ଲକ୍ଷ୍ମୀ ନାରାୟଣ ସାହୁ କଲେଜ ନୂତନ ଗୃହର ଶିଳାନ୍ୟାସ

ଲକ୍ଷ୍ମୀ ନାରାୟଣ ସାହୁ କଲେଜ ନୂତନ ଗୃହର ଶିଳାନ୍ୟାସ

ଲକ୍ଷ୍ମୀ ନାରାୟଣ ସାହୁ କଲେଜ ନୂତନ ଗୃହର ଶିଳାନ୍ୟାସ


ଜଗତପୁର(ଏନ୍‍.ଏମ୍‍.): ଜଗତପୁରସ୍ଥିତ ଲକ୍ଷ୍ମୀନାରାୟଣ ସାହୁ ମହାବିଦ୍ୟାଳୟର ୨ଗୋଟି ଶ୍ରେଣୀ ଗୃହ ପାଇଁ ଶିଳାନ୍ୟାସ ହୋଇଯାଇଛି । କଲେଜ ଅଧ୍ୟକ୍ଷା ପ୍ରଫେସର ସସ୍ମିତା ପଟ୍ଟନାୟକଙ୍କ ପୌରହିତ୍ୟରେ ଆୟୋଜିତ ଶିଳାନ୍ୟାସ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ଯୋଗଦେଇ ୫୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ପ୍ରସ୍ତାବିତ ଦୁଇଗୋଟି ଶ୍ରେଣୀଗୃହର ଶିଳାନ୍ୟାସ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ନାନିତ ଅତିଥିଭାବେ ସିଏମସି ଡେପୁଟି-ମେୟର ଦମୟନ୍ତୀ ମାଝି ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କଲେଜ ପ୍ରଶାସନିକ ଅଧିକାରୀ ସୁବାସ ଦ୍ୱିବେଦୀ, ଡକ୍ଟର କମଳ ପ୍ରସାଦ ମହାନ୍ତି, ଅଧ୍ୟାପକ ଦିଲ୍ଲୀପ ରାଉତରାୟ ଓ ମୋହନ କୁମାର ସ୍ୱାଇଁ ଏବଂ ସ୍ଥାନୀୟ ଅଞ୍ଚଳର ନେତୃମଣ୍ଡଳୀଙ୍କ ମଧ୍ୟରେ ପୂର୍ବତନ କର୍ପୋରେଟର ନବକିଶୋର ସ୍ୱାଇଁ, ଅଶୋକ ମିଶ୍ର, ମାଧବାନନ୍ଦ ବିଶ୍ୱାଳ, କାଳନ୍ଦୀ ରାଉତ, ବିଚିତ୍ର ଜେନା, ସୁଧୀର ସେଠୀ, ବିଶ୍ୱରଞ୍ଜନ ମହାନ୍ତି, ବିମ୍ବାଧର ଜେନା ଓ ଶ୍ରୀକାନ୍ତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି