ରାଇରଙ୍ଗପୁର ଅଞ୍ଚଳରେ ଅବ୍ୟବସ୍ଥା: ପାନୀୟ ଜଳ ସମସ୍ୟା ନେଇ ଗ୍ରାମବାସୀଙ୍କ ଜାତୀୟ ରାଜପଥ ଅବରୋଧ

ରାଇରଙ୍ଗପୁର ଅଞ୍ଚଳରେ ଅବ୍ୟବସ୍ଥା: ପାନୀୟ ଜଳ ସମସ୍ୟା ନେଇ ଗ୍ରାମବାସୀଙ୍କ ଜାତୀୟ ରାଜପଥ ଅବରୋଧ

ରାଇରଙ୍ଗପୁର ଅଞ୍ଚଳରେ ଅବ୍ୟବସ୍ଥା
ପାନୀୟ ଜଳ ସମସ୍ୟା ନେଇ ଗ୍ରାମବାସୀଙ୍କ ଜାତୀୟ ରାଜପଥ ଅବରୋଧ

News by Akshya Biswal (Rairangpur)

#ରାଇରଙ୍ଗପୁର (ଏନ୍‌.ଏମ୍‌.): ସରକାର ଜନସାଧାରଣଙ୍କୁ ବିଭିନ୍ନ ସେବା ଯୋଗାଇ ଦେବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ସେଗୁଡ଼ିକ ସଠିକ ଢଙ୍ଗରେ କାର୍ଯ୍ୟକାରୀ କରାଇବା ପାଇଁ ଫାଇପ-ଟି ଭଳି କଠୋର ବ୍ୟବସ୍ଥା ଗ୍ରହଣ କରିଛନ୍ତି । ଯାହାଦ୍ୱାରାକି ସରକାରଙ୍କ ସମସ୍ତ ବ୍ୟବସ୍ଥାର ସୁଫଳ ସିଧାସଳଖ ଲୋକଙ୍କ ପାଖରେ ପହଞ୍ଚି ପାରିବ । ଯେଉଁଥିରେ କି ବାଟମାରଣାକୁ ସମ୍ପୂର୍ଣ୍ଣ ରୋକାଯାଇ ପାରିବ । କିନ୍ତୁ ବେଳେବେଳେ କିଛି ଅସାଧୁ ଅଧିକାରୀଙ୍କ ଯୋଗୁଁ ସରକାରଙ୍କ ବହୁ ଜନହୀତକର ଯୋଜନା ଲୋକମାନଙ୍କ ପାଖରେ ଅପହଞ୍ଚ ହୋଇ ପଡ଼ୁଛି । କେବଳ ସେତିକି ନୁହେଁ ଲୋକେ ମୌଳିକ ସୁବିଧାରୁ ମଧ୍ୟ ବଞ୍ଚିତ ହେଉଛନ୍ତି । ଏପରିକି ଖରାଦିନ ଆସିବା ପୂର୍ବରୁ ଜଳସଂକଟ ଦେଖାଦେଲାଣି । ଲୋକେ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି । ତେବେ ପ୍ରଶାସନିକ ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁଁ ଆଜି ଲୋକେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବା ସହ ରାସ୍ତାରୋକ କରିଥିଲେ । ଅଭିଯୋଗ ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ୨ ନମ୍ବର ୱାର୍ଡ ବାଇଦାପୋଷୀରେ ଦୀର୍ଘ ୩ ମାସରୁ ଉର୍ଦ୍ଧ୍ୱ ପାନୀୟ ଜଳ ସଙ୍କଟ ଦେଖା ଦେଇଛି । ଜନସ୍ୱାସ୍ଥ୍ୟ ବିଭାଗ ଏବଂ ଜନ ପ୍ରତିନିଧିଙ୍କୁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ । ତେବେ ଜଳକ୍ଲିଷ୍ଟରେ ରହିବା ପରେ ବାଇଦାପୋଷୀ ଗ୍ରାମର ଡୁଙ୍ଗରିସାହି, କଲୋନୀସାହି, ବେହେରା ସାହି ଆଦି ଅଞ୍ଚଳର ଆବାଳ ବୃଦ୍ଧ ବନିତା ୨୨୦ ନମ୍ବର ଜାତୀୟ ରାଜପଥରେ ଗରା, କଳସ ଧରି ଭୋର ସକାଳ ୭ ଠାରୁ ୧୦ ଟା ପର୍ଯ୍ୟନ୍ତ ରାସ୍ତା ଅବଯୋଧ କରିଥିଲେ । ଘଟଣାସ୍ଥଳରେ ପୁଲିସ ଏବଂ ଜନସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ସମେତ ୨ ନମ୍ବର ୱାର୍ଡର କାଉନସିଲର ସୁକଦେବ ବେହେରା, ଯୁବ ସମାଜସେବୀ ପଞ୍ଚୁ ଲୋହାର, ବାବୁ ଜ୍ୟୋତିଷ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ତୁରନ୍ତ ଏହାର ସ୍ଥାୟୀ ସମାଧାନ କରିବାକୁ ପ୍ରତିଶ୍ରୁତି ଦେବାରୁ ଲୋକେ ରାସ୍ତା ରୋକ ଆନ୍ଦୋଳନରୁ ଓହରିଥିଲେ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ