ରାଜ୍ୟରୁ ୭ ପଞ୍ଚାୟତ ବିଲୀନ ହେବାପରେ ଏଥର ୬, ୭୯୪ଟି ପଞ୍ଚାୟତରେ ହେବ ନିର୍ବାଚନ

ରାଜ୍ୟରୁ ୭ ପଞ୍ଚାୟତ ବିଲୀନ ହେବାପରେ ଏଥର ୬, ୭୯୪ଟି ପଞ୍ଚାୟତରେ ହେବ ନିର୍ବାଚନ

ରାଜ୍ୟରୁ ୭ ପଞ୍ଚାୟତ ବିଲୀନ ହେବାପରେ ଏଥର ୬, ୭୯୪ଟି ପଞ୍ଚାୟତରେ ହେବ ନିର୍ବାଚନ


#ଭୁବନେଶ୍ୱର (ଏନ୍‌.ଏମ୍‌.): ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଶାସନିକ ତତ୍ପରତା ବୃଦ୍ଧି ପାଇଛି । ଆସନ୍ତା ୨୦୨୨ମସିହାରେ ରାଜ୍ୟର ୬ହଜାର ୭୯୪ଟି ପଞ୍ଚାୟତରେ ନିର୍ବାଚନ ହେବ । ତେବେ ଗତ ୨୦୧୭ ତୁଳନାରେ ଚଳିତଥର ୭ଟି ପଞ୍ଚାୟତ ହ୍ରାସପାଇଛି । ଏହି ୭ଟି ପଞ୍ଚାୟତ ବିଭିନ୍ନ ଏନ୍‌ଏସିରେ ବିଲୀନ ହୋଇଥିବାରୁ ସେସବୁରେ ଏଥର ପଞ୍ଚାୟତ ନିର୍ବାଚନ କରାଯିବ ନାହିଁ ବୋଲି ରାଜ୍ୟ ନିର୍ବାଚନ କମିଶନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ୨୦୧୭ ମସିହାରେ ୬ ହଜାର ୮୦୧ଟି ପଞ୍ଚାୟତରେ ନିର୍ବାଚନ ହୋଇଥିଲା । ବାଲେଶ୍ୱର ରେମୁଣା ଏନ୍‌ଏସିରେ ୪ଟି, ନୟାଗଡ଼ର ଓଡ଼ଙ୍ଗାରେ ୨ଟି ଓ ବରଗଡ଼ ଜିଲ୍ଲାର ବିଜେପୁରରେ ଗୋଟିଏ ପଞ୍ଚାୟତ ଏନ୍‌ଏସିରେ ସାମିଲ ହୋଇଛି । ଏଣୁ ଏସବୁ ପଞ୍ଚାୟତରେ ନିର୍ବାଚନ କରାଯିବ ନାହିଁ । ସେହିପରି ୧୧୧ଟି ୱାର୍ଡରେ ୱାର୍ଡମେମ୍ବର ପଦ ପାଇଁ ନିର୍ବାଚନ ହେବନାହିଁ । ଗତଥର ୯୨ ହଜାର ୨୭ଟି ୱାର୍ଡରେ ନିର୍ବାଚନ ହୋଇଥିଲାବେଳେ ଏଥର ୯୧ ହଜାର ୯୧୬ଟି ୱାର୍ଡରେ ମତଦାନ ହେବ । ସେହି ଅନୁସାରେ ତ୍ରି-ସ୍ତରୀୟ ପଞ୍ଚାୟତ ର୍ନିବାଚନରେ ମହିଳାଙ୍କ ପାଇଁ ୪୯ ହଜାର ୪୬୯ଟି ୱାର୍ଡମେମ୍ବର ପଦ ସଂରକ୍ଷିତ ରଖାଯାଇଛି । ପଛୁଆ ବର୍ଗଙ୍କ ପାଇଁ ୧୨ ହଜାର ୩୧ଟି ୱାର୍ଡ ସଂରକ୍ଷିତ ରଖାଯାଇଛି । ଅନ୍ୟ ପକ୍ଷରେ ୬ ହଜାର ୭୯୪ ପଞ୍ଚାୟତ ମଧ୍ୟରୁ ୩୫୦୦ଟି ମହିଳାଙ୍କ ପାଇଁ ଓ ଓବିସିଙ୍କ ପାଇଁ ୭୭୮ଟି ଆସନ ସଂରକ୍ଷିତ ରହିଛି । ୩୫୩୮ଟି ସମିତି ସଭ୍ୟ ପଦ ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବାବେଳେ ଓବିସି ପାଇଁ ୯୧୩ଟି ଆସନ ସଂରକ୍ଷିତ ରହିଥିବା ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ