ମେଲ୍ଭିନ୍ ଜୋନ୍ସ ଲାୟନ୍ ଚକ୍ଷୁ କେନ୍ଦ୍ରରେ ଖୋଲିଲା ଦୃଷ୍ଟି ପଟଳ ବିଭାଗ

କଟକ(ଏନ୍.ଏମ୍.): କଟକ ବକ୍ସି ବଜାରସ୍ଥିତ ମେଲଭିନ୍ ଜୋନ୍ସ ଚକ୍ଷୁ ଚିକିତ୍ସାଳୟରେ ନୂତନଭାବେ ଦୃଷ୍ଟି ପଟଳ (ରେଟିନା) ବିଭାଗ ଖୋଲିଛି । ଆୟୋଜିତ ଉତ୍ସବରେ ମହାନଗର ନିଗମର ମେୟର ସୁବାସ ସିଂହ ମୁଖ୍ୟଅତିଥିଭାବେ ଯୋଗଦେଇ ଏହି ବିଭାଗକୁ ଉଦଘାଟନ କରି ଚକ୍ଷୁ ଚିକିତ୍ସା କ୍ଷେତ୍ରରେ ୨୫ ବର୍ଷ ଧରି ନିରନ୍ତର ସେବା ଯୋଗାଇଦେଇ ଆସିଥିବାହେତୁ ଅନ୍ତରରୁ ଧନ୍ୟବାଦ ଜଣାଇଥିବାବେଳେ ଜିଲ୍ଲା ଗଭଣ୍ଣର ଭାଗୱାନ ଗୁପ୍ତା ସମ୍ମାନିତ ଅତିଥିଭାବେ ଯୋଗଦେଇ ଏଭଳି ମହତ କାର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ । ଏହି ଚକ୍ଷୁ ଚିକିତ୍ସାଳୟର ଅଧକ୍ଷ ଗଣେଷ ପ୍ରସାଦ କାଣ୍ଡୋଇଙ୍କ ପ୍ରତ୍ୟେକ୍ଷ ତତ୍ୱବଧାନରେ ଏହି ନୂତନ ବିଭାଗ ପାଇଁ ଏକ କୋଟି ୩୦ ଲକ୍ଷ ଟଙ୍କାର ମେସିନ କିଣାଯାଇଛି । ଦୃଷ୍ଟି ପଟଳ ରୋଗର ଚିକିତ୍ସା ବ୍ୟୟବହୁଳ ଅଟେ । ସାଧାରଣ ଲୋକଙ୍କ ପକ୍ଷେ ଏହା କାଠିକର ପାଠ ହୋଇଥିବାବେଳେ ବର୍ତମାନ ମେଲଭିନ୍ ଚକ୍ଷୁ ହସପିଟାଲରେ ରୋଗୀମାନେ ମାଗଣାରେ ଏହାର ସୁବିଧା ନେଇପାରିବେ ବୋଲି ଅଧକ୍ଷ ଶ୍ରୀ କାଣ୍ଡୋଇ କହିଛନ୍ତି । ଚିକିତ୍ସାଳୟର ସମ୍ପାଦକ ରାଜେଶ କୁାମର ଝୁନ୍ଝୁନ୍ୱାଲା ୧୯୯୮ ମସିହାରେ ଉଦଘାଟିତ ଏହି ହସପିଟାଲରେ କରାଯାଇଥିବା ଚିକିତ୍ସା ସର୍ମ୍ପକରେ ମତବ୍ୟକ୍ତ କରି ମାର୍ଚ୍ଚ ୨୨ ସୁଦ୍ଧା ୬ ଲକ୍ଷ ୪୫ ହଜାର ୭୩ ଜଣ ଏଠାରେ ଚିକିତ୍ସିତ ହୋଇଥିବା ବେଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୪ ହଜାର ୪ଶହ ୫୭ ଜଣଙ୍କର ବିଭିନ୍ନ ପ୍ରକାରର ଚକ୍ଷୁ ସମ୍ବଦ୍ଧୀୟ ରୋଗ ସହିତ ମୋତିଆବିନ୍ଦୁର ଅସ୍ତ୍ରୋପ୍ରଚାର କରାଇଛନ୍ତି । ଏହି କାର୍ଯ୍ୟକ୍ରମରେ ଉପସଭାପତି ମତଦାନୀ ଉଦୟପୁରିଆ, ଅନୁପ ମୁରକା, ଅଭିନାଶ ସନ୍ତୁକା, ଅଶୋକ ସୁଲତାନିଆ, ଦୀପକ ଅଗ୍ରୱାଲ, ସୁନିଲ ଗୋୟେଙ୍କା ଏବଂ ସୂଚନା ଓ ଲୋକସର୍ମ୍ପକ ଅଧିକାରୀ ଅରୁଣ ଦାସଙ୍କ ହସପିଟାଲର ସମସ୍ତ ଡାକ୍ତର ଓ କର୍ମକତା ପ୍ରମୁଖ ଉପସ୍ଥିତ ଥିଲେ ।