ମୃତ ଡ୍ରାଇଭରଙ୍କ ପରିବାରକୁ ସହାୟତାର ହାତ ବଢାଇଲା ଚୌଦ୍ୱାର ଶାଖା ଡ୍ରାଇଭର ମହାସଂଘ

ମୃତ ଡ୍ରାଇଭରଙ୍କ ପରିବାରକୁ ସହାୟତାର ହାତ ବଢାଇଲା ଚୌଦ୍ୱାର ଶାଖା ଡ୍ରାଇଭର ମହାସଂଘ

ମୃତ ଡ୍ରାଇଭରଙ୍କ ପରିବାରକୁ ସହାୟତାର ହାତ ବଢାଇଲା ଚୌଦ୍ୱାର ଶାଖା ଡ୍ରାଇଭର ମହାସଂଘ

News by Smrutiranjan Tripathy (Choudwar)

ଚୌଦ୍ୱାର(ଏନ୍‌. ଏମ୍‌.): ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ କୟଳପଡ଼ା ପଞ୍ଚାୟତର ଜଣେ ମୃତ ଡ୍ରାଇଭରଙ୍କ ପରିବାରକୁ ଚୌଦ୍ୱାର ଶାଖା ଡ୍ରାଇଭର ମହାସଂଘ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି । ସୁଖ ଦୁଃଖର ସାଥୀ ହେବା ପାଇଁ ଶପଥ ନେଇଥିବା ମହାସଂଘର କର୍ମକର୍ତ୍ତାମାନେ ମୃତ ସାଥୀଙ୍କ ପରିବାରକୁ ନିଜସ୍ୱ ରୋଜଗାରରୁ ସହାୟତା ପ୍ରଦାନ କରି ସଂଘୀୟ ବ୍ୟବସ୍ଥାର ଗାରିମାକୁ ବୃଦ୍ଧି କରିଛନ୍ତି । ସୂଚନା ଅନୁଯାୟୀ କୟଳପଡ଼ା ଗ୍ରାମର ନାରାୟଣ ବେହେରାଙ୍କ ପୁତ୍ର ସୁବ୍ରତ କ୍ଷୀରୋଦ ବେହେରା (୩୪) ଆଜି ଆଉ ଏ ଦୁନିଆଁରେ ନାହାନ୍ତି । ପେଶାରେ ଜଣେ ଡ୍ରାଇଭର ଭାବେ କାର୍ଯ୍ୟ କରି ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି । ଦୀର୍ଘ ୨ବର୍ଷ ପୂର୍ବେ ସେ ହଠାତ୍ ଅସୁସ୍ଥ ହୋଇ ପଡ଼ିବାରୁ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ । ତେବେ ଡାକ୍ତରଙ୍କ ବହୁ ପ୍ରୟାସ ସତ୍ତ୍ୱେ ସେ ଆଖି ବୁଜି ଦେଇଥିଲେ ସବୁଦିନ ପାଇଁ । ପରିବାରରେ ପତ୍ନୀ, ଦୁଇ ପିଲାଙ୍କ ସହିତ ବାପା, ମାଙ୍କୁ ଛାଡ଼ି ସେ ଚାଲିଗଲେ ଆରପାରିକି । ତେବେ ତାଙ୍କର ଏଭଳି ବିୟୋଗ ଯୋଗୁଁ ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବାବେଳେ ଅଞ୍ଚଳରେ ମଧ୍ୟ ଶୋକର ଛାୟା ଖେଳିଯାଇଥିଲା । ତେବେ ତାଙ୍କ ଏକଦଶାହ ଅବସରରେ ଓଡ଼ିଶା ଡ୍ରାଇଭର୍ ମହାସଂଘର ଚୌଦ୍ୱାର ଶାଖା ତରଫରୁ ସ୍ୱର୍ଗତ ବେହେରାଙ୍କ ପ୍ରତି ଗଭୀର ଶ୍ରଦ୍ଧାଳଞ୍ଜଳି ଜଣାଇଥିଲେ । ଏହି ପରିପ୍ରେକ୍ଷୀରେ ସଂଘ ପକ୍ଷରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା, ଶୋକସଭା ପାଳନ କରି ତାଙ୍କ ଅମର ଆତ୍ମାର ସଦ୍‌ଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା । ଏଥି ସହି ତାଙ୍କ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇବା ସହିତ ତାଙ୍କର ପତ୍ନୀଙ୍କୁ ୩୮,୧୧୨ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ପୁନଶ୍ଚ ସ୍ୱର୍ଗତ ବେହେରାଙ୍କ ପରିବାରକୁ ଆଗାମୀ ଦିନରେ କିଭଳି ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ସେ ନେଇ ଚୌଦ୍ୱାର ଡ୍ରାଇଭର ଶାଖାର ସଭାପତି ଆଲ୍ଲାଉଦ୍ଦିନ ମାଲିକ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଚୌଦ୍ୱାର ଡ୍ରାଇଭର ଶାଖାର କୋଷାଧ୍ୟକ୍ଷ ଅନାମ ଚରଣ ଦାସ, ଉପଦେଷ୍ଟା ସନ୍ତୋଷ କୁମାର ନାୟକଙ୍କ ସମେତ ଚୌଦ୍ୱାର ମୁନିସପାଲଟି, ଡିହସାହି, ନୂଆପାଟଣା, ଛଅ ଗାଁ, ଶଶାଙ୍କ, ବାଣୀପଦା, ଚଷାପଡ଼ା, ଆଗ୍ରାହାଟ ବ୍ରହ୍ମପୁର, ମଙ୍ଗୁଳି, ଚାଞ୍ଚୋ ପ୍ରମୁଖ ୬ ଗୋଟି ଅଞ୍ଚଳର ସମସ୍ତ ସଭାପତି ଓ ସଦସ୍ୟ ସହଯୋଗ କରିଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ