ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ଠାରେ ସନ୍ତ୍ରାସବାଦ ନିରୋଧ ଶପଥ ପାଠ

ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ଠାରେ ସନ୍ତ୍ରାସବାଦ ନିରୋଧ ଶପଥ ପାଠ

କଟକ(ଏନ୍.ଏମ୍.): ସନ୍ତ୍ରାସବାଦ ନିରୋଧ ଦିବସ ଉପଲକ୍ଷେ ରାଜ୍ୟ ପୋଲିସ ମୁଖ୍ୟାଳୟଠାରେ ବରିଷ୍ଠ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ଦ୍ୱାରା ସନ୍ତ୍ରାସବାଦ ନିରୋଧ ଶପଥ ପାଠ କରାଯାଇଛି । ଏହି ଉପଲକ୍ଷେ ଦିନ ୧୧ ଘଟିକା ସମୟରେ ମୁଖ୍ୟ କାର୍ଯ୍ୟାଳୟପରିସରରେ ଅଧିକାରୀ/କର୍ମଚାରୀମାନେ ସାମାଜିକ ଦୂରତା ଓ ମାସ୍କ ପରିଧାନ କରି ଦେଶର ଅହିଂସା ଓ ସହନଶୀଳତା ପରମ୍ପରା ଉପରେ ଦୃଢ ବିଶ୍ୱାସ ରଖୀ ସମସ୍ତ ଶକ୍ତି ସହିତ ଆତଙ୍କବାଦ ଓ ହିଂସାର ବିରୋଧ କରିବା ସହ ମାନବଜୀବନ ଓ ମୂଲ୍ୟବୋଧ ପ୍ରତି ବିପଦ ସୃଷ୍ଟି କରୁଥିବା ବ୍ୟକ୍ତି ମାନଙ୍କ ସହ ସଂଗ୍ରାମ କରିବାକୁ ଶପଥ ନେଇଥିଲେ । ଆରକ୍ଷୀ ମହାନିଦେ୍ର୍ଦଶକ ଅଭୟ ଉପସ୍ଥିତ ରହି ସମସ୍ତ କର୍ମଚାରୀ/ଅଧିକାରୀଙ୍କୁ ଶପଥ ପାଠ କରାଇଥିଲେ । ଏହି ଶପଥ ପାଠ କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ମହାନିଦେ୍ର୍ଦଶକ (ହେଡ୍କ୍ୱାର୍ଟର) ଲଳିତ ଦାସ, ଅତିରିକ୍ତ ଆରକ୍ଷୀ ମହାନିଦେ୍ର୍ଦଶକ (ଆଇନ୍ ଓ ଶୃଙ୍ଖଳା) ୱାଇ. କେ. ଜେଠୱା, ଆଇ.ଜି (ପର୍ସୋନେଲ୍) ପ୍ରବୀଣ କୁମାର, ଆଇ.ଜି (ପ୍ରୋଭିଜନିଂ) ଯତିନ୍ଦ୍ର କୋଏଲ,ଆଇ.ଜି (କ୍ରାଇମ୍ ବ୍ରାଞ୍ଚ) ଅମିତେନ୍ଦ୍ର ନାଥ ସିହ୍ନା, ଏ.ଆଇ.ଜି (ହେଡ୍କ୍ୱାର୍ଟର) ପ୍ରତ୍ୟୁଷ ଦିବାକର ପ୍ରମୁଖ ଉପସ୍ଥିତ ରହି ଶପଥ ପାଠ କରିଥିଲେ । ସୁବେଦାର ଅଶୋକ କୁମାର ବେହେରା ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ