ମେଣ୍ଟ ନହେବା ନେଇ ସ୍ପଷ୍ଟ କଲା ବିଜେଡି : ସବୁ ଆସନରେ ଏକା ଲଢ଼ିବ ବୋଲି ସୂଚନା ଦେଲେ ସଂଗଠନ ସମ୍ପାଦକ

ମେଣ୍ଟ ନହେବା ନେଇ ସ୍ପଷ୍ଟ କଲା ବିଜେଡି : ସବୁ ଆସନରେ ଏକା ଲଢ଼ିବ ବୋଲି ସୂଚନା ଦେଲେ ସଂଗଠନ ସମ୍ପାଦକ

ମେଣ୍ଟ ନହେବା ନେଇ ସ୍ପଷ୍ଟ କଲା ବିଜେଡି : ସବୁ ଆସନରେ ଏକା ଲଢ଼ିବ ବୋଲି ସୂଚନା ଦେଲେ ସଂଗଠନ ସମ୍ପାଦକ


#ଭୁବନେଶ୍ୱର(ଏନ୍‌.ଏମ୍‌.): ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ନିର୍ବାଚନୀ ମେଣ୍ଟକୁ ନେଇ ଗତ ୧୬ଦିନ ଧରି ଜାରି ରହିଥିବା ଚର୍ଚ୍ଚାରେ ଆଜି ଉଭୟ ବିଜେପି ଓ ବିଜେଡି ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ଦୀର୍ଘ ଦିନର ଚର୍ଚ୍ଚାର ଅବସାନ ଘଟିବା ପରେ ଏବେ ଜନସାଧାରଣଙ୍କୁ ସ୍ପଷ୍ଟ କରିଛନ୍ତି ଉଭୟ ଦଳର ନେତୃତ୍ୱ । ବିଜେପି ରାଜ୍ୟରେ ଏକାକୀ ସବୁ ଲୋକସଭା ଓ ବିଧାନସଭାରେ ଲଢ଼ିବ ବୋଲି ଘୋଷଣା କରିବାର ୪ଘଣ୍ଟା ପରେ ବିଜେଡି ମଧ୍ୟ ଅନୁରୂପ ଘୋଷଣା କରିଛି । ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଆଜି ନିଜର ଏକ୍ସ ହ୍ୟାଣ୍ଡଲରେ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ରାଜ୍ୟ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ନିଜ ଏକ୍ସରେ ଲେଖିଛନ୍ତି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଓ ରାଜ୍ୟବାସୀଙ୍କ ଆସ୍ଥାରେ ବିଜେଡି ରାଜ୍ୟର ସେବା କରି ଆସୁଛି ଓ ଏବେ ସବୁ କ୍ଷେତ୍ରରେ ରୂପାନ୍ତରୀକରଣ ହୋଇଛି ଯାହା କେବେ ଆଗରୁ ହୋଇନଥିଲା । ଓଡ଼ିଶାବାର ଲୋକମାନଙ୍କ ସହାୟତାରେ ବିଜେଡି ସମସ୍ତ ୧୪୭ଟି ବିଧାନସଭା ଆସନ ଓ ୨୧ ଲୋକସଭା ଆସନରେ ଲଢ଼ିବ । ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ତୃତୀୟ ଚତୁର୍ଥାଂଶରୁ ଅଧିକ ଆସନରେ ବିଜୟୀ ହେବୁ । ରାଷ୍ଟ୍ର ନିର୍ମାଣ ପାଇଁ ଆବଶ୍ୟକ ସଂଘୀୟ ସହଭାଗିତା ଓ ରାଷ୍ଟ୍ରନୀତିର ବାସ୍ତବ ଭାବନା ଆଧାରରେ ବିଜେଡି ଓଡ଼ିଶାର ଲୋକ ଓ ସେମାନଙ୍କ କଲ୍ୟାଣକୁ ସର୍ବଦା ଦୃଷ୍ଟିରେ ରଖି ନିଷ୍ପତ୍ତି ନେବା ଜାରି ରଖିବ । ନବୀନ ଓଡ଼ିଶା ଓ ସଶକ୍ତ ଓଡ଼ିଶା ହେଉଛି ଆମର ଲକ୍ଷ୍ୟ ଓ ଆମର ନେତା ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏହାକୁ ହାସଲ କରିବା ମାର୍ଗରେ ରହିଛୁ ବୋଲି ଶ୍ରୀ ଦାସ କହିଛନ୍ତି । ବିଜେଡି ସଂଗଠନ ସମ୍ପାଦକ ଶ୍ରୀ ଦାସଙ୍କ ଏହି ସ୍ପଷ୍ଟୀକରଣ ପରେ ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ମେଶ୍‌ଠ ହେଉନଥିବା ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇଯାଇଛି । ସୂଚନାଯୋଗ୍ୟ ଯେ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଲେ ଯେ, ବିଜେପି ରାଜ୍ୟରେ ଏକାକୀ ସମସ୍ତ ଆସନରେ ଲଢ଼ିବ । ବିଗତ ୧୦ବର୍ଷ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରକୁ ରାଷ୍ଟ୍ରୀୟ ମହତ୍ୱ ପ୍ରସଙ୍ଗରେ ସମର୍ଥନ ଦେଉଥିବାରୁ ସେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡିକୁ କୃତଜ୍ଞତା ଜଣାଇବାକୁ ଭୁଲି ନଥିଲେ । ଠିକ୍ ସମାନ ଢଙ୍ଗରେ ବିଜେଡି ସଂଗଠନ ସମ୍ପାଦକ ଶ୍ରୀ ଦାସ ମଧ୍ୟ ଓଡ଼ିଶାର ଲୋକ ଓ ସେମାନଙ୍କ କଲ୍ୟାଣକୁ ସର୍ବଦା ଦୃଷ୍ଟିରେ ରଖି ରାଷ୍ଟ୍ର ନିର୍ମାଣ ପାଇଁ ଆବଶ୍ୟକ ସଂଘୀୟ ସହଭାଗିତା ଓ ରାଷ୍ଟ୍ରନୀତିର ଭାବନା ଆଧାରରେ ନିଷ୍ପତ୍ତି ନେବା ଜାରି ରଖିବ ବୋଲି ସ୍ପଷ୍ଟ କରିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ