଜନ୍ମର ୧ଘଣ୍ଟା ମଧ୍ୟରେ ଶିଶୁକୁ ସ୍ତନ୍ୟପାନ କରାଇବା, ଶିଶକୁ ପ୍ରଥମ ୬ମାସ ମା’ କ୍ଷୀର ଖୁଆଇବା ସହ ଏହି ଅବଧି ମଧ୍ୟରେ ଗାଈ କ୍ଷୀର, ପାଣି, ମହୁ ବା ଚିନିପାଣି ନଦେବାପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଲକ୍ଷ୍ମୀପିୟା ସାହୁ, ଝରଣା ବେହେରା, ସସ୍ମିତା ଦେହୁରି, ମୀରା ମହାନ୍ତି, ସମାଜସେବୀ ଅଶୋକ ସେନାପତି, କୃଷକ ବଜାର ସାହି କମିଟି ସଭାପତି ସତ୍ୟନାରାୟଣ ମହାରଣା, ଚନ୍ଦ୍ରଭାନୁ ରାଉତ ଓ ଆଶୁତୋଷ ବିଶ୍ୱାଳ ସହାୟତାରେ କୃଷକ ବଜାର ବସ୍ତିରେ ଘରକୁ ଘର ବୁଲି ଗର୍ଭବତୀ ଓ ପ୍ରସୁତି ମହିଳାଙ୍କୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ ସମ୍ପର୍କରେ ସଚେତନତା କରାଇଥିଲେ । ମା’ ଦୁର୍ଗା ସ୍ୱୟଂ ସହାୟକ ଗୋଷ୍ଠୀର ସୁକାନ୍ତି ସାହୁ, ଜ୍ୟୋତ୍ସ୍ନାରାଣୀ ଗଡ଼ନାୟକ, ଶାନ୍ତିଲତା ନାୟକ, ସତୀ ନାଥ, ମା’ ପାର୍ବତୀ ସ୍ୱୟଂ ସହାୟକ ଗୋଷ୍ଠୀର ଅର୍ଚ୍ଚନା ଦାସ, ସସ୍ମିତା ବେହେରା, ଦିପିକା ସାହୁ, ସୁଜାତା ମହାନ୍ତି, ସୀମା ବେହେରା, ମା’ ସାରଳା ସ୍ୱୟଂ ସହାୟକ ଗୋଷ୍ଠୀର ଲକ୍ଷ୍ମୀପ୍ରିୟା ମଲ୍ଲିକ, ବନଲତା କାନୁନଗୋ, ସରୋଜିନୀ ସାହୁ, ମିନତୀ ବେହେରା, ରାଧାରାଣୀ ସାହୁ, ନିରୁପମା ବିଶ୍ୱାଳ, ବେବିନା ସ୍ୱାଇଁ ଭରସା ସ୍ୱୟଂ ସହାୟକ ଗୋଷ୍ଠୀର ସୁକାନ୍ତି ସାହୁ, ଭାରତୀ ବାରିକ, କଳ୍ପନା ମହାରଣା, ଲକ୍ଷ୍ମୀ ବେହେରା ଓ ସନ୍ଧ୍ୟାରାଣୀ ସେଠୀ ପ୍ରଭୃତି ଅଂଶଗ୍ରହଣ କରିଥିଲେ । ଲିସା ପକ୍ଷରୁ ପ୍ରତ୍ୟେକ ଗର୍ଭବତୀ ଓ ପ୍ରସୁତି ମହିଳାଙ୍କୁ ଔଷଧିୟ ନାପକିନ, ଏନ-୯୫ ମାସ୍କ ଓ ସାନିଟାଇଜର ବଣ୍ଟନ କରାଯିବା ସହ ଗର୍ଭବତୀ ଓ ପ୍ରସୁତି ମହିଳାଙ୍କୁ ଉପଢ଼ୌକନ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା ।