ରଥଯାତ୍ରାରେ ସିଙ୍ଗଲ ୟୁଜ ସାମଗ୍ରୀ ବ୍ୟବହାର ଦିଗରେ କେନ୍ଦ୍ରମନ୍ତ୍ରୀ ଦେଇଥିବା ଆହ୍ୱାନରେ ଯୋଡ଼ିହେଲା ‘ଆମେ ଓଡ଼ିଆ’ ସଂଗଠନ

ରଥଯାତ୍ରାରେ ସିଙ୍ଗଲ ୟୁଜ ସାମଗ୍ରୀ ବ୍ୟବହାର ଦିଗରେ କେନ୍ଦ୍ରମନ୍ତ୍ରୀ ଦେଇଥିବା ଆହ୍ୱାନରେ ଯୋଡ଼ିହେଲା ‘ଆମେ ଓଡ଼ିଆ’ ସଂଗଠନ

ରଥଯାତ୍ରାରେ ସିଙ୍ଗଲ ୟୁଜ ସାମଗ୍ରୀ ବ୍ୟବହାର ଦିଗରେ କେନ୍ଦ୍ରମନ୍ତ୍ରୀ ଦେଇଥିବା ଆହ୍ୱାନରେ ଯୋଡ଼ିହେଲା ‘ଆମେ ଓଡ଼ିଆ’ ସଂଗଠନ

News by Dillip Kumar Muduli

ଭୁବନେଶ୍ୱର(ଏନ୍‌.ଏମ୍‌.): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ‘ରଥଯାତ୍ରା’ ଆମ ଓଡ଼ିଆ ଜାତିର ଅସ୍ମିତାର ପରିଚୟ । ବିଶ୍ୱବ୍ୟାପୀ ଶ୍ରୀଜଗନ୍ନାଥ ସଂସ୍କୃତିର ପରମ୍ପରା ଗଣପର୍ବ ‘ରଥଯାତ୍ରା’ରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥ ଭିଡ଼ିବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ପୁରୀକୁ ଆସନ୍ତି । ଏହି ସମୟରେ ଲକ୍ଷାଧିକ ଭକ୍ତମାନେ ପ୍ଲାଷ୍ଟିକର ମାତ୍ରାଧିକ ବ୍ୟବହାର କରିବା କାରଣରୁ ପୁରୀରେ ପ୍ଲାଷ୍ଟିକ ଜନିତ ପ୍ରଦୂଷଣ ବୃଦ୍ଧିହେବା ସହ ଏହି ସମସ୍ୟା ପ୍ରଶାସନ ଓ ସରକାରଙ୍କୁ ମଧ୍ୟ ଚିନ୍ତାରେ ପକାଏ । ଏହିସ ମସ୍ୟାକୁ ମର୍ମେ ଅନୁଭବ କରି ମାନ୍ୟବର କେନ୍ଦ୍ରଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଏକ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଚଳିତ ରଥ ଯାତ୍ରାରେ ଶ୍ରୀକ୍ଷେତ୍ରରେ ସିଙ୍ଗଲ୍ୟୁଜ୍ପ୍ଲାଷ୍ଟିକର ବ୍ୟବହାର କୁହ୍ରାସକରିବା ସହ ଏହାର ରିସାଇକେଲିଂ ଉପରେ ଗୁରୁତ୍ୱଦେବା ପାଇଁଅପିଲ୍କରିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ଏହି ଅପିଲ କ୍ରମେ ସାମାଜିକ ସଂଗଠନ ‘ଆମେଓଡ଼ିଆ’ ପୁରୀ ରଥ ଯାତ୍ରାରେ ‘ସିଙ୍ଗଲ ୟୁଜ ସାମଗ୍ରୀ’ ବ୍ୟବହାରକୁ ହ୍ରାସ କରିବା ସହ ଏହାର ପୁନଃ ବ୍ୟବହାର ଏବଂ ରିସାଇକଲିଂ ସଚେତନତା “ଅଭିଯାନ’ରେ ଯୋଡ଼ି ହୋଇଛି ବୋଲି ସଂଗଠନର ସମ୍ପାଦକ ସଂଗ୍ରାମ ପାତ୍ର ସୋମବାର ଭୁବନେଶ୍ୱର ପ୍ରେସ କ୍ଲବ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଆହ୍ୱାନରେ ପୁରୀଜିଲ୍ଲା ପ୍ରଶାସନ ଓ ସରକାରଙ୍କୁ ସହଯୋଗ କରିବା ପାଇ ଁ‘ଆମେଓଡ଼ିଆ’ ସଂଗଠନ ପରିବାର ଏହି ଅଭିଯାନର ଦାୟିତ୍ୱ ନେଇଛି । ଓଡ଼ିଆ ସଂସ୍କୃତିର ଧାରାକୁ ବଜାୟ ରଖିବା ତଥା ପବିତ୍ର ଶ୍ରୀଜଗନ୍ନାଥଧାମକୁ ସ୍ୱଚ୍ଛରଖିବା ଦିଗରେ ଆମେ ଓଡ଼ିଆ ପରିବାର ସହ ରାଜ୍ୟର ପ୍ରାୟ ୭୦୦ରୁ ଉର୍ଦ୍ଧ୍ୱ ସ୍ୱେଚ୍ଛାସେବୀ ଯୋଗଦେବେ । ଆସନ୍ତା ଜୁଲାଇ ମାସ ପହିଲାରୁ ଆରମ୍ଭ ହେଉଥିବା ରଥ ଯାତ୍ରା ଦିନ ବଡ ଼ଦାଣ୍ଡରେ,ରଥ ଯାତ୍ରା ପରଦିନ ସମୁଦ୍ର କୂଳ ପରିସର ଓ ଜୁଲାଇ ୯ତାରିଖ ବାହୁଡ଼ା ଯାତ୍ରାଦିନ ଏଭଳି ତିନୋଟି ପର୍ଯ୍ୟାୟରେ ସ୍ୱେଚ୍ଛା ସେବୀମାନେ ଶ୍ରୀକ୍ଷେତ୍ରରେ ଏକଜୁଟ ହୋଇ ଏହି ଅଭିଯାନ କାର୍ଯ୍ୟରେ ନିୟୋଜିତ ହେବେ । ଲୋକମାନଙ୍କ ମଧ୍ୟରେ ପ୍ଲାଷ୍ଟିକ ବ୍ୟବହାରକୁ ହ୍ରାସ କରିବାସହ ଏହାର ପୁନଃ ବ୍ୟବହାର ଓ ରିସାଇକେଲ ଉପରେ ଜନସଚେତନତା ସୃଷ୍ଟିକରାଯିବ । ବୈଦୁତିକ, ମୁଦ୍ରଣ ଓ ସାମାଜିକଗଣମାଧ୍ୟମରେ ପରିବେଶ ସୁରକ୍ଷା ତଥା ଥରେ ମାତ୍ରବ୍ୟବହାର ହେଉଥିବା ପ୍ଲାଷ୍ଟିକକୁ ବର୍ଜନ କରିବା ପାଇଁ ବ୍ୟାପକ ଜନଜାଗରଣ କରାଯିବ । ସ୍ୱଚ୍ଛତା ପାଇଁ ସେବା ଆଧାରରେ ସମାଜରେ ସକରାତ୍ମକ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ‘ଆମେଓଡ଼ିଆ’ ପ୍ରତିଶ୍ରୁତିବଦ୍ଧ । ସୂଚନାଯୋଗ୍ୟ, ରଥଯାତ୍ରା ଦିନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁରୀ ଗସ୍ତରେ କରିବାର କାର୍ଯ୍ୟକ୍ରମ ରହିଛି ।ଏହି ଅବସରରେ ସେ ‘ଆମେ ଓଡ଼ିଆ’ ସଂଗଠନରେ ନିୟୋଜିତ ସ୍ୱେଚ୍ଛାସେବୀଙ୍କ ସହ ନିଜକୁ ଯୋଡ଼ିବା ପୂର୍ବକ ସ୍ୱେଚ୍ଛାସେବୀଙ୍କ ମନୋବଳ ବଢ଼ାଇବେ ବୋଲି ସଂଗଠନ ସମ୍ପାଦକ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି ।

Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ